ଘରେ ଲଗାନ୍ତୁ ଏହି ଗଛ ରହିବନି ଧନ ର ଅଭାବ

ଘରେ ଲଗାଯାଇଥିବା ଗଛ ବାତା ବରଣ ଶୁଦ୍ଧ କରିବାରେ ସାହାଯ୍ୟ କରେ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଗଛ ଆପଣଙ୍କ ଭାଗ୍ୟ ବି ଖୋଲିପାରିବ। ବାସ୍ତୁ ଅନୁସାରେ କିଛି ଏମିତି ଗଛ ଅଛି ଯାହାକୁ ଘରେ ଲଗେଇବା ଦ୍ବାରା ଧନ ପ୍ରାପ୍ତି ହୋଇଥାଏ।ଘରକୁ କେବେ ବି ଦରିଦ୍ରତା ପ୍ରବେଶ କରିପାରେ ନାହିଁ।ଆଉ ଘର ସବୁବେଳେ ଖୁସିରେ ଭରି ରହିଥାଏ।

ଆଜି ଆମେ ଏମିତି କିଛି ଗଛ ବିଷୟରେ ଜାଣିବା ଯାହା ଶୁଭ ଶକ୍ତିକୁ ସଞ୍ଚାର କରି ଘରକୁ ଖୁସି ଆଉ ଧନ ଆଣିଥାଏ।ଚାଲନ୍ତୁ ଜାଣିବା ସେହି ଗଛ ବିଷୟରେ

୧.ତୁଳସୀ ଗଛ –

ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ନିଶ୍ଚୟ ଥାଏ।ଏହି ଗଛ ଘରର ବାତାବରଣକୁ ଶୁଦ୍ଧ କରିଥାଏ ଆଉ ଏହି ଗଛ ଲଗେଇବା ଦ୍ବାରା ଘରେ ଟଙ୍କାର ଅଭାବ ରହେ ନାହିଁ।ତୁଳସୀ ଗଛରେ ପାଣି ଢ଼ାଳି ସକାଳେ ସନ୍ଧ୍ୟାରେ ଦ୍ଵୀପ ଲଗେଇବା ଦ୍ବାରା ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ।

୨. ଆମ୍ଲା ଗଛ –

ବାସ୍ତୁ ଅନୁସାରେ ଏହି ଜିନିଷକୁ ଘରେ ଲଗେଇବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଯଦି ଏହି ଗଛ ଲଗେଇ ପାରୁ ନାହାନ୍ତି।ଏହି ଗଛ ଘରେ ଲଗେଇବା ଶୁଭ ମନା ଯାଏ।

୩. ଗଙ୍ଗଶିଉଳି ଗଛ –

ଏହି ଗଛ ଘରେ ଲଗେଇବା ଦ୍ବାରା ଘରକୁ ଦରିଦ୍ରତା ପ୍ରବେଶ କରିପାରେ ନାହିଁ।ଏହା ଛଡ଼ା ଏହି ଗଛର ଫୁଲ ଘର ଆଉ ବାତାବରଣ ର ଶୋଭା ବଢ଼ାଇବା ସହିତ ଘରକୁ ମଧ୍ୟ ସୁଖ ଶାନ୍ତି ଆଣି ଥାଏ।ତେଣୁ ନିଜ ଘରେ କିମ୍ବା ବାଡ଼ିରେ ଏହି ଗଛ ନିଶ୍ଚୟ ଲଗାନ୍ତୁ।

୪.ସମୀ ଗଛ –

ଏହା ନା ତ କେବଳ ଘରକୁ ଖୁସି ଆଣିଥାଏ ଏହା ଘରକୁ ଧନ ମଧ୍ୟ ଆଣିଥାଏ।ଏହି ଗଛକୁ ଭଗବାନ୍ ଶନି ଦେବଙ୍କ ଗଛ ମନାଯାଏ।ଅର୍ଥାତ୍ ଏହି ଗଛ ଶନି ଦେବଙ୍କ ଅତ୍ୟନ୍ତ ପ୍ରିୟ ଗଛ ଅଟେ।

୫.ଅପରାଜିତା ଗଛ –

ଏହି ଗଛ ଘରର ଶୋଭା ବଢାଇବାର ସହିତ ଏହି ନୀଳ ଫୁଲ ଆର୍ଥିକ ସଙ୍କଟ ଦୁର କରିବାରେ ସାହାଯ୍ୟ କରିଥାଏ।ଏହି ଗଛ ମା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଗଛ ଅଟେ।ସେଥିପାଇଁ ଏହି ଗଛକୁ ଘରେ ଲଗେଇବା ଦ୍ବାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *