ମନ୍ଦିର ଭିତରେ ଅଶ୍ଳୀଳ ଡାନ୍ସ କଲେ ମଡେଲ

ଦେବଦେବୀ ଙ୍କ ମନ୍ଦିର ରେ ଟିକିଏ ଆଧ୍ୟାତ୍ମିକ ଶାନ୍ତି ପାଇଁ ମଣିଷ ଯାଇଥାଏ I କିନ୍ତୁ ଜଣେ ମଡେଲ ମନ୍ଦିର ଭିତରେ ଅଶ୍ଳୀଳ ଡାନ୍ସ କରି ଏବେ ଚର୍ଚ୍ଚା ରେ ଅଛନ୍ତି I ସାଧାରଣତଃ ମନ୍ଦିର ଭିତରକୁ ମୋବାଇଲ ବା କାମେରା ବନ୍ଦ କରାଯାଇଥିଲେ ମଧ୍ୟ ମଡେଲ ଜଣଙ୍କ କିପରି ମନ୍ଦିର ଭିତରେ ମୋବାଇଲ ନେଇ ରେକର୍ଡିଙ୍ଗ କଲେ ତାହା ଏବେ ମନ୍ଦିର ପ୍ରଶାସନ ଉପରେ ପ୍ରଶ୍ନ ସୃଷ୍ଟି କରିଛି I ତାହା ପୁଣି ଅଶ୍ଳୀଳ ନାଚ I ଘଟଣା ଟି ମଧ୍ୟପ୍ରଦେଶର ଉଜ୍ଜୟିନୀ ର ମହାକାଳେଶ୍ୱର ମନ୍ଦିର ର I

ମଡେଲ ଜଣଙ୍କ ମୁମ୍ବାଇର ଏବଂ ସେ କାମେରା ନେଇକି ମନ୍ଦିର ଭିତରେ ଭିଡିଓ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡିବା ପରେ ଏହାକୁ ନେଇ ବାଦ ବିବାଦ ଲାଗିରହିଛି I

Leave a Reply

Your email address will not be published. Required fields are marked *