ଜମ୍ମୁ କାଶ୍ମୀର ରେ ସୁଟିଂ ବେଳେ ଅନୁଭବ ଙ୍କ ଉପରେ ଉଗ୍ରବାଦି ଙ୍କ ଆକ୍ରମଣ: ଅଳ୍ପକେ ବଞ୍ଚିଲେ ଭାଇଯାନ୍

ଜମ୍ମୁ କାଶ୍ମୀର ରେ ଏକ ଫିଲ୍ମ୍ ର ସୁଟିଂ ପାଇଁ ଯାଇଥିଲେ ସାଂସଦ ତଥା ଆମର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି କିନ୍ତୁ ସେଠାରେ ସୁଟିଂ ସାରି ଫେରୁଥିବା ବେଳେ ଶିକାର ହୋଇଥିଲେ ଉଗ୍ରବାଦୀ ଙ୍କ ଆକ୍ରମଣ ର।

ମିଳିଥିବା ସୂଚନା ମୁତାବକ ଅନୁଭବ ମହାନ୍ତି କାଶ୍ମୀର ର ଦୃଢ ପଟଣି ଅଞ୍ଚଳକୁ ଯାଇଥିଲେ ଓଡ଼ିଆ ଫିଲ୍ମ୍ ପ୍ରେମ କୁମାର ର ସୁଟିଂ ପାଇଁ। ତେବେ ଫେରୁଥିବା ବେଳେ ହଠାତ ତାଙ୍କ ଗାଡ଼ି ଉପରକୁ ଉଗ୍ର ବାଦି ମାନେ ଗୁଳି ଚଳାଇଥିଲେ।

ସେହି ଗାଡ଼ି ରେ ଥିଲେ ସାଂସଦ ଅନୁଭବ ମହାନ୍ତି,କ୍ୟାମେରା ମ୍ୟାନ,ମେକାପ ମ୍ୟାନ ଏବଂ ଅନ୍ୟ ଏକ ଗାଡ଼ି ର ନିର୍ଦେଶକ ତାପସ ସର୍ଘରିଆ ଙ୍କ ସହ ଆଉ ୫ ଜଣ କର୍ମୀ ମଧ୍ୟ ଥିଲେ।

ତେବେ ଉକ୍ତ ଅଂଚଳ ରେ କିଛି ସମୟ ଧରି ସୁରକ୍ଷା କର୍ମୀ ଓ ଉଗ୍ର ବାଦି ଙ୍କ ମଧ୍ୟରେ ମଧ୍ୟ ଗୁଳି ବିନିମୟ ହୋଇଥିଲା। ତେବେ ଅନୁଭବ ଙ୍କ ଡ୍ରାଇଭର ଉତ୍କ ଘଟଣା ସ୍ଥଳ ରୁ ଗାଡ଼ି ନେବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ି ବ୍ରେକ ଫେ ଲ ହୋଇଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରାଇଭର କୌଶଳ କ୍ରମେ ଗାଡ଼ି କୁ ଅକ୍ତିଆର କୁ ଆଣିଥିଲେ।

Leave a Reply

Your email address will not be published. Required fields are marked *