କେଉଁ କେଉଁ ଖାଦ୍ୟ ଖାଇବା ପରେ ପୀଅନ୍ତୁ ନାହି କ୍ଷୀର

ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ କ୍ଷୀର ପିଉଥିବେ ତେବେ କ୍ଷୀର ସହ କେଉଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ଆମେ ସେ ବିଷୟରେ ଜାଣିବା।କ୍ଷୀରକୁ ସମ୍ପୂର୍ଣ୍ଣ ଆହାର କୁହାଯାଏ ଏଥିରେ ଭିଟାମିନ, ପ୍ରୋଟିନ,ମିନେରାଲ, ଲାକ୍ଟୋଜ ଆଦି ଅନେକ ତତ୍ତ୍ଵ ଥାଏ।

କ୍ଷୀର ସହ ଲୁଣି ଖାଦ୍ୟ ଖାଇବା ଦ୍ବାରା ପାଚନ କ୍ରିୟା ସହଜରେ ହୋଇ ନ ଥାଏ।ଲଗାତାର ଏପରି ଖାଇବା ଦ୍ବାରା ଚର୍ମ ରୋଗର ଆଶଙ୍କା ଦେଖାଯାଇଥାଏ।ଅନେକ ଲୋକ ପ୍ରାତଃ ଭୋଜନ ବ୍ରେଡ୍ ବଟର୍ ସହିତ କ୍ଷୀର ପିଇ ଥାନ୍ତି।ଆପଣ ଖାଲି କ୍ଷୀର ପିଅନ୍ତୁ ଏହା ସହ କୌଣସି ଜିନିଷ ଖାଇବା ଆବଶ୍ୟକ ନାହିଁ।

ଏହା ସହ ଆଉ ଯେଉଁ ବି ଖାଦ୍ୟ ଖାଓ ଏହା ବହୁତ୍ ଭାରି ହୋଇଥାଏ।କ୍ଷୀର ଖାଇବା ପୂର୍ବରୁ ପରେ କିମ୍ବା ସେଥି ସହ ଫଳ ଖାଇବା ଅନୁଚିତ୍।ଯଦି କ୍ଷୀର ସହିତ କମଳା ପରି ଖଟା ଫଳ ଖାଉଥାନ୍ତି ତେବେ ଏହା ଖାଇବା ଦ୍ବାରା ଖାଦ୍ୟ ସହଜରେ ହଜମ ହୁଏ ନାହିଁ।

ଏହା ବ୍ୟତୀତ କ୍ଷୀର ଏବଂ କଦଳୀ କୁ ଏକା ସହ ଖାଇବା ଅନୁଚିତ୍।କାରଣ ଏହାକୁ ଏକା ସହ ଖାଇବା ଦ୍ଵାରା କଫ ବୃଦ୍ଧି ହୋଇଥାଏ।ଏହା ସହ ପାଚନ କ୍ରିୟା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।

କ୍ଷୀର ସହ ଦହି କେବେବି ଖାଇବା ଉଚିତ୍ ନୁହେଁ।ଏହାକୁ ଏକା ସହ ଖାଇବା ଦ୍ଵାରା ଏସିଡିଟି,ଗ୍ୟାସ ଓ ବାନ୍ତି ପରି ଅନେକ ସମସ୍ୟା ଦେଖା ଦେଇଥାଏ।ତେଣୁ ଦହି ଖାଇବାର ଏକ ରୁ ୨ ଘଣ୍ଟା ପରେ କ୍ଷୀର ପିଇବା ଆବଶ୍ୟକ।କ୍ଷୀର ସହ ମାଛକୁ କେବେ ବି ଖାନ୍ତୁ ନାହିଁ ଏହା ଦ୍ବାରା ଗ୍ୟାସ ଅଲେର୍ଜି ଓ ଚର୍ମ ରୋଗ ଆଦି ହୋଇଥାଏ।

Leave a Reply

Your email address will not be published. Required fields are marked *