ବିଭୁତି ଏବଂ ଶୁଚିସ୍ମିତା ଙ୍କ ଏକ ନିଆରା ବାସ୍ତବ ଶାଶ୍ୱତ ପ୍ରେମ କାହାଣୀ :ପଢିଲେ ଆପଣଙ୍କ ଆଖିରୁ ଲୁହ ବୋହିଯିବ

(ଉପସ୍ଥାପନା :ଗୋପାଳଚନ୍ଦ୍ର)କୁହାଯାଏ ପ୍ରେମ ସୁନ୍ଦର ,ପ୍ରେମ ଶାଶ୍ୱତ ,ପ୍ରେମ ଅନ୍ଧ I ନା କେବେ ସେ ଶରୀର ର ସୁନ୍ଦରତା ଦେଖେ ନା ଭଲ ଖରାପ ପରଖେ I ବାସ୍ ଥରଟେ ଦୁଇଟି ସୁନ୍ଦର ହୃଦୟ ର ମିଳନ ହେଇଗଲେ ପ୍ରେମ ହେଇଯାଏ I ଆଜିକାଲି ଅବଶ୍ୟ ଏ ସ୍ୱାର୍ଥପର ଯୁଗରେ ପ୍ରେମର ସଂଜ୍ଞା ତା ବଦଳିଯାଇଛି I କିନ୍ତୁ ପ୍ରେମ ତ ସବୁବେଳେ ସତ୍ୟ ଏବଂ ଚିରନ୍ତନ ତା ପରିଭାଷା ବଦଳିବ ବା କିପରି Iସ୍ୱାର୍ଥପର ଦୁନିଆରେ ଏବେ ବି ଶାଶ୍ୱତ ଚିରନ୍ତନ ପ୍ରେମ ବଞ୍ଚିରହିଛି Iଏହାର ଜ୍ୱଳନ୍ତ ଉଦାହରଣ ବିଭୁତି ଏବଂ ଶୁଚିସ୍ମିତା I ଘର ପୁରୀ ଜିଲ୍ଲା ନିମାପଡା ଚଅଂରପଡା ପଂଚାୟତ ର ହଂସପଡା ଗ୍ରାମ ରେ I

ବିଭୁତି ସେଠି ଛୋଟ ବେଳୁ ଭଲ ପାଠ ପଢୁଥିଲେ ,କିନ୍ତୁ ନିୟତି ର ନିଷ୍ପତି ଥିଲା ଅଲଗା I ମାଟ୍ରିକ ପରୀକ୍ଷା ପରେ ବିଭୁତି ଙ୍କର ଦୁଇ ଆଖି ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହେଇଗଲା I ଦୁନିଆକୁ ଭଲକି ଦେଖିବା ଆଗରୁ ସବୁଦିନ ପାଇଁ ଅନ୍ଧ ହେଇଗଲେ Iପରିବାର କହିଲେ ମା ସହିତ ଅନ୍ୟ ବଡ ତିନିଭାଇ I ଦରିଦ୍ର ର କସା ଘାତ ସତେ ଯେପରି ପେଷି ହେଇଯାଉଥିଲେ ବିଭୁତି I କ୍ରମଶଃ ସଂସାର ର ପଥରେ ପାଦ ଟେକି ବାଟ ଚାଲିବାକୁ PPVO ନିମାପଡା ରେ କତା ବୁଣା ଟ୍ରେନିଂ ନେଲେ ବିଭୁତି I ଏଇଥି ଦେଖାହୁଏ ତାଙ୍କର ଶୁଚିସ୍ମିତା ଙ୍କ ସହିତ I

ଶୁଚିସ୍ମିତା ବିଭୁତି ଙ୍କୁ ପ୍ରଶିକ୍ଷଣ ଦେଉ ଦେଉ କେତେବେଳେ ଯେ ବିଭୁତିଙ୍କ ପ୍ରେମରେ ପଡିଗଲେ ଜାଣିପାରିନଥିଲେ I ବିଭୁତି ଙ୍କ ଶାରୀରିକ ଅକ୍ଷମତା ଏବଂ ଦୃଷ୍ଟିଶକ୍ତି ହୀନତା ବାଧକ ସାଜିପାରିନଥିଲା ଦୁହିଁଙ୍କ ପ୍ରେମରେ I ବିଭୁତି ଭଲ ଗୀତ ଗାଉଥିଲେ ,ଆଉ ଏହି ଗୀତ ର ପ୍ରେମ ପଡିଯାଇଥିଲେ ଶୁଚିସ୍ମିତା I

ଦୁହେଁ କ୍ରମଶଃ ନିଷ୍ପତି ନେଲେ ବିବାହ କରିବାକୁ କିନ୍ତୁ ସବୁ ସିନେମା ର କାହାଣୀ ପରି ବିଭୁତି ଏବଂ ସୁଶୀସ୍ମିତା ଙ୍କ ପ୍ରେମ କାହାଣୀ ରେ ଝଡ ରୂପକ ବାଧକ ସାଜିଥିଲେ ଶୁଚିସ୍ମିତା ଙ୍କ ପରିବାର ଲୋକ I ଯେହେତୁ ଶୁଚିସ୍ମିତା ଖଣ୍ଡାୟତ ଘର ଏବଂ ବିଭୁତି ସେଠୀଘର ପରିବାର ର ଥିଲେ ସେଥିପାଇଁ ଜାତି ପ୍ରଥା ର ପାଚେରୀ ଠିଆ ହେଇଥିଲା ଦୁହିଁଙ୍କ ପାଇଁ Iଶୁଚିସ୍ମିତା ଙ୍କ ପରିବାର ଗ୍ରହଣ କରିପାରିନଥିଲେ ବିଭୁତି ଙ୍କୁ ଯେହେତୁ ସେ ଅନ୍ଧ ଏବଂ ନୀଚ ଜାତିର ଥିଲେ I କିନ୍ତୁ କୁହାଯାଏ ପ୍ରେମ କୌଣସି ବାଧା ବନ୍ଧନ ମାନେନି I ସେଥିପାଇଁ ଦୁହେଁ ପରିବାର ବିରୋଧ ରେ ଘର ଛାଡି କୋର୍ଟ ରେ ବିବାହ କରିଥିଲେ I ଅବଶ୍ୟ ବିଭୁତି ଙ୍କ ପରିବାର ଲୋକେ ଶୁଚିସ୍ମିତା ଙ୍କୁ ଆପଣେଇ ନେଇଥିଲେ Iଦରିଦ୍ର ର ତାଡନା ରେ ନା ଖାଇବାକୁ ଦି ଓଳି ଥିଲା ନା ରହିବାକୁ ଭଲ ଘର ଖଣ୍ଡେ ,ତଥାପି ଏଥିପାଇଁ ଲେଶ ମାତ୍ର ଦୁଃଖ ନଥିଲା ଶୁଚିସ୍ମିତା ଙ୍କର I ସମସ୍ତେ କହୁଥିଲେ ଅନ୍ଧ କୁ ନେଇକି କଣ ସଂସାର କରିହୁଏ ,କିନ୍ତୁ ଏହାକୁ ଭୃକ୍ଷେପ କରୁନଥିଲେ ଶୁଚିସ୍ମିତା I ୟା ମଧ୍ୟରେ ଦୁହିଁଙ୍କ ଦାମ୍ପତ୍ୟ 8/9ବର୍ଷ ଗଡିଗଲାଣି ତଥାପି ପ୍ରେମ କମିନି I

ହସ ଖୁସିରେ ପରିବାର ଚାଲିଛି I ଛୋଟ ଛୋଟ ଦୁଇଟି ଝିଅ ଙ୍କୁ ନେଇ ତାଙ୍କ ପରିବାର I କେଭେଁବି ମନ ଦୁଃଖ କରନ୍ତିନି ବିଭୁତି ଯେ ତାଙ୍କର ଆଖି ନାହିଁ ବୋଲି ,କୁହନ୍ତି ମୋ ଆଖିରେ ଲୁହ ଦେଖିପାରିବନି ବୋଲି କାଳିଆ ମତେ ଆଖି ଦେଇନି I ମୋର ସିନା ଆଖି ନାହିଁ ମୋ ସ୍ତ୍ରୀ ର ତ ଆଖି ଅଛି I

ଭଗବାନ କରନ୍ତୁ ସବୁ ଅନ୍ଧ ମାନଙ୍କୁ ଶୁଚିସ୍ମିତା ପରି ସ୍ତ୍ରୀ ମିଳନ୍ତୁ I ସତରେ ଆଜିକା ଯୁଗରେ ଯେ ଶୁଚିସ୍ମିତା ଙ୍କ ପରି ଝିଅ ଅଛନ୍ତି ତାଙ୍କୁ ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ I ଶୁଚିସ୍ମିତା ଏବଂ ବିଭୁତି ଙ୍କୁ ଦେଖିଲେ ଆପଣ ହୃଦୟରୁ ସଲ୍ୟୁଟ କରିବେ ସେମାନଙ୍କର ପ୍ରେମ ପାଇଁ I

Leave a Reply

Your email address will not be published. Required fields are marked *