ଏହି ଅଭିନେତା ଜଣଙ୍କ ନିଜ ବିବାହ କୁ ବାତିଲ୍‌ କରି କେରଳ ବନ୍ୟାରୁ ଲୋକଙ୍କୁ ଉଦ୍ଧାର କଲେ

ଦେଶସାରା କେରଳ ବନ୍ୟା ବିଭୀଷିକା ଖେଳାଇ ଦେଇଥିବା ବେଳେ ସବୁ ରାଜ୍ୟ ଗୁଡିକ ସାହାଯ୍ୟର ହାତ ବଢ଼ାଇଦେଇଛନ୍ତି କେରଳକୁ I ଚାରିଆଡେ ବନ୍ୟାର ତାଣ୍ଡବ ,ପାଖାପାଖି 400ରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରିସାରିଲେଣି ବନ୍ୟା ଦ୍ୱାରା I ଏନେଇ କେରଳ ରାଜ୍ୟ ସହାୟତା ର ହାତ ବଢ଼ାଇଥିବା ବେଳେ ସମସ୍ତେ ଯଥା ସମ୍ଭବ ନିଜ ସାହାଯ୍ୟ ଯୋଗାଇଦେବା ପାଇଁ ଚେଷ୍ଟା କରୁଛନ୍ତି I ଅଧିକାଂଶ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଏଥିରେ ସାମିଲ ହେଇ ଆର୍ଥିକ ସହାୟତା ଯୋଗାଇଦେଉଛନ୍ତି I

କିନ୍ତୁ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି କେରଳ ସିନେଜଗତରେ I ମାଲାୟାଲାମ ର ଅଭିନେତା ରାଜୀବ ଗୋବିନ୍ଦ ପିଲାଇ ଙ୍କ ବିବାହ ଏଇ ମାସ ରେ ସ୍ଥିରୀକୃତ ହେଇଥିଲା କିନ୍ତୁ କେରଳ ର ଏପରି କରାଳ ପରିସ୍ଥିତି ସମୟରେ ନିଜ ବିବାହ ର ସମୟକୁ ଘୁଞ୍ଚାଇ ଦେଇଛନ୍ତି ଏହି ଅଭିନେତା I

ଜୀବନରେ ବିବାହ ର ସ୍ଥାନ ସ୍ୱତନ୍ତ୍ର ଥିବାବେଳେ ଲୋକଙ୍କ କଷ୍ଟ ତାଙ୍କୁ ବ୍ୟାକୁଳିତ କରିଛି ,ନିଜ ଖୁଶି କୁ ଜଳାଞ୍ଜଳି ଦେଇ ବନ୍ୟା ପୀଡିତ ଲୋକଙ୍କ ଉଦ୍ଧାର ପାଇଁ ଛୁଟିଯାଇଛନ୍ତି ଅପନ୍ତର ଇଲାକାକୁ I ଏନେଇ ତାଙ୍କ ବାନ୍ଧବୀ ଇନ୍ଷ୍ଟଗ୍ରାମ ରେ ଏକ ଫଟ ଅପ୍ଲୋଡ କରି ଜଣାଇଛନ୍ତି I ଯାହାକି ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି I

Leave a Reply

Your email address will not be published. Required fields are marked *