ଭଲ ସମୟ ଆସିବାର ସଂକେତ ହୋଇଥାଏ ଏହି ସବୁ

ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସଫଳତା ପାଇବାକୁ ଇଚ୍ଛା ରଖିଥାନ୍ତି।ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି କଠିନ ପରିଶ୍ରମ ବି କରିଥାନ୍ତି।ସର୍ବଦା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଦୁଇଟି କଥା ସହ ଜଡି ହୋଇ ରହିଥାଏ।ଭଲ ସମୟ ଓ ଖରାପ୍ ସମୟ।ଯଦି ଆଜି କାହାର ଖରାପ୍ ସମୟ ଆସିଥାଏ ତେବେ ଗୋଟେ ନା ଗୋଟେ ଦିନ ଭଲ ଦିନ ଆସିବ।

କାହିଁକି ନା ପ୍ରତ୍ୟେକ ରାତ୍ରିର ପରେ ହିଁ ସୂର୍ଯ୍ୟ ଉଦୟ ହୋଇଥାଏ।ମଣିଷ ମାନଙ୍କ ଜୀବନରେ ଯେବେ ବି ଭଲ ସମୟ ଆସିବାକୁ ଥାଏ ଭଗବାନ୍ ତାଙ୍କୁ କିଛି ସଂକେତ ନିଶ୍ଚିତ ଦେଇଥାନ୍ତି।

ଏହି ସଙ୍କେତକୁ ଆମେ ବୁଝି ପାରି ନ ଥାଉ।ସ୍ବପ୍ନ ଆମକୁ ଭବିଷ୍ୟତରେ ଘଟୁଥିବା ଘଟଣାର ଝଲକ୍ ଦେଖାଇଥାଏ।ସ୍ୱପ୍ନରେ ସୂର୍ଯ୍ୟ ଉଦୟ ହେଉଥିବା,ମିଠା ଖାଉଥିବା,ଘର ତିଆରି କରୁଥିବା,କିମ୍ବା କ୍ଷୀର ପାନ କରୁଥିବାର ଦେଖିବା ,ହାତୀ କିମ୍ବା ଘୋଡ଼ା ଉପରେ ବସିଥିବାର ଦେଖିବା,ନିଜକୁ ଦୃତ ଗତିରେ ଦୌଡ଼ୁଥିବାର ଦେଖିବା,ସବୁଜ ପରିବେଶ ଦେଖିବା କିମ୍ବା ବହୁତ୍ ଅଧିକ ପାଣି ବହୁଥିବର୍ ଦେଖିବା ଏହି ଭଳି ସ୍ବପ୍ନ ଦେଖିଲେ ଆପଣ ଜାଣିବେ ଆପଣ ଶୀଘ୍ର ହିଁ କେଉଁ କ୍ଷେତ୍ରରେ ଉନ୍ନତି କରିବେ।

ଯଦି ସ୍ୱପ୍ନରେ ଗୁରୁ,ଦେବତା,ଶିବ ଲିଙ୍ଗ,ପେଚା,ସାପ କି ଶୁଆ ଦେଖନ୍ତି ତ ଜାଣନ୍ତୁ ଏହା ଶୁଭ ସଂକେତ ଅଟେ।ସ୍ୱପ୍ନରେ ଯଦି ଆପଣ ଗୋଲାପ ଦେଖନ୍ତି ତ ଜାଣି ନିଅନ୍ତୁ ଆପଣଙ୍କର କିଛି ବଡ଼ ମାନୋକାମନା ପୂରଣ ହେବାର ଅଛି।ଯଦି ଆପଣଙ୍କୁ ସକାଳୁ ସକାଳୁ ଅଚାନକ କେଉଁଠାରୁ ଧନ ପ୍ରାପ୍ତି ହେଉଥାଏ କିମ୍ବା କିଏ ଆପଣଙ୍କୁ ସକାଳୁ ସକାଳୁ ଉଧାର ନେଇଥିବା ଟଙ୍କା ଫେରାଇବାକୁ ଆସିଥାଏ ତ ଜାଣି ନିଅନ୍ତୁ କି ଈଶ୍ବରଙ୍କ ତରଫରୁ ଏହା ଶୁଭ ସଙ୍କେତ।

Leave a Reply

Your email address will not be published. Required fields are marked *