ଯଦି ଆପଣ ମଧ୍ୟ ବାଉଁଆ ତାହେଲେ ନିଶ୍ଚୟ ପଢନ୍ତୁ ଏହାକୁ

ବିଶ୍ବରେ ପାଖା ପାଖି ୭.୬ବିଲିଅନ୍ ଲୋକ ବାସ କରୁଛନ୍ତି।କିନ୍ତୁ ପ୍ରତ୍ୟେକ ଲୋକ ଅନ୍ୟ ଲୋକ ଠାରୁ କୌଣସି ନା କୌଣସି କ୍ଷେତ୍ରରେ ଭଲ ଥାନ୍ତି।ଜଣେ ଡାଉଁଆ ହେଲେ ଆଉ ଜଣେ ବାଉଁଆ ଆଉ ଜଣେ ଡେଙ୍ଗା ହେଲେ ଆଉ ଜଣେ ଗେଡା ହୋଇଥାନ୍ତି।ଏହିପରି ଭିନ୍ନ ଭିନ୍ନ ଲୋକ ବାସ କରନ୍ତି।ଆଜି ଆମେ ବାଉଁଆ ମାନଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।ଯାହାକି ସେମାନଙ୍କୁ ଡାଉଁଆ ଲୋକଙ୍କ ଠାରୁ ଅଲଗା କରିଥାଏ।

୨୦୦୬ରେ କରାଯାଇଥିବା ଏକ ଗବେଷଣା ଅନୁସାରେ ଏହା ଜଣା ପଡ଼ିଛି କି ଡାଉଁଆ ବ୍ୟକ୍ତି ମାନଙ୍କ ଠାରୁ ବାଉଁଆ ମାନେ ଜଲଦି ପ୍ରତିକ୍ରିୟା ଶିଳ ହୋଇଥାନ୍ତି।କାହିଁକି ନା ବାମ ହାତରେ ଅଧିକ କାମ କରିବା ଦ୍ୱାରା ଏମାନଙ୍କ ମସ୍ତିଷ୍କ ଶିଘ୍ର କାମ କରିଥାଏ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଧିକାଂଶ ବାଉଁଆ ମାନେ ଦିନରେ ଦେଖୁଥିବା ସ୍ବପ୍ନକୁ ପୁରା କରିବାରେ ବିଶ୍ୱାସ ରଖନ୍ତି।

ଏବଂ ସବୁବେଳେ ଉଚ୍ଚ ମନୋଭାବ ରଖନ୍ତି।ଏକ ଗବେଷଣାରୁ ଜଣା ପଡିଛି ଯେ ବାଉଁଆ ମାନେ ଷ୍ଟ୍ରୋକ ରୁ ଅନ୍ୟ ମାନଙ୍କ ଅପେକ୍ଷା ଶୀଘ୍ର ଭଲ ହୋଇଯାନ୍ତି।

ଏହି ବ୍ୟକ୍ତି ମାନଙ୍କର ସ୍ମରଣ ଶକ୍ତି ମଧ୍ୟ ଅଧିକ।ବିଜ୍ଞାନ ଅନୁସାରେ ଏହି ବ୍ୟକ୍ତି ମନେ ଅଭିଜ୍ଞତା ନ ଥିବା କାମରେ ଅଧିକ ସମୟ ଦେଇଥାନ୍ତି।ଏବଂ ସେମାନେ ତାଙ୍କ ପରିଣାମ କଥା ବି ଚିନ୍ତା କରନ୍ତି।ଆହୁରି ମଧ୍ୟ ଯଦି ପରିବାରର କେହି ବାଉଁଆ ହୁଅନ୍ତି ତେବେ ତାଙ୍କର ସନ୍ତାନ ସନ୍ତନ୍ତି ବାଉଁଆ ହୋଇ ଜନ୍ମ ହୁଅନ୍ତି ନାହିଁ।

Leave a Reply

Your email address will not be published. Required fields are marked *