ଆତ୍ମହତ୍ୟା କରିବାକୁ ଏସ୍‌ପି ପିଇଲେ ବିଷ ,ଗୁରୁତର ଭାବେ ଆଇସିୟୁରେ ଭର୍ତ୍ତି

ଉତ୍ତରପ୍ରଦେଶ ରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା Iଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା କାନପୁର ସିଟି ର ଏସ୍‌ପି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାସ ନିଜ ଜୀବନ ହାରିବାକୁ ଚେଷ୍ଟା କରି ବିଷ ପି ଦେଇଛନ୍ତି Iଘଟଣା ସମ୍ପର୍କ ରେ ପରିବାର ଲୋକ ଜାଣିବା ପରେ ତାଙ୍କୁ ରେଜେନ୍ସି ହସ୍ପିଟାଲ ରେ ଆଇସିୟୁରେ ଭର୍ତ୍ତି କରାଯାଇଛି I ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି I ଏସପି କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଜଣାପଡିନାହିଁ Iତେବେ ପ୍ରାଥମିକ ସୂଚନା ଅନୁଯାଇ ଗତ କିଛିଦିନ ଧରି ସେ ପାରିବାରିକ ଅଶାନ୍ତି ରେ ରହୁଥିଲେ I ଏହି କାରଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି I ଘଟଣାର ତଦନ୍ତ ଜାରିରହିଛି I

ସୂଚନା ଥାଉ କି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାସ ଜଣେ ଭଲ ଏବଂ ଦକ୍ଷତା ଥିବା ପୋଲିସ ଅଫିସର ଭାବେ ଜଣାଶୁଣା I 2014
IPS ରେ ସେ ଉତୀର୍ଣ୍ଣ ହେଇଥିଲେ I

Leave a Reply

Your email address will not be published. Required fields are marked *