ଆଜି ରାତି ରେ କରନ୍ତୁ ଏହି କାମ: ନିଶ୍ଚୟ ମିଳିବ ସଫଳତା

ଶାସ୍ତ୍ର ଅନୁସାରେ ଭଗବାନ୍ ଶିବଙ୍କୁ ତ୍ରିଦେବ କୁହାଯାଇଥାଏ।ଭଗବାନ୍ ଶିବ ବହୁତ୍ ଭୋଳା ଅଟନ୍ତି ସେଥିପାଇଁ ତାଙ୍କୁ ଭୋଳା ବାବା ମଧ୍ୟ କୁହାଯାଏ।ସେ କେବେ ସଂହାରକ ତ କେବେ ପାଳକ ହୋଇଥାନ୍ତି।

ଭଗବାନ୍ ଶିବଙ୍କ ଅନେକ ନାମ ସହିତ ଅନେକ ରୂପ ମଧ୍ୟ ଅଛି।ପୁରା ଦୁନିଆରେ ଭୋଳାନାଥଙ୍କ ଭକ୍ତ ଅଧିକ ସଂଖ୍ୟାରେ ଅଛନ୍ତି।ଭଗବାନ୍ ଶିବ ଭକ୍ତ ମାନଙ୍କ ଇଚ୍ଛା ଶୀଘ୍ର ପୂରଣ କରିଥାନ୍ତି।ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଭଗବାନ୍ ଶିବଙ୍କ ଭକ୍ତିରେ ଲୀନ ରହିଥାନ୍ତି।

ଆଜି ଆମେ ଏମିତି କିଛି ଉପାୟ ବିଷୟରେ ଜାଣିବା ଯାହାକୁ କରିବା ଦ୍ବାରା ଆପଣଙ୍କର ସମସ୍ତ ଇଚ୍ଛା ପୁରାଣ ହୋଇଯାଇଥାଏ।ତାହା ଧନକୁ ଜଡ଼ିତ ହେଉ,ଭଲପାଇବାକୁ ଜଡ଼ିତ ହେଉ କିମ୍ବା ପରିବାର ସହ ଜଡ଼ିତ ହେଉ।ଶନି ଦେବଙ୍କୁ ଭଗବାନ୍ ଶିବଙ୍କର ସବୁଠୁ ପ୍ରିୟ ମନା ଯାଏ।ସେଥିପାଇଁ ଆଜି କରିଥିବା ଉପାୟ ଶିବଙ୍କୁ ପ୍ରସନ୍ନ କରିବା ସହିତ ଶନି ଦେବଙ୍କୁ ବି ପ୍ରସନ୍ନ କରିଦେବ।

ଚାଲନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟ ବିଷୟରେ ଯାହାକୁ କରି ଆପଣ ସବୁ ମନୋକାମନା ପୂରଣ କରିପାରିବେ।
ସର୍ବପ୍ରଥମେ ଆପଣ ଗୋଟେ ଧଳା କାଗଜ ନେବେ ଏବଂ ଏହା ସହ କିଛି ତେଲ ଏବଂ କୁମକୁମ୍ ନେବେ।ଏହି କାର୍ଯ୍ୟକୁ ଆପଣ କୌଣସି ଏକାନ୍ତ ଜାଗାରେ ବସି କରିବାକୁ ପଡ଼ିବ।ଯେମିତି କି କେହି ଆପଣଙ୍କୁ ନ ଦେଖେ। ତା ପରେ ଏହି ମନ୍ତ୍ରକୁ ୧୧ ଥର ଉଚ୍ଚାରଣ କରନ୍ତୁ।

ଏହି ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ଅଟେ।କିନ୍ତୁ ଏହି ମନ୍ତ୍ରକୁ ଏକ ଦମ୍ ସଠିକ୍ କରିବାର ଅଛି। ମନ୍ତ୍ରଟି ହେଲା

“ଓଁମ ଶନୋଦେବୀରଭିଷ୍ଟୟ ଆପେ ଭବନ୍ତୁ
ପିତୟେ ଶନ୍ୟୋର ଭିସ୍ତବସ୍ତୁ ନଃ”

ଏହି ମନ୍ତ୍ରକୁ ୧୧ ଥର ଜପ କଲା ପରେ କୁମକୁମ୍ ଆଉ ତେଲକୁ ମିଶାଇ ସେହି କାଗଜରେ ଆପଣଙ୍କ ଗୋଟେ ଇଚ୍ଛାକୁ ଲେଖିଦିଅନ୍ତୁ।

ଗୋଟେ ଦିନ ରାତିରେ ଏହାକୁ ରଖୀ ତା ପର ଦିନ ଏହାକୁ ଏକ ଓସ୍ଥ ଗଛ ମୂଳେ ରଖି ଦିଅନ୍ତୁ।

Leave a Reply

Your email address will not be published. Required fields are marked *