ପୁଣି ବଦଳିଲେ କଂଗ୍ରେସ ପିସିସି ସଭାପତି ?? ନିରଞ୍ଜନ ଙ୍କ ସ୍ଥାନରେ ଜ୍ଞାନେନ୍ଦ୍ର ??

ଗତକାଲି ଓଡ଼ିଶା କଂଗ୍ରେସ ର ନୂଆ ସଭାପତି ଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି I ସଭାପତି ବଦଳିଛନ୍ତି ,ନିରଞ୍ଜନ ଙ୍କ ବଦଳରେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓଡିଶା ପିସିସି ସଭାପତି ର ମଙ୍ଗ ଧରିଛନ୍ତି I କଣ ଆଜ୍ଞା ଚମକିପଡ଼ିଲେ କି କଂଗ୍ରେସ ର ନୂଆ ସଭାପତି ହେଲେ ଅଥଚ କୌଣସି ମିଡିଆରେ ଜଣାପଡିଲା ନାହିଁ I ହଁ ଆଜ୍ଞା କଥା ଟା ଏକଦମ ସତ Iକଥା କଣକି ଗତକାଲି ରାଜ୍ୟସରକାରଙ୍କୁ ସମାଲୋଚନା କରି କଂଗ୍ରେସ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଦିଆଯାଇଥିଲା ଯେଉଁଥିରେ କି ସଭାପତି ଭାବେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଙ୍କ ନାମ ଥିବାବେଳେ ସେଥିରେ ଦଶଖତ ମଧ୍ୟ ଥିଲା ଏବଂ ସବୁଠୁ ବଡ କଥା ହେଲା ପିସିସି ପ୍ରଚାର କମିଟି ର ବରିଷ୍ଠ ସଭ୍ୟ ଅଶୋକ ସାମଲ ଙ୍କ ସ୍ଵାକ୍ଷର ମଧ୍ୟ ରହିଛି I

ଶ୍ରୀଯୁକ୍ତ ସାମଲ ପରି ଜଣେ ବରିଷ୍ଠ ସଭ୍ୟ ଙ୍କର ସ୍ଵାକ୍ଷରିତ ଥିବା ହେତୁ ଉକ୍ତ ବିଜ୍ଞପ୍ତି ଟି ସବୁଆଡେ ଚର୍ଚ୍ଚା ଧରିବାରେ ଲାଗିଛି I ଅବଶ୍ୟ ଏନେଇ କଂଗ୍ରେସ ତରଫରୁ କୌଣସି ସୂଚନା ଦିଆଯାଇନାହିଁ I ସୂଚନା ଥାଉ କି ପ୍ରସାଦ ପିସିସି ସଭାପତି ଥିବାବେଳେ ଦଳୀୟ ଅସନ୍ତୁଷ୍ଟ ଯୋଗୁଁ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କଂଗ୍ରେସ ଛାଡି 9 ମାର୍ଚ୍ଚ 2014 ରେ ତୃଣମୂଳ କଂଗ୍ରେସ ରେ ଯୋଗଦାନକରିଥିଲେ I ପୁନର୍ବାର ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ଆର୍ଯ୍ୟକୁମାର ଙ୍କୁ କଂଗ୍ରେସ କୁ ଫେରାଇ ଆଣିଥିଲେ ନିଜ ଦଳକୁ I

Leave a Reply

Your email address will not be published. Required fields are marked *