ଶିବ ମନ୍ଦିର ଯାଇ ନନ୍ଦୀ କାନ ରେ କହିଦିଅନ୍ତୁ ଏହି ଗୋଟେ ମନ୍ତ୍ର

ଭଗବାନ ଶିବଙ୍କୁ ପୂଜା ଆରାଧନା କରି ବ୍ୟକ୍ତି ଭଗବାନଙ୍କୁ ପ୍ରସନ୍ନ କରିଥାଏ।ମହାଦେବ ଅତ୍ୟନ୍ତ ଭୋଳା ଅଟନ୍ତି।ନିଜ ଭକ୍ତର ପୂଜାକୁ ଶୀଘ୍ର ସିୟୁକର୍ କରିଥାନ୍ତି।ଯଦି ଆପଣଙ୍କର କିଛି ମନୋକାମନା ଅଛି ଯାହା ପୂରଣ ହୋଇପାରୁନାହିଁ ଆଜି ଆମେ ଗୋଟେ ମନ୍ତ୍ର ଜାଣିବା ଯାହା ଦ୍ବାରା ଆପଣଙ୍କ ମନୋକାମନା ଶୀଘ୍ର ପୂରଣ ହୋଇଯିବ।

ଭଗବାନ୍ ଶିବଙ୍କୁ ପ୍ରସନ୍ନ କରିବାପାଇଁ ଏହି ଉପାୟ ସବୁଠାରୁ ସହଜ ଅଟେ।ତଥା ଯେଉଁ ବି ବ୍ୟକ୍ତି ଭକ୍ତି ମନରେ ଏହାକୁ କରିଥାଏ ତାହାର ସବୁ ମନୋକାମନା ନିଶ୍ଚୟ ପୂରଣ ହୋଇଥାଏ।

ଭଗବାନ୍ ଶିବଙ୍କ ପ୍ରିୟ ବାହନ ନନ୍ଦୀ ଅଟେ।ସେ ଭଗବାନ୍ ଶିବଙ୍କୁ ନିଜ ଉପରେ ବସାଇ ତିନି ଲୋକ ଭ୍ରମଣ କରାଇଥାନ୍ତି।ଭଗବାନ୍ ଶିବଙ୍କ ଅତ୍ୟନ୍ତ ଖାସ୍ ହେବା ଯୋଗୁ ପ୍ରତ୍ୟେକ ଶିବ ମନ୍ଦିରରେ ନନ୍ଦୀ ମହାରାଜ ଥାନ୍ତି।

ଶାସ୍ତ୍ର ଅନୁସାରେ ନନ୍ଦୀଙ୍କୁ ଭଗବାନଙ୍କ ଦୂତ ମନାଜୟେ।ସେଥିପାଇଁ ଯଦି ଆପଣ ନିଜ ମନୋକାମନା ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି ତେବେ ଖାଲି ନନ୍ଦୀଙ୍କ ଆଗରେ ଫୁଲ ଦେଇ ଦୀପ ଜଳାଇ ଏହି ମନ୍ତ୍ରଟି ତାଙ୍କ କାନରେ କହିଦିଅନ୍ତୁ। ଏହି ମନ୍ତ୍ରକୁ ଆପଣ ନନ୍ଦିଙ୍କ ଉପରେ ବେଲ ଅର୍ପଣ କରି କହିବାର ଅଛି। ମନ୍ତ୍ରଟି ହେଲା

ଦର୍ଶନମ୍ ବିଲବ୍ ପତ୍ରଂ
ସ୍ୟ ସ୍ପରସନମ୍ ପାପ ନାଶଂ
ଅଘୋର୍ ପାପ ସନାହରମ୍
ବିଲବ ପତ୍ରଂ ଶିବାରପଣମ

ପ୍ରଥମେ ନନ୍ଦିଙ୍କ ଆଗରେ ଦୀପ ଜଳାଇ ପ୍ରଣାମ କରି ବେଲ ପତ୍ର ଚଢ଼େଇବେ। ତା ପରେ ତାଙ୍କ କାନ ରେ ନିଜର ଇଚ୍ଛା କହିବେ। ତା ପରେ ଏହି ମନ୍ତ୍ରର ଜପ କରିବେ। ମନ୍ତ୍ରଟି ଜପ କରିବା ପରେ ଭଗବାନ୍ ଶିବଙ୍କ ଆରାଧନା କରି ପୂଜା କରିବେ।ଆପଣଙ୍କ ମନୋକାମନା ବହୁତ୍ ଶୀଘ୍ର ପୂରଣ ହୋଇଯିବ।

Leave a Reply

Your email address will not be published. Required fields are marked *