ଫେସ୍‌ବୁକ୍‌ରେ ମିଥ୍ୟା ପ୍ରେମ ନାଟକ କରି ଅନେକ ଛାତ୍ରୀ ଙ୍କୁ କରିଥିଲା ଶିକାର

ଫେସବୁକ ରେ ଦୁଇଜଣ ଅପରିଚିତ ଦୁହେଁ ଦୁହିଁଙ୍କର ଅତି ଅନ୍ତରଙ୍ଗ ହେଇପାରୁଛନ୍ତି I ଦୁନିଆଟା ଯେମିତି ବହୁତ ଛୋଟ ଲାଗୁଚି I କିନ୍ତୁ ଏହି ଫେସବୁକ ର ସାହାରା ନେଇ ଅନେକ ମଧ୍ୟ ସେମାନଙ୍କର ଖରାପ କାମ କୁ ସଫଳ ରୂପାୟନ ଦେବାରେ ସଫଳତା ପାଉଛନ୍ତି I ଏମିତି ଏକ ଘଟଣା ଘଟିଛି ଆମ ଓଡ଼ିଶାର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରେ I ମିଳିଥିବା ଖବର ଅନୁଯାଇ ଭୋଗଡ଼ା ଗ୍ରାମର ଜଣେ ଯୁବକ ନବକିଶୋର ବେହେରା ଙ୍କର ଜଣେ କଲେଜ ଝିଅ ଙ୍କ ସହିତ ଫେସବୁକ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା I

କିଶୋରା ବସ୍ତା ରେ ପ୍ରେମକୁ ସଫଳ କରିବାକୁ ଦୁହେଁ ସୋସିଆଲ ମିଡିଆରେ ସବୁ ସୀମା ଟପିଯାଇଥିଲେ I ଏହାର ଫାଇଦା ନେଇ ପ୍ରେମିକ ଜଣଙ୍କ ପ୍ରେମିକା ଠାରୁ କିଛି ନଗ୍ନ ଫଟ ସଂଗ୍ରହ କରିନେଇଥିଲା I ଏବଂ ପରେ ସେହି ଫଟକୁ ସୋସିଆଲ ମିଡିଆରେ ଭାଇରଲ କରିଦେବାକୁ ଧମକ ଦେଇଥିଲା ପ୍ରେମିକା କୁ I ଏଥିପାଇଁ 50ହଜାର ଦାବି ପ୍ରେମିକ I ଏନେଇ ପ୍ରେମିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଜାରି ରଖିଛିଏବଂ ଅଭିଯୁକ୍ତ ଯୁବକ ଙ୍କୁ ଗିରଫ କରିଛି I ତେବେ ଏହା ପ୍ରଥମ ଘଟଣା ନୁହେଁ ପୋଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାଇ ଯୁବକ ଜଣଙ୍କ ପୂର୍ବରୁ ମଧ୍ୟ ଏହିପରି ଛାତ୍ରୀ ମାନଙ୍କୁ ନିଜ ଜାଲରେ ଫସାଇ ଶିକାର କରୁଥିଲା ଏବଂ ପରେ ବ୍ଲାକ ମେଲ କରୁଥିଲା I

Leave a Reply

Your email address will not be published. Required fields are marked *