ଜୀବନକୁ କି ଅବା ଭରଷା …. ଜୀବନକୁ ନେଇ ଏକ ସୁନ୍ଦର ଉପସ୍ଥାପନା

ସୁର୍ଯ୍ୟାସ୍ତ ହୁଏ ଏକ ନୁତନ ସକାଳ ର ଆଶା ଦେଇ ,ଠିକ ଆମ ଜୀବନ ଭଳି ।ଜନ୍ମ ଆଉ ମୃତ୍ୟୁ ର ମଝି ସମୟ ଭିତରେ କେତେ ଯେ ଘଟଣା ଓ ଦୁର୍ଘଟଣା ଘଟିଯାଏ ତାର ହିସାବ ନାହିଂଁ । କିଏ ତାର ଜୀବନ କୁ ଏପରି ଗଢେ ଯେ ସେ ଧରା ପ୍ରୃଷ୍ଠାରୁ ଗଲେ ବି ତାର ଛାପ ପିଢି ପରେ ପିଢି ପାଇଂଁ ପ୍ରେରଣା ବନି ରହିଯାଏ। ଇଶ୍ବର କଂ ସୃଷ୍ଟି ରେ ଆମେ ମାନେ ହଠାତ ଏକ ରହସ୍ୟମୟ ସ୍ଥାନ କୁ ଆସୁ । ମା ଗର୍ଭରୁ ବାହାରି ଧରିତ୍ରୀ ମାଟି ଉପରେ ପାଦ ଥୋଉ ଥୋଉ ସାରା ବିଶ୍ବ ଆମକୁ ତାର ସର୍ବସ୍ବ ଦେଇ ଆମକୁ ସ୍ବାଗତ କରେ। ସୁର୍ଯ୍ୟ ଚନ୍ଦ୍ର ତାରା ବ୍ରୃକ୍ଷ ଲତା ପାଣି ପବନ ପଶୁ ପକ୍ଷୀ ସଭିଏଂଁ ଆମକୁ ସହଜରେ ବଢିବା ପାଇଂଁ ସବୁ ଉପାଦାନ ମାନ ଖଂଜି ଦିଅନ୍ତି ।ଏହି ପ୍ରକ୍ରିୟା ପ୍ରୃଥିବୀରେ ଜୀବନ ଆସବି ପୁର୍ବରୁ ଚାଲିଆସୁଛି ।ଆଜି ଆମେ ଯାହା ବି ହୋଇଛେ ସେଥିରେ ଏ ସମାଜର ବି ଅନେକ ମହତ୍ତ୍ବପୁର୍ଣ ଭୁମିକା ରହିଛି। ସବୁ ଆମେ ଅନ୍ୟଠୁ ଗ୍ରହଣ କରିଚାଲୁ କିନ୍ତୁ ଯେତେବେଳେ ଦେବା ର ସମୟ ଆସେ ସବୁ ମୋର ମୋର କହି ଜୀବନ ବ୍ୟାପୀ କ୍ରୃତଘ୍ନତାର ପରିଚୟ ଦିଏ। ବର୍ତ୍ତମାନ ସମୟରେ ସବୁ ସେବା ଦେବା ପାଇଂ ବହୁତ କମ ଲୋକ ଅଛନ୍ତି କିନ୍ତୁ ସେବା ପାଇବା ପାଇଂଁ ଅନେକ ,ସାହାର୍ଯ୍ୟ ଦେବା ପାଇଂ ବହୁତ କମ ଲୋକ କିନ୍ତୁ ସାହାର୍ଯ୍ୟ ନେବା ପାଇଂ ସମସ୍ତେ ଆଗ୍ରହୀ ।ଯେମିତି ଫଳ ଖାଇବା କୁ ସମସ୍ତେ ଆଗୁଆ କିନ୍ତୁ ଗଛ ଲଗାଇବା କଥା ଉଠିଲା ଦାନ୍ତ ଦେଖେଇ ଚାଲୁଯାନ୍ତି ।

ଅନେକ ଲୋକ ବି ଅଛନ୍ତି ଅସହାୟ ଲୋକ କୁଂ ସାହାର୍ଯ୍ୟ କରିବା କଥା ଉଠିଲେ ଅବିଳମ୍ବେ କହିପକାନ୍ତି ସେ ତା କର୍ମଫଳ ଭୋଗୁଛି ଆମର କଣ ଦରକାର । ଆପେ ବଂଚିଲେ ବାପର ନାଂଁ ନ୍ୟାୟ ରେ ମିଥ୍ୟା ଅହଂକାର ଦେଖାଇ ଚାଲିଯାନ୍ତି ।କିନ୍ତୁ ଭୁଲି ଯାଆନ୍ତି ଆମ ପୁର୍ବରୁ କେତେ ରଜା ମହାରଜା ..ହୁଅନ୍ତୁ କି ପ୍ରବଳ ପରାକ୍ରାମୀ ନ୍ରୃଶଂସ ହତ୍ୟାକାରୀ ସବୁ ମରି ହଜିଗଲେଣି । ଯାହା ମୋର ସ୍ବପ୍ନ ତାହା କାହାର ବାସ୍ତବତା । ସ୍ବପ୍ନ ପୁରଣ କରିବି ବୋଲି ଆମେ ଅନ୍ୟର ତଣ୍ଟି କାଟିବା ବା କେତେ ଦୁର ଠିକ ।ସେମାନକଂ ଭିତରୁ ଅନେକ ଅଛନ୍ତି ଧର୍ମଭୀରୁ ସେମାନକଂର ସକାଳ ପାଏ ପର ବାଡିରୁ ଫୁଲ ଚୋରି କରି ମନ୍ଦିର ରେ ଠାକୁରକୁଂ ପୁଜା କରନ୍ତି କିନ୍ତୁ ନିଜ ଅଗଣାରେ ଫୁଲ ଗଛ ଲଗାଇବା ପାଇଂ ହାତ ବରଫ ପାଲଟିଯାଏ। ଠାକୁର କୁଂ ସୁଦ୍ଦ କ୍ଷୀର ସ୍ନାନ କରାନ୍ତି କିନ୍ତୁ ପଡିଶା ଘର ପିଲାକୁ କ୍ଷୀର ବିକିଲା ବେଳକୁ କେତେ ଅଧିକ ପାଣି ମିଶାଇଲେ ଲାଭ ହେବ ଭାବନ୍ତି, ଠାକୁର କୁଂ ହଜାର ପ୍ରକାର ର ଭୋଗ ଲଗାନ୍ତି କିନ୍ତୁ ନିଜର ଘରେ ଚଳନ୍ତି ଇଶ୍ବରକୁଂ ପ୍ରତି ଅବହେଳ କରିବାକୁ ପଛାନ୍ତି ନାହିଂଁ।ଆଉ ପୁଜାପଛରେ ଥିବା ସେହି ଆଧ୍ୟାତ୍ମିକତା ନାହିଂଁ ଯେଉଂଁ ଇଶ୍ବର କହିଛନ୍ତି ମାନବ ସେବା ହିଂଁ ମୋର ସେବା ।ସେକଥା ଆମେ ଭୁଲୁ କିନ୍ତୁ ଗରିବ ଅସହାୟ ଛାତିରେ ଗୋଇଠା ମାରି ନିଜର ଦମ୍ଭତ୍ବ ଦେଖାଉ। କିନ୍ତୁ ବୁଝୁନୁ ଯେ ପାଣି ଫୋଟକା ତୁଲ୍ୟ ଏଜୀବନ କେବେଵି ଚାଲିଯାଇପାରେ।

ତେଣୁ ଅବଦୁଲ କଲାମ ତାକଂ ଭାଷଣରେ କହିଥିଲେ ଜୀବନ ଲମ୍ବା ନୁହେଂଁ ବଡ ହେବା ଦରକାର ।ଆମେ ଯୁବକ ମାନେ ଏହି ଆଦର୍ଶ ରେ ଚାଲିବା ନିହାତି ଜରୁରୀ ।ଏହି ଜୀବନ ଆମର ମହତ୍ତ୍ବପୁର୍ଣ୍ଣ ହେବା ଦରକାର ।ଯେପରକି ଆମର ମ୍ରୃତ୍ୟ ପରେ ଆମକୁ ଅନ୍ୟମାନେ ମନେପକାଇବେ।ଆମ ମାନକଂର ଅନ୍ୟମାନକଂ ପ୍ରତି ସ୍ନେହ,ଭଲପାଇବା,ସହାନୁଭୁତି ଦୟା ପରୋପକାରୀ ମନୋଭାବ ବଢିବା ଆବଶ୍ୟକ ।ଯାହାଦ୍ବାରାକି ଆମ ମାନେ ଆମ ଶେଷ ଜୀବନରେ ନିଜକୁ ଦୋଷୀ ବୋଲି ଭାବିବାନି ।

ଇଶ୍ବର କଂ ସ୍ରୃଷ୍ଟି ରେ କେହି ହେଲେ ନିଜ ପାଇଂଁ ବଂଚନ୍ତି ନି ।ଯେପରି ସୁର୍ଯ୍ୟ ନିଜ ପାଇଂ ଜଳେନି ତାର ଆଲୋକ ସମସ୍ତ କୁଂ ସମାନ ପରିମାଣ ରେ ବାଣ୍ଟେ ,ଗଛ ତାର ଫଳକୁ ନିଜେ ଖାଏ ନି କେତେ ଭୋକିଲା କଂ ପେଟ ପୁରାଇବା ସହ ସ୍ବାଦିଷ୍ଟତା ଭରିଦିଏ ,ନଦୀ ତାର ସମଧୁର ଜଳ ନିଜେ ପିଏନି,ଫୁଲ ତା ବାସ୍ନା କୁ ଚାରିଆଡେ ବିଛୁରିତ କରେ।ତେଣୁ ଅନ୍ୟମାନକଂ ପାଇଂ ଜୀଇଂଁବା ହିଂଁ ପ୍ରକ୍ରୃତିର ନିୟମ। କିନ୍ତୁ ଏକମାତ୍ର ମଣିଷ କଣ କରେ ସବୁ ମୋର ମୋର କହି ଜୀବନ ସାରିଦିଏ, ଆମେ ମାନେ ସମସ୍ତେ ଏ ସୁନ୍ଦର ଜୀବନ ପାଇଛୁ ପରସ୍ପର କୁ ସାହାର୍ଯ୍ୟର ହାତ ବଢାଇବା ପାଇଂଁ।ଜୀବନରେ ଆମକୁ ଯେତେ ବି ଝଡଝଂଞା ର ସମ୍ମୁଖୀନ ହେବାକୁ ପଡୁ ;ଅନ୍ୟର ମୁହଂଁରେ ହସ ଫୁଟାଇ ପାରିବା ପାଇଂଁ ଚେଷ୍ଟା କରିବା ସହିତ ଯେତେଦୁର ସମ୍ଭବ ଅସହାୟ କୁ ସହାୟତା ପ୍ରଦାନ କରିବା ଜରୁରୀ।କାହିଂଁକି ନା ଏପରି କଲେ ଆମର ଏହି ଛୋଟ ଜୀବନ ମୁଲ୍ୟବାନ ଓ ଅର୍ଥପୁର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *