ପୁଣି ଅଶାନ୍ତ ବାଣୀ ବିହାର: ବାଣୀ ବିହାର ଛାତ୍ରାବାସ ରେ ବୋମାମାଡ

କଲେଜ ନିର୍ବାଚନ ର ସମୟ ଆସୁ ଆସୁ ଯଦି ଅଶାନ୍ତ କଲେଜ ର କଥା ଆସେ ତେବେ ପ୍ରଥମେ ମନକୁ ଆସିଯାଏ ବାଣୀ ବିହାର (ଉତ୍କଳ ବିଶ୍ୱବିଦ୍ୟାଳୟ)

ତେବେ ଗତ କାଲି ଶନିବାର ରାତିରେ ପୁଣି ଅଶାନ୍ତ ଥିଲା ବାଣୀ ବିହାର। ବାଣୀ ବିହାର ର ମଧୁସୂଦନ ଛାତ୍ରାବାସ ତଥା ୨ ନମ୍ୱର୍ ହଷ୍ଟେଲ ରେ କାଲି ପାଖା ପାଖି ରାତି ୨.୩୦ ରେ hostel କାନ୍ଥ ପାଖରେ ହୋଇଛି ବୋମା ମାଡ଼।

ପ୍ରତେକ୍ଷ ଦର୍ଶି ଙ୍କ କହିବା ମୁତାବକ ୧ ନମ୍ୱର୍ ଓ ୨ ନମ୍ୱର୍ ଛାତ୍ରାବାସ ମଝିରେ ଥିବା ଭ୍ୟାଲି ବଲ ପଡିଆ ରୁ କେହି ଜଣେ ଆସି ବୋମା ମାଡ଼ କରି ଚାଲି ଯାଇଥିଲେ।

କିନ୍ତୁ କାଲି ସନ୍ଧ୍ୟା ରୁ ମଧ୍ୟ ଅଶାନ୍ତ ଥିଲା ୪ ନମ୍ୱର୍ ଓ ୨ ନମ୍ୱର୍ ଛାତ୍ରାବାସ। ତେବେ ଅନୁମାନ କରାଯାଉଛି କି ହୁଏତ ତାହାକୁ ନେଇ କୌଣସି କାଣ୍ଡ ହୋଇଥାଇ ପାରେ।

ତେବେ ଉଲ୍ଲେଖ ଥାଉ କି ଏହି ବର୍ଷ ବାଣୀ ବିହାର ରେ ନିର୍ବାଚନ ପୂର୍ବରୁ ହିଁ ବାତିଲ ହୋଇ ସାରିଛି।

ତେବେ ଝିଅ ମାନକ ହଷ୍ଟେଲ ରେ ସୁରକ୍ଷା କର୍ମୀ ରହିଥିବା ବେଳେ ପୁଅ ମାନଙ୍କ ହଷ୍ଟେଲ ରେ କେହି ନାହାନ୍ତି।

ପୁଅ ମାନେ କଣ ବିଶ୍ଵବିଦ୍ୟାଳୟ ର ଛାତ୍ର ନୁହନ୍ତି? ତାଙ୍କ ସୁରକ୍ଷା ରେ କଣ ପାଇଁ ଏତେ ଅବହେଳା?

Leave a Reply

Your email address will not be published. Required fields are marked *