କାହିଁକି ମହିଳା ବେଶ ସାଜିଲେ ଗୌତମ ଗମ୍ଭୀର ,କାରଣ ଜାଣିଲେ ହୃଦୟରୁ ଆପଣ ସଲ୍ୟୁଟ କରିବାକୁ ବାଧ୍ୟ ହେବେ

ମଥାରେ ଓଢଣୀ , କପାଳ ରେ ବିନ୍ଦି,ଶାଢୀରେ ସଜେଇ ହେଇ ପୁରା ମହିଳା ଙ୍କ ବେଶରେ ଖୁବ ସୁନ୍ଦର ଦିଶୁଥିଲେ ଜଣେ ଲୋକପ୍ରିୟ କ୍ରିକେଟର I ନିଜେ ସୋସିଆଲ ମିଡିଆରେ ଏପରି ଫଟ ଛାଡିବା ପରେ ମୁହୂର୍ତକ ମଧ୍ୟରେ ସାରା ଦେଶରେ ଫଟ ଭାଇରଲ ହେଇଥିଲା I ବ୍ୟକ୍ତି ଜଣଙ୍କ ଥିଲେ ଭାରତ ର ଲୋକପ୍ରିୟ କ୍ରିକେଟର ଗୌତମ ଗମ୍ଭୀର I ଗୌତମ ଙ୍କ ଏପରି ଅବତାର କୁ ନେଇ ସମସ୍ତେ ଚକିତ ହେଇଯାଇଥିଲେ I

ଏବଂ ଜାଣିବାକୁ ଚାହିଁଥିଲେ ହଠାତ କାହିଁକି ମହିଳା ପାଲଟିଗଲେ ଗୌତମ I ତେବେ ଫଟ ପଛର କାହାଣୀ ଜାଣିଲେ ଆପଣ ବି ହୃଦୟରୁ ସଲ୍ୟୁଟ ମାରିବେ ତାଙ୍କୁ I ଘଟଣାଟି ହେଉଛି ଟ୍ରାନ୍ସଜେଣ୍ଡରମାନଙ୍କର ଏକ ବୈଠକ ରେ ଯୋଗ ଦେଇ ସେମାନଙ୍କର ଅଧିକାର ଏବଂ ସମାଜରେ ସମାନତା ପାଇଁ ନିଜେ ଗୌତମ ମହିଳା ବେଶ ସାଜିଥିଲେ I ଏବଂ ସମସ୍ତଙ୍କୁ ଅନୁରୋଧ କରିଥିଲେ କିନ୍ନର ମାନେ ମଧ୍ୟ ମଣିଷ ସେମାନଙ୍କୁ ହତାଦର କରନ୍ତୁ ନାହିଁ I

ସମାଜରେ ସେମାନଙ୍କର ମଧ୍ୟ ସେତିକି ଅଧିକାର ଅଛି ଯେତିକି ଆମ ମାନଙ୍କର ଅଛି Iଖାଲି ଭାରତ ନୁହେଁ ବିଶ୍ୱର ଜଣେ ଧୂଆଁଧାର ବ୍ୟାଟ୍ସମ୍ୟାନ ଭାବରେ ବେସ ନା ଅଛି ତାଙ୍କର I ଗୌତମ ଗମ୍ଭୀର ଙ୍କ ଭଳି ଜଣେ କ୍ରିକେଟର ଙ୍କ କିନ୍ନର ମାନଙ୍କୁ ଏପରି ସାନମାନ ଜଣାଇବା ପରେ ସାରା ଭାରତରେ ତାଙ୍କ ପାଇଁ ସ୍ନେହ ଶ୍ରଦ୍ଧା ବଢି ଯାଇଛି I

Leave a Reply

Your email address will not be published. Required fields are marked *