ସାଧନା, ଏକ ଭିର୍ଣ୍ଣ ବିରଳ ପ୍ରତିଭା :କିନ୍ନର ସମାଜ ପାଇଁ ଆଶା ର ଆଲୋକ

ସତ୍ୟସୁନ୍ଦର ରୁ ସାଧନା ଏକ କଷ୍ଟ ଜର୍ଜରିତ ଲମ୍ବା କାହାଣୀ I (ଉପସ୍ଥାପନା ;ଗୋପାଳ ଚନ୍ଦ୍ର):ଜୀବନ ଟା ବଡ ଜଟିଳ I କିଏ ବଂଚିବା ପାଇଁ ସଂଘର୍ଷ କରୁଛି ତ କିଏ ନିଜ ପରିଚୟ ପାଇଁ ଲଢେଇ କରୁଛି I କିଏ ହାରିଯାଏ କିଏ ଜିତେ I ଯିଏ ଜିତେ ସେ ଅନ୍ୟ ମାନଙ୍କ ପାଇଁ ଏକ ଅଶାର ଆଲୋକ ପାଲଟିଯାଏ I ଏକ ଆଦର୍ଶ ସାଜିଥାଏ I ସେମିତି ଜଣେ ହେଉଛନ୍ତି ସାଧନା ମିଶ୍ର I ସମସ୍ତଙ୍କର ପ୍ରିୟ ସାଧନା ମା I ସାଧନା ମିଶ୍ର ଓଡ଼ିଶାରେ ବେସ ଜଣା ଶୁଣା ନା ଟିଏ I ନିଜ ଉଦ୍ୟମ ବଳରେ ଆଜି କିନ୍ନର ସମାଜ ପାଇଁ ଆଶାର ଆଲୋକ ପାଲଟିଛନ୍ତି

ନିଜ ପରିଚୟ କୁ ନିଜେ ଲଢେଇ କରି ପାଇଛନ୍ତି Iକିନ୍ନର ସମାଜ ପାଇଁ ଲଢେଇ ଜାରି ରଖିଛନ୍ତି I କିସ୍ ପରି ବିଶ୍ୱବିଦ୍ୟାଳୟ ରେ ଜଣେ Executive ଅଫିସର ଭାବରେ ଅବସ୍ଥାପିତ ହେଇଛନ୍ତି I ଆଜି ଚାଲନ୍ତୁ ଜାଣିବା ତାଙ୍କ ଯିବନି ବିଷୟରେ I ନାମ ସତ୍ୟସୁନ୍ଦର ମିଶ୍ର I ଘର କେଉଁଝର ବଜାର I ଏକ ଗରିବ ବ୍ରାହ୍ମଣ ଘରେ ଜନ୍ମ I ବାପା ଏକ ସ୍କୁଲ ର ପିଅନ I ସତ୍ୟ ଙ୍କୁ ମିଶାଇ ଅନ୍ୟ ଦୁଇଜଣ ଭାଇ ଏବଂ ଜଣେ ଭଉଣୀ I ସାନ ପୁଅ ବୋଲି ଘରେ ସମସ୍ତଙ୍କର ପ୍ରିୟ ଥିଲେ I ଧୀରେ ଧୀରେ ବଡ ହେଲେ ସତ୍ୟ ବାପାଙ୍କ ସ୍କୁଲ ରେ ପାଠ ପଢିଲେ I ପୁଅ ପିଲାଙ୍କ ପୋଷାକ ରେ ନିଜକୁ ଅଣନିଶ୍ଵାସି ମନେକରୁଥିଲେ ,ଟିକିଏ ଫୁରୁସତ ମିଳିଲେ ଭଉଣୀର ଡ୍ରେସ ପିନ୍ଧି ଆଇନା ଆଗରେ ସଜେଇ ହେଉଥିଲେ I ମଥାରେ ବିନ୍ଦି ଏବଂ ଟିକିଲି ଲଗାଇଲେ ଭାରି ଖୁଶି ଲାଗୁଥିଲା I

ଆସ୍ତେ ଆସ୍ତେ ଅନ୍ୟମାନଙ୍କ ଆଖିରେ ଏ କଥା ଧରାପଡ଼ିବାରୁ ଗାଳି ଗୁଲଜ କରୁଥିଲେ ସତ୍ୟକୁ I ମାଡ ବି ମାରୁଥିଲେ I କିନ୍ତୁ ଏଥିପାଇଁ ଭୃକ୍ଷେପ ନଥିଲା ବାରମ୍ବାର ଇଛା ହେଉଥିଲା ପାଦରେ ନୁପୁର ନାଇବାକୁ I ଅନ୍ୟମାନେ ସମସ୍ତେ ମାଇଚିଆ କହି ଛିଗୁଲେଉଥିଲେ କିନ୍ତୁ ସତ୍ୟଙ୍କୁ କିଛି ଫରକ ପଡୁନଥିଲା I ଅବଶ୍ୟ ଏ ମାଇଚିଆ ସବ୍ଧ ଟା ଭାରି କଷ୍ଟ ଦେଉଥିଲା କାନକୁ I ୟା ମଧ୍ୟରେ ଉଞ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ଆସିଲେ ସତ୍ୟ I କଲେଜ ରେ ବି ସେଇ ଏକା କଥା ମାଇଚିଆ,ଭାରି ବିରକ୍ତ ହେଇଯାଉଥିଲେ ଏ ଶବ୍ଧରେ I ୟା ମଧ୍ୟରେ ସତ୍ୟ୍କୁ ବାପା ଚାଲିଯାଆନ୍ତି ଆରପାରିକୁ I ସତେ ଯେପରି ମାଟିତଳୁ ପୃଥିବୀ ତା ଛିଣ୍ଡିପଡିବା ଭଳି ଲାଗେ I ତଥାପି ଦମ୍ଭ ନହରାଇ ଗ୍ରାଜୁଏସନ କରନ୍ତି ସତ୍ୟ Iଭାରି କଷ୍ଟ ଲାଗୁଥାଏ କାହିଁକି ଭଗବାନ ତାଙ୍କୁ ଏପରି ଜୀବନ ଦେଲେ ,ନା ସେ ତାଙ୍କ ନିଜସ୍ୱ ଜୀବନ ଜି ପାରୁଛନ୍ତି ନା ଏ ଖୋଳପା ରେ ଖୁଶି ହେଉପରୁଛନ୍ତି I ୟା ମଧ୍ୟରେ ସେ ନିଜକୁ ବେଶ ଭଲ ଭାବରେ ବୁଝିସାରିଥିଲେ ସେ ପୁଅ ନୁହନ୍ତି କି ଝିଅ ନୁହନ୍ତି ସେ ଜଣେ କିନ୍ନର I ଏତେବଡ ଦୁନିଆରେ ତାଙ୍କୁ ଲାଗେ ସତେ ଯେପରି ସେ ଏକୁଟିଆ I ହଠାତ ଦିନେ ଦେଖାହୁଏ ତାଙ୍କର ମାୟାଧର ପରିଡା ଓରଫ ମୀରା ଙ୍କ ସହିତ I

ଏଇଠୁ ବଦଳିଯାଏ ତାଙ୍କ ଜୀବନର ପରିଭାଷା I ଜଣାଇବାକୁ ପାଆନ୍ତି ତାଙ୍କ କିନ୍ନର ସମ୍ପ୍ରଦାୟ ବାବଦରେ I ଖାଲି ସେ ନୁହନ୍ତି ତାଙ୍କ ଭଳି ଅନେକ ଏମିତି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି I ମନରେ ନିଅନ୍ତି ବଜ୍ର ଶପଥ କିନ୍ନର ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ I ୟା ମଧ୍ୟରେ ଗୁଜୁରାଟ ର ଏକ କମ୍ପାନୀ ରେ କାମ କରିବାର ସୁଯୋଗ ମିଳେ ସତ୍ୟକୁ I

ବାସ ସେ ଚାଲିଯାନ୍ତି ଗୁଜୁରାଟ ଏବଂ କିଛି ବର୍ଷର ରହଣି ପରେ ମନରେ ଆସେ ସାହସ I ନା ଆଉ ନୁହେଁ ବହୁତ ହେଇଗଲା ଏ ସତ୍ୟର ଖୋଳପା I ଏବେ ସେ ସମୟ ଆସିଯାଇଛି ଦୁନିଆକୁ ଜଣେଇବାକୁ ତାଙ୍କର ଅସଲ ପରିଚୟ Iବାସ ଫେରିଆସିଲେ ଓଡିଶା କିନ୍ତୁ ଏତେ ସହଜ ନଥିଲା ତାଙ୍କର ଏ ନିଷ୍ପତି I ଘର ର ଦ୍ୱାର ସବୁଦିନ ପାଇଁ ବନ୍ଦ ହେଇଯାଇଥିଲା ତାଙ୍କ ପାଇଁ I ସାଥ ଦେଇଥିଲା ସମ୍ପ୍ରଦାୟ ଏବଂ ପ୍ରିୟ ବନ୍ଧୁ ମୀରା I ଦୁହେଁ ସମସ୍ତ କିନ୍ନର ଙ୍କୁ ଏକାଠି କରି ଲଢେଇ କରିଥିଲେ ତାଙ୍କ ପରିଚୟ ପାଇଁ ସଖା ନାମରେ ଏକ ସଂଘାଠନ ଗଢି I ଶେଷରେ କିନ୍ନର ଙ୍କୁ ମିଳିଲା ତୃତୀୟ ଲିଙ୍ଗର ମାନ୍ୟତା I ବାସ ଆଉ ପଛକୁ ଫେରିନଥିଲେ ସତ୍ୟ ଓରଫ ସାଧନା I ସତ୍ୟରୁ ପାଲଟିଯାଇଥିଲେ ସମସ୍ତଙ୍କର ପ୍ରିୟ ସାଧନା ମା I

ଜୀବନରେ କେବେ ମା ହେବାର ସମ୍ଭବ ନଥିଲେ ମଧ୍ୟ ହଜାର ହଜାର ପିଲାଙ୍କର ସେ ପାଲଟିଯାଇଥିଲେ ମା I ପ୍ରଥମ କିନ୍ନର ଭାବେ ତାଙ୍କୁ ମିଳିଥିଲା ପାସ୍ପୋର୍ଟ

I କେବଳ ଏତିକି ନୁହେଁ White ହାଉସ ରୁ ତାଙ୍କୁ ଆସିଥିଲା ଏକ ନିମନ୍ତ୍ରଣ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ i ତାଙ୍କ ସାମାଜିକ କାର୍ଯ୍ୟରେ ଅଭିହୁତ ହେଇ କିସ୍ ବିଶ୍ୱବିଦ୍ୟାଳୟ ରୁ ତାଙ୍କୁ ଡକାଯାଇଥିଲା ଇଣ୍ଟରଭିଉ ପାଇଁ ,MBA କରିଥିବା ସାଧନା ଇଣ୍ଟରଭିଉ ରେ କୃତକାର୍ଯ୍ୟ ହେଇ କିସ୍ ପରି ଏକ ସୁନାମଧନ୍ୟ ପ୍ରସ୍ତିଷ୍ଠାନ ରେ Executive ଅଫିସର ଭାବେ ଯୋଗ ଦେଇଥିଲେ

i ଏବେ ତାଙ୍କ ଗୋଟିଏ ଲକ୍ଷ ସମସ୍ତ କିନ୍ନର ମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବେ i ଭଗବାନ ତାଙ୍କ ସମସ୍ତ ଆଶା ପୂର୍ଣ୍ଣ କରନ୍ତୁ ଏହାହିଁ ଓଡିଶା Exclusive ତରଫରୁ ଭଗବାନ ଙ୍କ ପାଖରେ ନିବେଦନ I

Leave a Reply

Your email address will not be published. Required fields are marked *