କିପରି ଦୂର କରିବେ ମୁଁହ ର ଦୁର୍ଗନ୍ଧ?

ଆଜି ଆମେ ଜାଣିବା ମୁଖ ଦୁର୍ଗନ୍ଧ ଦୁର କରିବାର ଚାରୋଟି ସହଜ ଉପାୟ ଯାହା ଦ୍ବାରା ଆପଣଙ୍କ ମୁଖ ଦୁର୍ଗନ୍ଧ ଦୁର ହୋଇଥାଏ।ଅନେକ ଲୋକ ଅଛନ୍ତି ଯେଉଁ ମନେ ସକାଳେ ବ୍ରଶ୍ କରିବା ପରେ ମଧ୍ୟ ସେମାନଙ୍କ ପାଟି ଗନ୍ଧାଉଥାଏ।ସେଥିପାଇଁ ସେମାନେ ବହୁତ୍ ଉପାୟ ଅବଲମ୍ବନ କରିଥାନ୍ତି।ଆସନ୍ତୁ ଜାଣିବା ଏପରି କିଛି ଉପାୟ।

୧. ଆପଲ ସାଇଡର ଭିନେଗାର୍ –

ଆପଣମାନେ ରୋଷେଇ ରେ ଏହାକୁ ନିଶ୍ଚୟ ବ୍ୟବହାର କରୁଥିବେ।ଏହା ଦ୍ବାରା ଶରୀରକୁ ବହୁତ୍ ଫାଇଦା ମିଳିଥାଏ।ଏହାକୁ ଆପଣ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରି ପାରିବେ।ଏଥିପାଇଁ ପ୍ରଥମେ ଅଧା କପ୍ ପାଣିରେ ଦୁଇ ଚାମଚ୍ ଏହାକୁ ପକାଇ ଭଲ ଭାବେ ମିଶାନ୍ତୁ।ଏହି ମିଶ୍ରଣକୁ ୧୫ରୁ୨୦ ମିନିଟ୍ ପାଟିରେ ଭର୍ତି କରି କୁଳି କରନ୍ତୁ।ଏପରି କରିବା ଦ୍ବାରା ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦୁର ହେବା ସହ ଦାନ୍ତ ଏବଂ ଜିଭ ରୋଗ ମଧ୍ୟ ଦୁର ହୋଇଥାଏ।

୨. ପାନ ମଧୁରୀ-

ଆଗ କାଳରେ ଲୋକମାନେ ନିଜର ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ପାନ ମଧୁରୀ ବ୍ୟବହାର କରୁଥିଲେ।ଏଥିରେ ଥିବା ଏସିଡ ପାଟିର ଜୀବାଣୁ କୁ ମାରିବା ସହ ମୁଖ ଦୁର୍ଗନ୍ଧ ମଧ୍ୟ ଦୁର କରିଥାଏ।ଏହାକୁ ପ୍ରତିଦିନ ଖାଇବ ପରେ ଏବଂ ଖାଲି ପେଟରେ ଅଧା ଚାମଚ୍ ଖାଆନ୍ତୁ।ଏପରି କରିବା ଦ୍ବାରା ପାଟି ଦୁର୍ଗନ୍ଧ ଭଳି ସମସ୍ୟା ଦୂର ହୋଇଥାଏ।

୩.ନଡ଼ିଆ ତେଲ –

ଏହାକୁ ସବୁଠୁ ଭଲ ଆଣ୍ଟି ସେପ୍ଟିକ କ୍ରିମ ଭାବରେ ମନା ଯାଏ।

ଏହାକୁ ସେବନ କରିବା ଦ୍ବାରା କିମ୍ବା ଶରୀରରେ ଲଗେଇବା ଦ୍ବାରା ଶରୀରରୁ ବହୁତ୍ ରୋଗ ଦୂର ହୋଇଥାଏ।ଏହା ସହ ମୁଖ ଦୁର୍ଗନ୍ଧ ଦୁର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।ଏଥିପାଇଁ ଆପଣ ପ୍ରତିଦିନ ଗୋଟେ ଚାମଚ୍ ନଡ଼ିଆ ତେଲ ପାଟିରେ ଭର୍ତି କରି ପାଟିର ଚାରି ପଟେ ବୁଲାନ୍ତୁ ଏବଂ ୫ମିନିଟ୍ ପରେ କାଢି କୁଳି କରି ନିଅନ୍ତୁ।ଏପରି କରିବା ଦ୍ବାରା ଆପଣଙ୍କ ପାଟିରୁ ଦୁର୍ଗନ୍ଧ ଆସିବା ବନ୍ଦ ହେବା ସହ ପାଟିର ଅନ୍ୟ ପ୍ରକାର ରୋଗ ମଧ୍ୟ ଦୁର ହୋଇଥାଏ।

୪. ଗ୍ରୀନ ଟି –

ଆପଣ ସମସ୍ତେ ଜାଣନ୍ତି ଗ୍ରୀନ ଟି ଶରୀରକୁ ସୁସ୍ଥ ରଖିବା ସହ ଶରୀରକୁ ଫିଟ୍ ଓ ଆକ୍ଟିଭ୍ ମଧ୍ୟ ରଖିଥାଏ।

କିଛି ଲୋକ ନିଜର ଓଜନ କମେଇବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି।କିନ୍ତୁ ଏହାକୁ ପିଇବା ଦ୍ବାରା ଆମ ପାଟି ଦୁର୍ଗନ୍ଧ ମଧ୍ୟ ଦୁର ହୋଇଥାଏ।

Leave a Reply

Your email address will not be published. Required fields are marked *