6 ଦିନ ପର୍ଯ୍ୟନ୍ତ ସବୁ ବ୍ୟାଙ୍କ ବନ୍ଦ ରହିବ ,ଏଟିଏମ୍ ରୁ ବି ଟଙ୍କା ମିଳିବନି I

ବ୍ୟାଙ୍କ ରେ ଯଦି ଆପଣ ଙ୍କ ଆକାଉଣ୍ଟସ ଅଛି ତେବେ ନିହାତି ଭାବରେ ଏହି ବଡ ଖବର ଯାଣିନିଅନ୍ତୁ I କାହିଁକିନା ଆଗାମୀ ସପ୍ତାହରେ ପ୍ରାୟତଃ 6 ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ ,ଆପଣ ବ୍ୟାଙ୍କ ରେ ଟଙ୍କା ଡିପୋଜିଟ କିମ୍ବା ଉଠାଇ ପାରିବେ ନାହିଁ I ଏପରିକି ଏଟିଏମ ରୁ ମଧ୍ୟ ଟଙ୍କା ଉଠାଇ ପାରିବେ ନାହିଁ I ଆସନ୍ତା ସେପ୍ଟେମ୍ବର ମାସରେ ବ୍ୟାଙ୍କ କର୍ମଚାରୀ ମାନେ ଆନ୍ଦୋଳନ ରେ ଯିବାର ସମ୍ଭାବନା ରହିଥିବାରୁ ଏକ ବଡ ଲମ୍ବା ଛୁଟି ହେଇପାରେ I ଯେଉଁଥିପାଇଁ ଆପଣ ବ୍ୟାଙ୍କ ଜନିତ କୌଣସି ନେଣ ଦେଣ କରିପାରିବେ ନାହିଁ I

ପ୍ରାପ୍ତ ସୂଚନା ଅନୁଯାଇ ସେପ୍ଟେମ୍ବର 2ତାରିଖ ରବିବାର ପଡୁଥିବାରୁ ଏହି ଦିନ ଛୁଟି ରହୁଛି ,ସେପ୍ଟେମ୍ବର 3 ତାରିଖ ସୋମବାର ଦିନ ମଧ୍ୟ ଜନ୍ମାଷ୍ଟମୀ ଉପଲକ୍ଷେ ଛୁଟି ରହୁଛି I 4ଏବଂ 5 ତାରିଖ ଦିନ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବ I ୟୁନାଇଟେଡ଼ ଫେଡେରେସନ ଅଫ ବ୍ୟାଙ୍କ ୟୁନିଅନ ତରଫରୁ ପେନସନ ଦାବିରେ ଏହି ଆନ୍ଦୋଳନ କରାଯାଉଛି I

ଗୁରୁବାର ଏବଂ ଶୁକ୍ରବାର 6,7 ବ୍ୟାଙ୍କ ଖୋଲା ରହିବ I ପୁଣି 8 ତାରିଖ ଶନିବାର ଏବଂ ରବିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ I ଏଣୁ ବ୍ୟାଙ୍କ ଜନିତ ଯେ କୌଣସି କାମ ଯଦି ଆପଣଙ୍କ କରିବାର ଅଛି ତେବେ ନିର୍ଧାରିତ ସେପ୍ଟେମ୍ବର 1ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ କରିଦିଅନ୍ତୁ ନଚେତ ବଡ ସମସ୍ୟାରେ ପଡିପାରନ୍ତି I

Leave a Reply

Your email address will not be published. Required fields are marked *