ସତରେ କେତେ ଅସହାୟ ନବୀନ !! ଦୁର୍ନୀତିକାରି ଙ୍କୁ ଘଣ୍ଟଘୋଡା ଅଭିଯୋଗକାରୀ କୁ ସଜା !!

ଯାହା ଅନୁମାନ କରାଯାଉଥିଲା ଗତକାଲି ଶେଷରେ ସେୟା ହିଁ ଘଟିଛି ,ବିଭିର୍ଣ୍ଣ ବିଭାଗରେ ଦୁର୍ନୀତି ର ଗୁମର ଖୋଲିଥିବା ଦାମ ରାଉତ ଙ୍କୁ ଶେଷରେ ରାତି ଅଧରେ ଦଳରୁ ବହିଷ୍କାର କରାଯାଇଛି I ତେବେ ଦାମ ଙ୍କ ବହିଷ୍କାର ପରେ ରାଜନେତା ଙ୍କ ଠାରୁ ବିଭିର୍ଣ୍ଣ ସୋସିଆଲ ମିଡ଼ିଆ ରେ ଦାମ ଙ୍କ ସମର୍ଥନ ରେ ଦଳର ସୁପ୍ରିମ ଙ୍କୁ ସମସ୍ତେ କଟାକ୍ଷ କରିବା କରିବା ସହିତ ବିଜେଡି ରେ ଆଉ କୌଣସି ବିଜୁ ବାବୁଙ୍କ ସମର୍ଥକ ନାହାନ୍ତି ଏବଂ ଯେଉଁମାନେ ବି ଥିଲେ ସେମାନଙ୍କୁ ଦଳରୁ ଚକ୍ରାନ୍ତ କରି କାଢିଦିଆଯାଇଛି Iତେବେ ସବୁଠାରୁ ବଡ କଥା ହେଉଛି ଦାମ ବାବୁ ନିଜେ ମଧ୍ୟ ସୋସିଆଲ ମିଡିଆରେ କହିଛନ୍ତି କି

ସେ ଦୁର୍ନୀତି ର ଅଭିଯୋଗ ଆଣିଥିଲେ କିନ୍ତୁ ବିନା କୌଣସି ତଦନ୍ତ ରେ ଦୁର୍ନୀତିକାରି ଙ୍କୁ ଘଣ୍ଟଘୋଡାଇ ଅଭିଯୋଗ କାରି ଙ୍କୁ ଦଳରୁ ବହିଷ୍କାର କରିବା କୁ ଓଡ଼ିଶାବାସୀ ବିଚାର କରିବେ ସେ ଦୁର୍ନୀତି ବିରୁଦ୍ଧରେ କହିଥିଲେ ନା ଦଳ ବିରୁଦ୍ଧରେ I

ସେ ତ କେବଳ ଦୁର୍ନୀତି ବିରୁଧରେ କହିଥିଲେ କିନ୍ତୁ ନେତା ମାନଙ୍କୁ କାହିଁକି ଏତେ କଷ୍ଟ ହେଲା ବୋଲି ମଧ୍ୟ ପଚାରିଛନ୍ତି I କିଛି ଦିନ ପୂର୍ବେ ମଧ୍ୟ ସମାନ ଭାବରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ଯେହେତୁ ସେ ସିଧାସଳଖ ପାଣ୍ଡିଆନ ଙ୍କୁ ଆକ୍ଷେପ କରିଥିଲେ ଏବେ ଦାମଙ୍କ ସମାନ ଅବସ୍ଥା I

ତେବେ କଣ ବୁଝିନେବାକୁ ହେବଯେ ଦଳରେ ନବୀନ ଙ୍କ ନିୟନ୍ତ୍ରଣ ନାହିଁ !! ବିଜେଡି ଏବେ ପାଣ୍ଡିଆନ ଙ୍କ କବ୍ଜାରେ I ଯାହା ଅଭିଯୋଗ ଆସୁଥିଲା ଯେ ଓଡ଼ିଶାରେ ତାମିଲ ସାଶନ ଚାଲୁଛି ତାହା ବୋଧହୁଏ ସତ ବୋଲି କାଲିର ଦାମ ରାଉତ ଙ୍କ ବହିଷ୍କାର ପରେ ମାନିନେବାକୁ ହେବ I ଯଦି ଏହା ସତ ହେଇଥାଏ ତେବେ ଓଡିଶା ପାଇଁ ଏହା ଘୋର ସଙ୍କଟ ର ସମୟ I

Leave a Reply

Your email address will not be published. Required fields are marked *