ମହାରଥୀ ଙ୍କ ସମୟରେ ଓମଫେଡ୍ ରେ 30କୋଟିର ଦୁର୍ନୀତି ହେଇଥିଲା ଯାହାକୁ ଚପାଇ ଦିଆଯାଇଥିଲା:ଦାମୋଦର ରାଉତ

ଚାରା ଦୁର୍ନୀତି କୁ ନେଇ ଗତକାଲି ବିଜେଡି ର ବଳିଷ୍ଠ ନେତା ଦାମୋଦର ରାଉତ ଏବଂ ମହାରଥୀ ଙ୍କ ଭିତରେ ତୁ ତୁ ମେଁ ମେଂ ଚାଲିଥିବା ବେଳେ ଆଜି ପୁଣି ମହାରଥୀ ଙ୍କ ବିରୁଧରେ ବିଶୋଦଗାର କରିଛନ୍ତି ବିଜେଡି ର ଅମାନିଆ ତୁଣ୍ଡ ଦାମ ବାବୁ I ମହାରଥୀ ଙ୍କ ଏକ ପ୍ରଶ୍ନର ଉତ୍ତର ରେ ଦାମ ସଫେଇ ଦେଇ କହିଛନ୍ତି କି ମହାରଥୀ କିପରି ଜାଣିଲେ ମୋ ମନ୍ତ୍ରୀ ପଦ କେଉଁଥିପାଇଁ ଯାଇଛି I

ଯାହା ଜଣାପଡୁଛି ବୋଧହୁଏ ସିଏ ହିଁ ଏଥିରେ ଭାଗିଦାରୀ ଅଛନ୍ତି I ଏହାସହିତ , ଓମଫେଡ୍ ମିଲ୍କ ପାଉଚ୍ ରେ ବ୍ୟବହୃତ ପଲିଥିନ୍ ପାଇଁ ୩୦ କୋଟି ଟଙ୍କାର ଦୁର୍ନୀତି ହେଇଥିଲା ଯାହାକି ଭିଜିଲାନ୍ସ ତଦନ୍ତ କରାଯିବାନେଇ ଓମଫେଡ ଏମଡି ନିଜେ ଚିଠି ଲେଖିଥିଲେ ମଧ୍ୟ ଏହାକୁ କାହିଁକି ଭିଜିଲାନ୍ସ କୁ ହସ୍ତାନ୍ତର କରାଗଲାନାହିଁ ?? ଭିଜିଲାନ୍ସ ବଦଳରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ କରାଗଲା ??ଓଲଟା ଚିଠି ଲେଖିଥିବା ଏମଡିଙ୍କୁ ବଦଳି କରାଗଲା ସମ୍ପୂର୍ଣ୍ଣ ଘଟଣା କୁ ଚପାଇଦେବାକୁ Iମନ୍ତ୍ରୀ ମହାରଥୀ ଙ୍କ ସମୟରେ ଏହି ଦୁର୍ନୀତି ହେଇଥିଲା ଏବଂ ଏହାକୁ ଚପାଇ ଦିଆଯାଇଥିଲା ଏମଡିଙ୍କୁ ବଦଳି କରାଯାଇ I ଅନ୍ୟପଟେ ମହାରଥୀ ଏହାକୁ ଖଣ୍ଡନ କରିବା ସହିତ ଦାମ ଙ୍କ ମନ୍ତ୍ରୀପଦ ଯିବାରେ ତାଙ୍କର କୌଣସି ଭୂମିକା ନଥିବା କହିଛନ୍ତି I

Leave a Reply

Your email address will not be published. Required fields are marked *