ଘରେ ତିଆରି କରନ୍ତୁ ପ୍ରାକୃତିକ ମଶା ଧୂପ ,ଏହାକୁ ଜଳାଇବା ଦ୍ୱାରା ସଂଗେ ସଙ୍ଗେ ମଶା ମରିଯାଇଥାନ୍ତି

ଗାଁ ହେଉ ବା ସହର ,ସବୁଠି ମଶାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ I ମଶାଙ୍କ ପ୍ରାଦୁର୍ଭାବ ରୁ ରକ୍ଷା ପାଇଁ ଆମେ ଘରେ ମଶା ଧୂପ ର ସାହାରା ନେଇଥାଉ I କିନ୍ତୁ କଣ ଆପଣ ଜାଣନ୍ତି କି ,ଏହି ମସାଧୂପ ଆମ ଶରୀର ପାଇଁ ବହୁତ କ୍ଷତିକାରକ I ଏହା ସିଧାସଳଖ ଆମ ଦୃଷ୍ଟିଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ I ଏହା ସହିତ ଆମ ଶରୀର ର ମଧ୍ୟ ଖରାପ ହେଇଥାଏ ଏଥିରୁ ବାହାରୁଥିବା ରାସାୟନିକ ପଦାର୍ଥ ଦ୍ୱାରା I ବଜାର ରେ ମିଳୁଥିବା ମଶାଧୂପ ବଦଳରେ ଆମେ ଘରେ ନିଜେ ମଧ୍ୟ ପ୍ରାକୃତିକ ଉପାୟରେ ଏହି ଧୂପ ତିଆରି କରିପାରିବା ,ଯାହାକୁ ବ୍ୟବହାର କରିବା ଦ୍ୱାରା କିଛି ସମୟ ମଧ୍ୟରେ ମଶା ବଂଶ ର ବିନାଶ ଘଟିଥାଏ I
ଘରୋଇ ଉପାୟ :1) କିଛି ଲିମ୍ବତେଲ ନିଅନ୍ତୁ ଏବଂ ସେଥିରେ କର୍ପୁର ଗୁଣ୍ଡ କିଛି ନେଇ ଭଲଭାବରେ ମିଶ୍ରଣ କରିଦିଅନ୍ତୁ

I ଏହି ମିଶ୍ରିତ ତେଲରେ ଦୁଇ ତିନୋଟି ଶୁଖିଲା ତେଜପତ୍ର ଭଲ ଭାବରେ ବୁଡାଇ ,ପତ୍ର ରେ ନିଆଁ ଲଗାଇ ଫୁଙ୍କି ଦିଅନ୍ତୁ ଦେଖିବେ ଖୁବ ଅଳ୍ପ ସମୟ ମଧ୍ୟରେ ତେଜେପତ୍ର ର ଧୂଆଁ ରେ ସମସ୍ତ ମଶା ମରିଯିବେ I

2) କର୍ପୁର ମିଶା ଲିମ୍ବ ତେଲକୁ ଏକ ଦ୍ୱୀପ ରେ ନେଇ ସେଥିରେ ବଳିତା ରଖିଦେଇ ଦୀପ ଜଳାଇଦିଅନ୍ତୁ ନିଜ ଶୋଇବା ଘର ରେ I

ଏହା ଦ୍ୱାରା ରାତିସାରା ଘରକୁ ମଶା ଆସିନଥାନ୍ତି ଏବଂ ଏହା ଶରୀର ପାଇଁ ଲାଭଦାୟକ I

Leave a Reply

Your email address will not be published. Required fields are marked *