ରାକ୍ଷୀପୂର୍ଣ୍ଣିମା ଦିନ ଭୁଲରେ ବି ନିଜ ଭାଇକୁ ଏହି ରାକ୍ଷୀ ବାନ୍ଧନ୍ତୁ ନାହିଁ ନହେଲେ ଭାଇ ଉପରେ ଆସିଯିବ ମହାସଙ୍କଟ

ଭାଇ ଭଉଣୀ ର ସମ୍ପର୍କ ସବୁଠାରୁ ନିଆରା ସମ୍ପର୍କ I ଖାଲି ଯେ ମଣିଷ ନୁହନ୍ତି ସ୍ୱୟଂ ଚାରି କୋଟିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ରତ୍ନସିଂହାସନ ରେ ନିଜ ଭଉଣୀ ଙ୍କ ସହିତ ପୂଜା ପାଇଥାନ୍ତି I କୁହାଯାଏ ମା ପରେ ଭଉଣୀ ହେଉଛି ଭଗବାନ ଙ୍କ ଦ୍ୱିତୀୟ ଆଶୀର୍ବାଦ I ଭଉଣୀ ର ସୁରକ୍ଷା ପାଇଁ ନିଜ ଭାଇ ହାତରେ ସୁରକ୍ଷା କବଚ ରାଖୀ ପିନ୍ଧାଇଥାଏ I ଆଉ ଭାଇଟିଏ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥାଏ ନିଜ ଭଉଣୀର ସୁରକ୍ଷା ଦେବା ପାଇଁ I ଏଇ ଭାଇ ଭଉଣୀ ର ନିଆରା ପବିତ୍ର ସମ୍ପର୍କ କୁ ସମାଜର ଏକ ଦିନ ପାଳିତ କରାଯାଇଥାଏ ଯେଉଁଥିରେ କି ଭଉଣୀ ଟିଏ ତା ଭାଇ ହାତରେ ରାଖୀ ପିନ୍ଧାଇଥାଏ I ଏହାକୁ ରକ୍ଷାବନ୍ଧନ କୁହାଯାଏ I

ଏହି ବର୍ଷ ଏହା ପବିତ୍ର ଶ୍ରାବଣ ମାସର ଶେଷ ଦିନ ଅର୍ଥାତ 26 ଅଗଷ୍ଟ କୁ ପଡୁଛି Iତେବେ ରାକ୍ଷୀପୂର୍ଣ୍ଣିମା ଦିନ ଭାଇ ହାତରେ ଭଉଣୀ ସ୍ନେହରେ ଯେଉଁ ରାଖୀ ପିନ୍ଧାଇଥାଏ ବେଳେବେଳେ ଭୁଲରେ ବାସ୍ତୁ ଶାସ୍ତ୍ର ଅନୁଯାଇ ଏମିତି କିଛି ରାଖୀ ଅଛି ଯାହା ଭାଇର ଖରାପ କରିଥାଏ I ତେବେ ଚାଲନ୍ତୁ ଆଜି ଜାଣିବା ସେହି ସବୁ ବିଷୟରେ I

1)ଭୁଲ ରେ ଭାଇ ହାତରେ ପ୍ଲାଷ୍ଟିକ ରାଖୀ ବାନ୍ଧନ୍ତୁ ନାହିଁ I କେଉଁ ବି ଶୁଭ ମୁହୁର୍ତରେ ପ୍ଲାଷ୍ଟିକ କୁ ଶୁଭ ମନାଯାଏ ନାହିଁ ,ତେଣୁ ପ୍ଲାଷ୍ଟିକ ରାଖୀ କୁ କେଭେଁବି ଭାଇ ହାତରେ ବାନ୍ଧନ୍ତୁ ନାହିଁ I 2) ଗୋଟେ ଭଉଣୀ କେଭେଁବି ନିଜ ଭାଇର ହାତରେ କଳା ରଙ୍ଗର ରାଖୀ ବାନ୍ଧିବା ଠିକ ନୁହେଁ I

ଏହା ଅଶୁଭ ହେଇଥାଏ କାହିଁକିନା ଆମ ଶାସ୍ତ୍ର ଅନୁଯାଇ କଳା ରଙ୍ଗକୁ ସାଧାରଣତଃ ଅଶୁଭ ମନାଯାଏ I 3)ରାଖୀ ବାନ୍ଧିବା ପୂର୍ବରୁ ଯଦି ଭଉଣୀ ଖାଲି ପେଟରେ ଉପବାସ କରି ଭାଇ ହାତରେ ରାଖୀ ବାନ୍ଧେ ତେବେ ଏହାର ମହତ୍ୱ ଅଧିକ ରହିଛି କାହିଁକିନା ହିନ୍ଦୁ ଶାସ୍ତ୍ର ଅନୁଯାଇ ଉପବାସ ରେ କରାଯାଉଥିବା ପୂଜା ବା ପର୍ବ ର ସିଦ୍ଧି ହେଇଥାଏ I ଏହା ସହିତ ଭାଇର ସର୍ବ ମଙ୍ଗଳ ହେଇଥାଏ I

ଏହା ସହିତ ଯଦି ନିଜ ଭାଇର ସଫଳତା ଏବଂ ମଙ୍ଗଳ ଚାଁହୁଥାନ୍ତି ତେବେ ରାଖୀ ପୂର୍ଣ୍ଣିମା ଦିନ ନିଜ ଭାଇକୁ ଲାଲ ରଙ୍ଗର ରାଖୀ ସହିତ ନିଜ ହାତରେ ଖିରି କିମ୍ବା କୌଣସି ମିଠା ଜିନିଷ ତିଆରି କରି ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଭୋଗ ଲଗାଇ ନିଜ ଭାଇକୁ ଖାଇବାକୁ ଦିଅନ୍ତୁ I

Leave a Reply

Your email address will not be published. Required fields are marked *