କିଡନୀ ଖରାପ୍ ହେବା ପୂର୍ବରୁ ଦେଖା ଯାଏ ଏହି ସବୁ ଲକ୍ଷଣ

ଆଜି ଆମେ ଜାଣିବା ଆମ ଶରୀରରେ କିଡନୀ ଖରାପ୍ ହେବା ପୂର୍ବରୁ ଆମକୁ କଣ କଣ ସଂକେତ ଦେଇଥାଏ।ଯାହା ଦ୍ବାରା ଆପଣ ନିଜର ଚିକିତ୍ସା କରାଇ ପାରିବେ।
କିଡନୀ ଆମ ଶରୀରର ରକ୍ତ ସଫା ରଖିବା ସହ ବିଷାକ୍ତ ଜିନିଷକୁ ଆମ ଶରୀରରୁ ବାହାର କରିଦିଏ।

ମନୁଷ୍ୟ ଶରୀରରେ ଦୁଇଟି କିଡନୀ ଥିବା ବେଳେ ଯଦି ଗୋଟିଏ କିଡନୀ ଖରାପ୍ ହୋଇଯାଏ ତେବେ ଏହାର ପ୍ରଭାବ ପୁରା ଶରୀର ଉପରେ ପଡିଥାଏ।ଯାହା ଶେଷରେ ଆମକୁ ମୃତ୍ୟୁ ମୁଖକୁ ନେଇ ଯାଇଥାଏ। ଏବେ ଆମେ ଜାଣିବା କିଡନୀ ଖରାପ୍ ହେବା ପୂର୍ବରୁ କଣ ସବୁ ଲକ୍ଷଣ ଦେଇଥାଏ।

୧.ପେଟ ବିନ୍ଧା ହେବା –

ଯଦି ଆପଣଙ୍କ ପେଟ ଯୋରେ ବିନ୍ଧା ହେଉଛି ଏବଂ ଏହା ଏକ ସପ୍ତାହ ଧରି ଲାଗି ରହୁଛି ତେବେ ଅଣଦେଖା କରନ୍ତୁ ନାହିଁ।

୨.ହାତ ଗୋଡ ସିଝା ଦେଖାଯିବା –

ଏହା ମଧ୍ୟ କିଡନୀ ଖରାପ୍ ହେବାର ଏକ ଲକ୍ଷଣ ହୋଇପାରେ।କାରଣ କିଡନୀ ଖରାପ୍ ହେଲେ ଶରୀରରେ ବିଷାକ୍ତ ରକ୍ତ କମିଯାଇଥାଏ।

ଯାହା ଦ୍ବାରା ହାତ ଏବଂ ଗୋଡ଼ ସିଝିବା ପରି ଦେଖାଯିବା ସହ ଲାଲ୍ ମଧ୍ୟ ପଡି ଯାଇଥାଏ।ଏଣୁ ଏହାର ଅଣଦେଖା ନ କରି ଯଥା ଶୀଘ୍ର ଏହାର ଉପଚାର ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୩. ପରିସ୍ରାରେ ରକ୍ତ ଆସିବା –

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲକ୍ଷଣ ହେଉଛି ଯେବେ ଆମ କିଡନୀ ଖରାପ୍ ହୁଏ ଆମ ପରିସ୍ରାରେ ରକ୍ତ ବାହାରି ଥାଏ।କାରଣ କିଡନୀ ଖରାପ୍ ହେଲେ କିଡନୀ ରେ ରକ୍ତ ଠିକ୍ ଭାବେ ଛାଣି ହୋଇ ପାରେ ନାହିଁ।ଯାହା ଫଳରେ କିଛି ରକ୍ତ ପରିସ୍ରା ଆଉ ମଳ ଦେଇ ବାହାରକୁ ଆସିଥାଏ।

୪.ଆପଣଙ୍କ ଅଜାଣତରେ ପରିସ୍ରା ହୋଇଯିବା –

ବେଳେ ବେଳେ କିଛି ଲୋକଙ୍କ ସହ ଏମିତି ହୁଏ କି ସେମାନେ ଅଜାଣତରେ ପରିସ୍ରା କରି ଦେଇ ଥାନ୍ତି।ଓ କିଛି ଲୋକ ତାଙ୍କ ପରିସ୍ରାକୁ ନିୟନ୍ତ୍ରଣରେ ରଖି ପାରନ୍ତି ନାହିଁ।ଏହି ସମସ୍ୟା ପ୍ରାୟ ବୃଦ୍ଧ ଆଉ ବୃଦ୍ଧା ମାନଙ୍କ ଠାରେ ଦେଖା ଦେଇଥାଏ ।

୫.କିଛି ନ କରି ଥକା ପଣ ଲାଗିବା-

ଯଦି ଆପଣ କିଛି ବି ଶାରୀରିକ ପରିଶ୍ରମ ନ କରି ଆପଣଙ୍କୁ ଥକା ଲାଗୁଛି ଓ ଏହା କିଛି ଦିନ ପର୍ଯ୍ୟନ୍ତ ଲାଗି ରହୁଛି ତେବେ ତୁରନ୍ତ ଯାଇ ଡାକ୍ତର ଙ୍କ ପରାମର୍ଶ କରନ୍ତୁ।ଏହା କିଡନୀ ଖରାପ୍ ହେବାର ଲକ୍ଷଣ ହୋଇପାରେ।

Leave a Reply

Your email address will not be published. Required fields are marked *