ଅହେତୁକ ପେଟ୍ରୋଲ ଦର ବୃଦ୍ଧିରେ କଂଗ୍ରେସ ତରଫରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି I ଏଥିରେ ଓଡିଶା ବି ସାମିଲ ଥିବାବେଳେ ଆଜି ଭାରତ ବନ୍ଦ ପାଇଁ ଜନସାଧାରଣ ବହୁ ହଇରାଣ ହେଇଥିଲେ I ଏପରିକି ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ହେଇଯାଇଛି I କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ଅଧିକାଂଶ ଅଂଚଳରେ କଂଗ୍ରେସ କର୍ମୀଙ୍କ ଗଣ୍ଡଗୋଳ ଏବଂ ହିଂସାତ୍ମକ କାଣ୍ଡ ଦେଖିବାକୁ ମିଳିଛି I ଯେମିତିକି ମୟୂରଭଞ୍ଜରେ କଂଗ୍ରେସର ବନ୍ଦ ପାଳନ ବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା ର ଖବର ଆସିଥିବା ବେଳେ
ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି I
ସେହିପରି ପୁରୀରେ ଶାନ୍ତିପୂର୍ଣ୍ଣ ଭାବେ ପେଟ୍ରୋଲ ପମ୍ପ ଭିତରେ ପଶି ଭଙ୍ଗାରୁଜା କରିବା ସହିତ କାକଟପୁର ରେ ମଧ୍ୟ ତହସିଲ ଅଫିସ୍ରେ ତାଲା ଭାଙ୍ଗି କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆସିଛି I
କିନ୍ତୁ ରାଜଧାନୀ ବିଧାନସଭା ରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ ,ବିଧାନସଭା ଭିତରକୁ ପ୍ରବେଶ କରୁଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ବଳିଷ୍ଠ ପୋଲିସ ଅଧିକାରୀ ଙ୍କୁ କଂଗ୍ରେସ କର୍ମୀ ଗୋଲାପ ଫୁଲ
ସହିତ ଚକଲେଟ ଦେଇ ଅସହଯୋଗ ରେ ଭାଗ ନେବାକୁ ଅନୁରୋଧ କରିଥିଲେ I