କେମିତି ବି ଚର୍ମ ରୋଗ ହେଇଥାଉ ନା କାହିଁକି ବିନାଶ କରେ ଏହି ଗଛ ଏ ଫଳ ଓ ତୈଳ

ଆଜି ଆମେ ଜାଣିବା କେମିତି ଚର୍ମ ରୋଗ ହେଉଥାଉ ନା କାହିଁ ଏହି ଗଛର ଫଳ ଆଉ ତେଲ ଦ୍ବାରା ସମସ୍ତ ପ୍ରକାରର ଚର୍ମ ରୋଗ ଦୂରେଇ ଯାଇ ଥାଏ।ଏହା ହେଉଛି କଇଥ ଗଛ।ଏହାକୁ ପ୍ରାୟ ସମସ୍ତେ ଜାଣନ୍ତି।ତେବେ ଆସନ୍ତୁ ଜାଣିବା ଏହି ଗଛର ଔଷଧୀୟ ଗୁଣ।

୧.କଞ୍ଚା କଇଥ ଆଣି ଏହାକୁ ଭାଙ୍ଗି ଏହାର ରସ ସହ ସାତ ଆଠ ଗୋଟି ଗୋଲମରିଚ ବାଟି ଏହାକୁ ବାଟି ୩ ପାନ ସେବନ କରିବ।ଏହା କଲେ ଅଗ୍ନିମାନ୍ଦ୍ୟ,ଅତିସାର,ଓ ଗ୍ରହଣୀ ଶୀଘ୍ର ଭଲ ହୋଇଥାଏ।

୨.କିଛି କଇଥ ପତ୍ର ଆଣିବ ଏବଂ ଏଥିରେ ଅଳ୍ପ ମହୁ ମିଶାଇ ଏହାକୁ ସାତ ଦିନ ପର୍ଯ୍ୟନ୍ତ ସେବନ କରିବ।ଏହା କଲେ ଦେହରେ ରକ୍ତ ବିକୃତି,ଦେହରେ ଚକା ଚକା ଦାଗ,ଉପଦଂଶ,ଏବଂ ଯାବତୀୟ ବିଷ ଦୋଷ ବିନାଶ ହୋଇଥାଏ।

୩.କଇଥ ମଞ୍ଜିକୁ ଜଳରେ ବାଟି ମୂଷା କାମୁଡିଥିବା ଜାଗାରେ ଲେପ ଦେଲେ ମୂଷା କାମୁଡିଥିବା ବିଷ ନାଶ ପାଇଥାଏ।

୪.କଇଥ ମଞ୍ଜିର ତେଲକୁ ଦେହରେ ମାଲିସ୍ କଲେ ସବୁ ପ୍ରକାରର ଚର୍ମ ରୋଗ ଭଲ ହୋଇଥାଏ।

୫.କଇଥ ପତ୍ରର ରସକୁ ତିନି ପାନ ସେବନ କରାଇଲେ ବାନ୍ତି, ହିକା,ଶୋଷ, ବାତ, ପିତ୍ତ,କାଶ ଏବଂ ଶ୍ୱାସ ବହୁତ୍ ଶୀଘ୍ର ଭଲ ହୋଇଥାଏ।

୬.କଇଥ ପତ୍ରର ରସ ସହ ଅଳ୍ପ ସୈନ୍ଧବ୍ ଲବଣ ମିଶାଇ ପାନ କଲେ କୃମି ରୋଗ ଭଲ ହୁଏ।

Leave a Reply

Your email address will not be published. Required fields are marked *