ଭାରତ ବନ୍ଦ ନାମରେ ଚାଲିଛି ବେପାର: ମାଲା ମାଲ ହେଉଛନ୍ତି ବନ୍ଦ ପାଳନ କରୁଥିବା ବ୍ୟକ୍ତି

ଆଜ୍ଞା ହଁ,

ଏହା ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯାହା ଆଜି ଦେଖିବାକୁ ମିଳିଛି ଆମ ରାଜଧାନୀ ଭୁବନେଶ୍ଵର ରେ।

ପେଟ୍ରୋଲ ଦର ଦାମ୍ ବୃଦ୍ଧି ନାମ ରେ ଚାଲିଛି ଭାରତ ବନ୍ଦ ହେଲେ ସାଧାରଣ ଲୋକ ମାନେ ଯେପରି ପେଟ୍ରୋଲ ପାଇଁ ଅସୁବିଧା ରେ ପଡୁଥିଲେ ସେହିପରି ବନ୍ଦ ପାଇଁ ବି ଅସୁବିଧା ରେ। ପେଟ୍ରୋଲ ଦର ବଢାଇ ଲାଭ ନେଉଥିଲା ସରକାର ଆଉ ଏବେ ଭାରତ ବନ୍ଦ କରି ଲାଭ ନେଉଛନ୍ତି ବନ୍ଦ ପାଳନ କରୁଥିବେ ଯୁବକ ମାନେ।

ଆପଣ ମାନେ ଭାବୁଥିବେ ବନ୍ଦ ପାଳନ କରୁଥିବା ଯୁବକ ମାନେ ତ ଦେଶ ର ହିତକଙ୍କ୍ଷୀ ସେମାନେ କିପରି ଲାଭବାନ ହେଇଗଲେ ଏହି ଗୋଟେ ଦିନ ରେ।

ଆସନ୍ତୁ ଜାଣିବା।

ଆଜି ଭାରତ ବନ୍ଦ ର ପ୍ରଭାବ ଜାଣିବାକୁ ଆମ ଓଡ଼ିଶା exclusive ର ପ୍ରତିନିଧି ମାନେ କରିଥିଲେ କିଛି ଅନୁଧ୍ୟାନ। ଷ୍ଟେସନ ପାଖରେ ବାଇକ୍ ଧରି ସେଥିରେ ଭାରତ ବନ୍ଦ ର ପତାକା ଲଗାଇ ବୁଲୁଥିବା ଯୁବ ମାନେ ବନ୍ଦ କୁ କମ୍ ସମର୍ଥନ କରୁଥିଲେ ଆଉ ଅଟୋ ରିକ୍ସା ର କାମ ବେଶୀ କରୁଥିଲେ। ଷ୍ଟେସନ ରୁ ବାଣୀ ବିହାର ଆସିବାକୁ ଜଣେ ବ୍ୟକ୍ତି ଙ୍କୁ ଦେବାକୁ ପଡୁଥିଲା ୫୦ ଟଙ୍କା।

ତାଙ୍କ ବାଇକ୍ କୁ କେଉଁ ବନ୍ଦ ବା ଅଟକାଇବା କାହିଁକି ନା ତାଙ୍କ ପାଖରେ ଅଛି ଭାରତ ବନ୍ଦ ର ପତାକା।ଆଉ ସେଇ ବାହନା ରେ ସେମାନେ ଲୁଟି ଚାଲିଥିଲେ ସାଧାରଣ ଲୋକଙ୍କୁ।

ତେବେ ବିଚାର ଆପଣ ମାନେ କରନ୍ତୁ ଏହି ବନ୍ଦ କେତେ ପ୍ରଭାବ ପକାଇଛି ପେଟ୍ରୋଲ କମାଇବାକୁ ଆଉ ସାଧାରଣ ଲୋକଙ୍କ ହିତ ପାଇଁ?

ସାଧାରଣ ଲୋକ ଗତ କାଲି ୧ ଲିଟର ପେଟ୍ରୋଲ କୁ ୮୦ ଟଙ୍କା ଦେଇଥିଲେ ଆଉ ଆଜି ଷ୍ଟେସନ ରୁ ବାଣୀ ବିହାର ୫୦ ଟଙ୍କା।

Leave a Reply

Your email address will not be published. Required fields are marked *