ମେଥି ର କିଛି ଆଶ୍ଚର୍ଯ୍ୟଜନକ ଫାଇଦା

ମେଥିକୁ ଆପଣମାନେ ନିଶ୍ଚୟ ଜାଣିଥିବେ।ଏହାର ବ୍ୟବହାର କେବଳ ସ୍ଵାଦ ବଢ଼ାଇବାରେ ନୁହେଁ ବରଂ ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ବ୍ୟବହାର ହୋଇଥାଏ। ଆୟର୍ବେଦରେ ମେଥିର ଭୂମିକା ଅନନ୍ୟ।ଏହା ଦ୍ବାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ। ଏବେ ଆସନ୍ତୁ ଜାଣିବା ମେଥି ଆମର କଣ ଉପକାରରେ ଲାଗିଥାଏ।

୧.ମେଥିରୁ ତିଆରି ଫେସ୍ ପ୍ୟାକ ବ୍ରଣ,ଚର୍ମ କୁଞ୍ଚନ, ବ୍ଲାକ ହେଡ୍ସ୍ ଆଦିରୁ ରକ୍ଷା ମିଳିଥାଏ।ଅଳ୍ପ ପାଣିରେ ମେଥି ପକାଇ ଫୁଟାଇବା ପରେ ସେହି ପାଣିରେ ମୁହଁ ଧୁଅନ୍ତୁ।ଆହୁରି ମଧ୍ୟ ମେଥି ପତ୍ରକୁ ବାଟି ଏହାକୁ ଲଗେଇ ପାରିବେ।

ଏହାକୁ ଲଗେଇବାର ପ୍ରାୟ ୨୦ ମିନିଟ୍ ପରେ ମୁହଁକୁ ଧୋଇଦିଅନ୍ତୁ।ଏପରି କଲେ ମୁହଁରେ ଚମକ୍ ବଢିଯିବ।

୨.ଯଦି ଆପଣଙ୍କ ଚୁଟି ଝଡି ପତଳା ହୋଇଗଲାଣି ତେବେ ନଡ଼ିଆ ତେଲରେ ମେଥି ପକାଇ ସିଝାଇ ଦିଅନ୍ତୁ।ଏହି ତେଲକୁ ରାତି ସାରା ରଖି ପର ଦିନ ସକାଳୁ ଲଗାନ୍ତୁ।ଏପରି କରିବା ଦ୍ବାରା ବାଳ ଝଡ଼ିବା କମି ଯାଇଥାଏ।

୩.ମୁଣ୍ଡରେ ମେଥି ଦାନାର ପେଷ୍ଟ ଲଗେଇବା ଦ୍ବାରା ଚୁଟି ଝଡ଼ିବା କମିବା ସହ ଚୁଟି କଳା ମଧ୍ୟ ହୋଇଥାଏ।

୪.ଗୋଟେ ଚାମଚ୍ ଲେମ୍ବୁ ରସ ଏବଂ ମହୁ ସହ ମେଥି ଖାଇବା ଦ୍ବାରା ଥଣ୍ଡା,ଜ୍ଵର ଏବଂ କାଶ ସହ ଗଳା କଷ୍ଟରୁ ରକ୍ଷା ମିଳିଥାଏ।

୫.ନିଜର ପ୍ରତିଦିନର ଖାଦ୍ୟ ସହ ଯଦି କିଛି ମେଥି ନିଅନ୍ତି ତେବେ ଏହା ଅମ୍ଳରୁ ରକ୍ଷା ପାଇବା ସହ ଛାତି ପୋଡ଼ା ଜଳାରୁ ରକ୍ଷା ମିଳିଥାଏ।

୬.ମଧୁମେହ ଠାରୁ ଦୂରରେ ରହିବାକୁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ୍ ମେଥି ଗୁଣ୍ଡ ସହ ପାଣି ସେବନ କରନ୍ତୁ।ଏହା ଦ୍ବାରା ଓଜନ ମଧ୍ୟ ସନ୍ତୁଳିତ ରହିଥାଏ।

୭.ଦୁଇ ଚାମଚ୍ ମେଥି ଦାନାକୁ ପେଶି ଅଧା କପ୍ ଗାଢ଼ ଦହି ସହ ମିଶାନ୍ତୁ।ଏବଂ ଏହାକୁ କେଶ ମୂଳରେ ଲଗାନ୍ତୁ।ଏହାକୁ ଲଗେଇବା ର ଅଧା ଘଣ୍ଟା ପରେ ଧୋଇ ଦିଅନ୍ତୁ।ଏହି ଉପାୟ ଦ୍ବାରା ଆପଣଙ୍କର ରୁପି ବା dandruff ସମସ୍ୟା ଦୁର ହୋଇଥାଏ।

Leave a Reply

Your email address will not be published. Required fields are marked *