ପିଲା ମାନଙ୍କ ବୁଦ୍ଧି ବିକାଶ କ୍ଷେତ୍ର ରେ ଏହା ଠାରୁ ଆଉ କିଛି ଭଲ ନାହିଁ

ଆଜି ଆମେ ଜାଣିବା ଏମିତି ଏକ ଘାସ ଯାହାକୁ ଆମେ କେତେବେଳେ ଶାଗ ରୂପେ ବ୍ୟବହାର କରୁଛେ ତ କେତେବେଳେ ଅଦରକାରୀ ଭାବରେ ଫିଙ୍ଗି ଦେଉଛେ।ତାହେଲେ ଆସନ୍ତୁ ଜାଣିବା ସେହି ଘାସ ଗଛ ଦ୍ବାରା ଆମର କଣ ସବୁ ଉପକାର ହୋଇଥାଏ।

ବହୁ ପୁରାତନ କାଳରୁ ଆୟର୍ବେଦକୁ ମାନ୍ୟତା ଦିଆ ହୋଇ ଆସିଛି।କିନ୍ତୁ ଉନ୍ନତ ଜ୍ଞାନ କୌଶଳ ଓ ଆଧୁନିକ ଚିକିତ୍ସା ପଦ୍ଧତି ଦ୍ବାରା ଏତେ ଆକର୍ଷିତ କରିଛି ଯେ ଭୁଲି ଯାଇଛେ ଆମେ ଅତୀତର ପରମ୍ପରାକୁ।ଆଜି ଆମେ ଜାଣିବା ଲୁଣି ଶାଗ ବିଷୟରେ।କେହି କେହି କହି ଥାନ୍ତି ବଡ଼ ବାଲୁ ବାଲୁକା।ଏହା ଭାରତର ସବୁ ଜାଗାରେ ଦେଖାଯାଏ।

ଏହି ଗଛ ୨୫ ବର୍ଷ ପର୍ଯ୍ୟନ୍ତ ମରେ ନାହିଁ।ତେଣୁ ଏଇଠି ଆପଣ ଭାବିବା ଦରକାର ଯେଉଁ ଗଛ ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚେ ତାହାର immunity ଶକ୍ତି କେତେ?

ଏଥିରେ ଭିଟାମିନ,ଆଇରନ,କ୍ୟାଲସିୟମ,ମିନେରିଆଲ୍, ପ୍ରୋଟିନ୍ ଯଥେଷ୍ଟ ପରିମାଣରେ ଅଛି।ଯାହା ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ।ଯାହା ଆମେ ଅନେକ ପନିପରିବାରୁ ପାଉ ନ ଥାଏ ତାହା ଆମେ ଏଥିରୁ ପାଉଛେ।

ଏଥିରୁ ଭିଟାମିନ K ମିଳିଥାଏ ଯାହାକି କର୍କଟ ରୋଗ ଠାରୁ ଆମକୁ ଦୂରେଇ ରଖିଥାଏ।ଏଥିରେ ମେଗା ୩ ଥିବାରୁ ହୃଦୟ ରୋଗ ଠାରୁ ମଧ୍ୟ ଦୂରେଇ ରଖିଥାଏ।

ଏହି ଶାଗ ଆପଣଙ୍କ ଶରୀରର କ୍ୟାଲସିୟମ କମିକୁ ଦୁର କରିଥାଏ।ହାଡ଼ର ମଜଭୁତ,ହୃଦୟ ରୋଗ,ରକ୍ତ ବଢେଇବାରେ ମଧ୍ୟ ସାହାଯ୍ୟ କରିଥାଏ।ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ ପାଇଁ ସାହାଯ୍ୟ କରିଥାଏ।

ଏହାର ସ୍ୱାଦ ସାଧାରଣତଃ ଟିକେ ଖଟା ଆଉ ଲୁଣିଆ ଥାଏ।ଛୋଟ ପିଲା ମାନଙ୍କ ବୁଦ୍ଧି ବିକାଶ ପାଇଁ ଏହି ପତ୍ର ଏପରି କାମ କରିଥାଏ ଯେ ଏହା ଆପଣ ସ୍ୱପ୍ନରେ ସୁଧା ଭାବି ପାରିବେ ନାହିଁ।ପ୍ରତିଦିନ ସକାଳୁ ଯଦି ଏହି ପତ୍ରରୁ ଦୁଇ ତିନିଟି ଖାଇବା ପାଇଁ ଦେବେ ତେବେ ଆପଣଙ୍କ ପିଲାର ବୁଦ୍ଧି ବିକାଶ ନିଶ୍ଚୟ ହେବ ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *