ପାଦ ଛୁଇଁବା ସମୟରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ଭୁଲ୍

ଆଜି ଆମେ ଜାଣିବା କାହାର ପାଦ ଛୁଇଁବା ଦ୍ବାରା କଣ ଲାଭ ଆଉ କ୍ଷତି ହୋଇଥାଏ।ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନଙ୍କର ଏବଂ ବଡ଼ ଲୋକ ମାନଙ୍କର ପାଦ ଛୁଇଁବା ଦ୍ବାରା ଭାଗ୍ୟରେ ଉନ୍ନତି ଆସିଥାଏ ଓ ତାଙ୍କ ଉପରେ ଦୈବୀ କୃପା ପ୍ରାପ୍ତି ହୋଇଥାଏ।

କିନ୍ତୁ ହୁଏତ ଆପଣ ମାନଙ୍କୁ ଜଣା ନାହିଁ ସମସ୍ତ ବଡ଼ ମାନଙ୍କ ପାଦ ଛୁଇଁବା ଉଚିତ୍ ନୁହେଁ।ବହୁତ୍ ବଡ଼ ଲୋକ ଆମ ଠାରୁ ବୟସରେ ବି ବଡ଼ ହୋଇଥାନ୍ତି।ଜାତି ଓ ଧର୍ମରେ ଆମ ଠାରୁ ବଡ ହୋଇଥାନ୍ତି। କିନ୍ତୁ ତାଙ୍କର କର୍ମ ଏପରି ନିଚ୍ଚ ହୋଇଥାଏ କି ତାଙ୍କର ପାଦ ଛୁଇଁବା ଦ୍ବାରା ତାଙ୍କର ସମସ୍ତ ଅମାନବୀୟ ଗୁଣ ଆମ ଭିତରକୁ ଆସିଥାଏ।ଯେପରି ଯଦି କୌଣସି ବ୍ୟକ୍ତି ଆମଠୁ ବଡ଼ ହୋଇଥାଏ କିନ୍ତୁ ମାଂସ ଭକ୍ଷଣ ପ୍ରତି ରୁଚି ରଖିଥାଏ ଓ ନୀଚ୍ଚ କର୍ମ କରିଥାଏ।ଏପରି ସ୍ଥଳେ ପାଦ ଛୁଇଁବା ଦ୍ବାରା ତାଙ୍କ ସବୁ ପ୍ରକୃତି ଆମକୁ ପ୍ରଭାବିତ କରେ।

ମନେ ରଖନ୍ତୁ ବ୍ରାହ୍ମଣ ଏବଂ ଗୁରୁଙ୍କ ପାଦ ଛୁଇଁ ପ୍ରଣାମ କରିବା ଉଚିତ୍ ନୁହେଁ।କାରଣ ଏମାନେ ଯଦି କ୍ରୋଧ କରନ୍ତି ତେବେ ଆପଣଙ୍କ ଆୟୁଷ କମିଥାୟେ।ସେମାନଙ୍କୁ ଆଦର କରନ୍ତୁ,ଭକ୍ତି କରନ୍ତୁ ଆଉ ନମସ୍କାର କରନ୍ତୁ।ଆପଣଙ୍କୁ ଜ୍ଞାନ ଓ ଭକ୍ତି ପ୍ରାପ୍ତ ହୋଇଥାଏ I

କୁଆଁରୀ କନ୍ୟା ଏବଂ ବାଳକ ଏମାନେ ଭଗବାନଙ୍କ ଅଂଶ।ଏଥିପାଇଁ ଏମାନଙ୍କ ପାଦ କେବେବି ଛୁଇଁବେ ନାହିଁ।ବିଶେଷ କରି ଯେଉଁମାନେ ପୂଜନୀୟ ନମସ୍ୟ ଏବଂ ଶ୍ରଦ୍ଧା ଓ ଆଦର ର ଯୋଗ୍ୟ ସେମାନଙ୍କର ପାଦ ଛୁଇଁଁବେ ନାହିଁ।ଯଦି ଆପଣ ପ୍ରଣାମ କରୁଛନ୍ତି ତେବେ ପାଦ ନ ଛୁଇଁ ପାଦ ଠାରୁ ଟିକେ ଦୂରରେ ମାଟିକୁ ଛୁଇଁ ପ୍ରଣାମ କରି ପାରନ୍ତି।କାରଣ ଆପଣ ପାଦ ଛୁଇଁବା ସମୟରେ ଏହି କେତେକ କଥାକୁ ଧ୍ୟାନ ନ ଦେଲେ ଆପଣଙ୍କୁ ଲାଭ ପରିବର୍ତ୍ତେ କ୍ଷତି ମିଳିଥାଏ।

Leave a Reply

Your email address will not be published. Required fields are marked *