ଦାମ ଙ୍କ ବିପକ୍ଷରେ ମତାମତ ଦେଇ ସୋସିଆଲ ମିଡିଆରେ ନିନ୍ଦିତ ହେଲେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ

ଗତକାଲି ବିଜେଡି ରୁ ଦାମ ଙ୍କ ବହିଷ୍କାର ନେଇ ବିଜେଡି ସାଂସଦ ସୌମ୍ୟରଂଜନ ନିଜ ମତାମତ ଦେଇ କହିଛନ୍ତି ଯେ ଦାମ ବାବୁ ଦଳର ଜଣେ ବରିଷ୍ଠ ନେତା ତାଙ୍କ ସମ୍ପର୍କ ରେ ମତାମତ ଦେବା ଠିକ ହେବନି କିନ୍ତୁ ବିଗତ ବର୍ଷ ଧରି ସେ ଯେପରି ଭାବରେ ଦଳ ବିରୁଦ୍ଧରେ କହିଛନ୍ତି ତାଙ୍କୁ ଦଳରୁ ବହିଷ୍କାର ବ୍ୟତୀତ ଅନ୍ୟ ବାଟ ନଥିଲା I କିନ୍ତୁ ତାଙ୍କ ମତାମତ ପାଇଁ ସୋସିଆଲ ମିଡିଆରେ ତାଙ୍କୁ ହଟହଟା ହେବାକୁ ପଡିଛି Iକୁହାଯାଏ ସୋସିଆଲ ମିଡ଼ିଆ ହେଉଛି ସବୁଠାରୁ ବଡ ପ୍ଲାଟଫର୍ମ ଯେଉଁଠାରେ ସିଧାସଳଖ ମତାମତ ମିଳିଥାଏ I ତାଙ୍କ ମତାମତ ପରେ ଭିଡିଓ ଟିକୁ ଅନ୍ୟ ଗଣମାଧ୍ୟମ ସହିତ ତାଙ୍କ ନିଜ ଘରୋଇ ଚାନେଲ ର ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ଦେଖାଯାଇଛି କି ଅଧିକାଂଶ ପାଠକ ମାନେ ଅତ୍ୟନ୍ତ କ୍ଷୋଭର ସହିତ ବିଭିର୍ଣ୍ଣ ଭାଷାରେ ସୌମ୍ୟ ବାବୁଙ୍କୁ ଗାଳି ଗୁଲଜ କରିଛନ୍ତି I

ଏପରିକି ସିଧାସଳଖ କିଛି ପାଠକ ଦର୍ଶାଇଛନ୍ତି ଯେ ଆପଣଙ୍କର ନୈତିକ ଅଧିକାର ନାହିଁ ଦାମ ଙ୍କ ବିରୁଦ୍ଧରେ କହିବା ପାଇଁ ,ଆପଣ ଗତକାଲି ବିଜେଡି ବିରୁଦ୍ଧରେ କହୁଥିଲେ ଆଜି ସାଂସଦ ପରେ ଅଲଗା କଥା କହୁଛନ୍ତି

Iସେହିପରି ଆଉ କେତେଜଣ କହିଛନ୍ତି କି ଆପଣ ବଡ ସୁବିଧାବାଦୀ ,ଆପଣଙ୍କୁ ଯୋଉ କଂଗ୍ରେସ ରୁ ବିଦା କରାଯାଇଥିଲା ତାହା ବିଷୟରେ ମତାମତ ରଖନ୍ତୁ I ତେବେ ଚର୍ଚା ଚଳାଇଛି କି ଦାମ ଙ୍କ ବିପକ୍ଷରେ ମୁଂହ ଖୋଲି ନିଜେ ହାସ୍ୟାସ୍ପଦ ହେଲେ ସୌମ୍ୟବାବୁ I

Leave a Reply

Your email address will not be published. Required fields are marked *