ପାଇଖାନାରୁ ବାହାରିଲା ବିଷଧର ସାପ I ଘରେ ରହୁଥିଲେ 23ଟି ଭୟଙ୍କର ବିଷଧର ସାପ I

ସାପ କୁ ସମସ୍ତଙ୍କର ଭୟ I ଜଙ୍ଗଲ ବା ବାହାରେ ସାପ ଦେଖିବା ମାତ୍ରେ ଆମେ ସମସ୍ତେ ଡରିଯାଇଥାଉ I କିନ୍ତୁ ଯଦି ସେହି ଭୟଙ୍କର ସାପ ଆମ ଘରେ ବାହାରନ୍ତି ତାହା ପୁଣି ପାଇଖାନା ଭିତରେ ତେବେ କଣ ଥାଇପାରେ ସେହି ସମୟର ପରିସ୍ଥିତି ଥରେ ଚିନ୍ତା କରନ୍ତୁ ତ I କଣ ଆଜ୍ଞା ବିଶ୍ୱାସ ହେଉନି ନା ପାଇଖାନା ରେ କଣ ସାପ ବାହାରିବେ ?? କିନ୍ତୁ ହଁ ଏମିତି ଏକ ଘଟଣା ଘଟିଛି ଲସଏଞ୍ଜଲ୍ ରେ I ମିଳିଥିବା ସୂଚନା ଅନୁଯାଇ ଜଣେ ପାଞ୍ଚ ବର୍ଷର ବାଳକ ପାଇଖାନା କୁ ଯାଇଥିବା ବେଳେ ହଠାତ ପାଇଖାନା କମୋଡ଼ ଭିତରୁ ଏକ ବଡ ସାପ ଦେଖିବାକୁ ପାଇଥିଲା I

ଭୟରେ ପିଲାଟି କାନ୍ଦିବାକୁ ଲାଗିଲା ,ପରିବାର ଲୋକେ ଦେଖନ୍ତି ତ କମୋଡ଼ ଭିତରେ ଏକ ବଡ ସାପ ଥିଲା I ତୁରନ୍ତ ସାପ ଧରାଳି କୁ ଡକାଯିବା ପରେ ସେମାନେ ପହଂଚି ସାପକୁ କାବୁ କରିନେଇଥିଲେ ଏବଂ ସମ୍ପୂର୍ଣ ଘର ଯାଞ୍ଚ କରିବା ପରେ ଦେଖିବାକୁ ମିଳିଥିଲା କି ଏକ ପରିତ୍ୟକ୍ତ କୋଠରୀ ରେ 23 ଟି ଭୟଙ୍କର ବିଷଧର ରାଟେଲ ସାପ ମିଳିଥିଲା I ଏହି ପ୍ରଜାତିର ସାପ ବହୁତ ବିଷଧର I ସମସ୍ତ ସାପ କୁ ସାପଧରାଳୀ ଟିମ୍ କାବୁ କରିନେଇ ଜଙ୍ଗଲ ଭିତରେ ଛାଡିଥିଲେ I

Leave a Reply

Your email address will not be published. Required fields are marked *