ଆସନ୍ତୁ ଜାଣିବା କିଛି ଚମତ୍କାରୀ ଟିପ୍ସ ବିଷୟରେ

ଆଜି ଆମେ ଜାଣିବା କିଛି ଏପରି ଟିପ୍ସ ଯାହା ଆମର ବହୁତ୍ କାମରେ ଆସିବ।
୧.ପାଣିରେ ଗୋଟେ ଚାମଚ୍ ବେକିଙ୍ଗ ସୋଡା କିମ୍ବା ୧/୪ ଚାମଚ୍ ହଳଦୀ ଗୁଣ୍ଡ ପକେଇବେ। ତା ପରେ ଯେଉଁ ଗହଣା ଗୁଡ଼ିକ କଳା ହୋଇଯାଇଛି ସେଗୁଡ଼ାକ ଏଥିରେ ପକେଇ ଦିଅନ୍ତୁ।

ଏହା ପରେ ସେହି ପାଣିକୁ ୫ରୁ ୧୦ ମିନିଟ୍ ସିଝାଇ ଦିଅନ୍ତୁ। ତା ପରେ ଗହଣା ଗୁଡ଼ିକ ବାହାର କରିଦେବେ।ଆପଣ ଦେଖିବେ ଆପଣଙ୍କ ଗହଣା ଗୁଡ଼ିକ ଚମିକି ଯିବ।

୨.ଘରେ ରଖିଥିବା ଔଷଧ ବହୁତ୍ ଥର ରହିଯାଏ।ଆଉ ସେହି ଔଷଧ ଗୁଡ଼ିକର ଡେଟ୍ ଏକ୍ସପାର ହୋଇଯାଇଥାଏ।ଆପଣ ଏହି ସବୁ ଔଷଧ ଫୋପାଡ଼ନ୍ତୁ ନାହିଁ।ଯେଉଁ ସ୍ଥାନରେ ବଗିଚା ଅଛି ସେ ସ୍ଥାନରେ ରଖି ଦିଅନ୍ତୁ।ଏହା ସେମାନଙ୍କ ପାଇଁ ଟନିଂ ପରି କାମ କରିଥାଏ।ଆଉ ଆପଣଙ୍କ ଗଛ ଖରାପ୍ ହୋଇ ନ ଥାଏ।

୩.ଯଦି ଆପଣଙ୍କ ଘରେ ଅସରପା ହୋଇଯାଇଛି ତେବେ ଆପଣ ଗୋଟେ କାକୁଡି ଖଣ୍ଡ ଆଣି କାଟି ଗୋଟେ ରାତି

ସେହି ଘରେ ରଖି ଦିଅନ୍ତୁ।ଦେଖିବେ ତା ପର ଦିନ ଅସରପା ସଫା ହୋଇଯିବେ।

୪.କପଡା ଆଇରନ କଲା ବେଳେ ଯେତେବେଳେ ଆପଣ ପାଣି ସ୍ପ୍ରେ କରୁଛନ୍ତି ସେଥିରେ ଆପଣ କିଛି perfume ମିଶାଇ ଦିଅନ୍ତୁ। ତା ପରେ ସେହି ପାଣି ସ୍ପ୍ରେ କରି ଆଇରନ କରନ୍ତୁ।ଦେଖିବେ ଆପଣଙ୍କ କପଡ଼ାରୁ ଭଲ ସୁଗନ୍ଧ ଆସିବ।

୫. ୱାଶିଂ ମେସିନ ଭିତରେ ଯଦି ସାବୁନର ଦାଗ ଲାଗିଛି ଆପଣ ଉଷୁମ ପାଣିରେ କିଛି ଭିନେଗାର୍ ପକାଇ ଖାଲି ମେସିନ ଚଲେଇ ଦିଅନ୍ତୁ।ଦାଗ ସବୁ ଛାଡ଼ି ଯିବ।

୬.ଲୁହାର ଜିନିଷ ରଖିବା ଜାଗାରେ ଅଳ୍ପ କୋଇଲା ଖଣ୍ଡ ରଖନ୍ତୁ ଦେଖିବେ କେବେ ବି ଜଙ୍ଗ ଲାଗିବ ନାହିଁ।

୭.ଯେବେ ଆପଣ ଚା ବନାଇଛନ୍ତି ବ୍ୟବହାର ପରେ ଚା ପତି ଫୋପାଡି ଦିଅନ୍ତି।ଏହାକୁ ଧୋଇ ମନି ପ୍ଲାଣ୍ଟ ଗଛରେ ଦେଇ ଦିଅନ୍ତୁ।ଦେଖିବେ ଆପଣଙ୍କ ଗଛ ଶୀଘ୍ର ବଢିବ।

୮. କାଚର ଗ୍ଲାସ୍ ସଫା କରିବା ପାଇଁ ଲେମ୍ବୁ ଆଉ ଲୁଣ ମିଶା ପାଣିରେ ସଫା କରନ୍ତୁ।ଏହା ଦ୍ବାରା କାଚର ଗ୍ଲାସ୍ ଚମକିବ।

୯. କାଠର ଆସବାପତ୍ରରେ ପାଣି କିମ୍ବା ଅନ୍ୟ ବସ୍ତୁର ଦାଗ ଲାଗି ଯାଇଛି ଅଳ୍ପ ଆଲକୋହଲ୍ ନେଇ ସଫା କରନ୍ତୁ।

୧୦. କାଚର କବାଟରେ ଯଦି ଦାଗ ଲାଗିଛି ପ୍ରଥମେ ସେଥିରେ ଚୂନର ପାଣି ଲଗେଇ ଦିଅନ୍ତୁ ଏବଂ ପରେ ଖବର କାଗଜରେ ପୋଛି ଦିଅନ୍ତୁ।

୧୧. ନନ୍ ଷ୍ଟିକ ବାସନ୍ ସଫା କରିବା ପାଇଁ ଖଟା ଦହିରେ ଅଳ୍ପ ଲେମ୍ବୁ ରସ ମିଶାଇ ବାସନ ସଫା କରନ୍ତୁ ।

Leave a Reply

Your email address will not be published. Required fields are marked *