ଦାମ ଙ୍କୁ ଓଡିଶା ରାଜନୀତି ରୁ ହଜାଇବା ପାଇଁ ଚାଲିଛି ଯୋଜନା , ଭିଜିଲାନ୍ସ ଓ ଏସ୍‌ଟିଏଫ୍‌ କୁ କରାଯାଇପାରେ ହାତ ବାରିସୀ

ଦୁର୍ନୀତି ବିରୁଧରେ ସ୍ୱର ଉତ୍ତଳନ କରିଥିବା ଦାମ ଙ୍କୁ ଫସାଇଦିଆଯିବ ଦୁର୍ନୀତି ଅଭିଯୋଗ ରେ I
ଚାରା ଦୁର୍ନୀତି ,ଓମଫେଡ ଦୁର୍ନୀତି ,ସମବାୟ ଦୁର୍ନୀତି ରେ ପାଖାପାଖି 900କୋଟିର ଦୁର୍ନୀତି ଘୋଟାଲା ହେଇଥିବାର ଗୁମର ଫିଟେଇଥିବା ଦାମ ରାଉତ ଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଦାମ ଙ୍କ ପ୍ରତି ଓଡ଼ିଶାର କୋଣ ଅନୁକୋଣ ରୁ ସମର୍ଥନ ବଢ଼ିବାରେ ଲାଗିଛି I ଫଳରେ ବିଜେଡି ସୁପ୍ରିମ ନବୀନ ଚିନ୍ତାରେ ପଡିଯାଇଛନ୍ତି I ଏପଟେ ମଧ୍ୟ ଦାମ ସିଧାସଳଖ ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲି ଙ୍କୁ ଆଗାମୀ ନିର୍ବାଚନ ରେ ଜିତେଇଦେବେନି ବୋଲି ଧମକ ଦେଇସାରିଲେଣି I

ଯେହେତୁ ପ୍ରଶାନ୍ତ ଙ୍କ ନିର୍ବାଚନ ମଣ୍ଡଳୀ ଏରସମା ପୂର୍ବରୁ ଦାମ ଙ୍କ ର ଥିଲା ତେଣୁ ଦାମ ଚାହିଁଲେ ଅତି ସହଜରେ ପ୍ରଶାନ୍ତ ଙ୍କୁ ହରେଇଦେଇପାରିବେ I ଅନ୍ୟପଟେ ଦାମ ଙ୍କ ଦୁର୍ନୀତି ବିରୁଦ୍ଧରେ ଲଢ଼େଇକୁ ସୋସିଆଲ ମିଡିଆରେ ପ୍ରବଳ ଜନ ସମର୍ଥନ ମିଳୁଥିବାରୁ

,ବାସ୍ତବରେ ଯଦି ଦାମ ମୈଦାନ କୁ ଓଲ୍ହାଇବେ ତେବେ ପରିସ୍ଥିତି ବିଗିଡ଼ିଯିବାରେ ସମ୍ଭାବନା ଅଛି Iଯାହାକି ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବା Iଏହି ସବୁ ଘଟଣା କୁ ନେଇ ଭୟଭୀତ ହେବାରେ ଲାଗିଲାନି ବିଜେଡି I ରାଜନୈତିକ ମହଲ ରେ ଚର୍ଚା ହେଉଛି କି ଦାମ ଙ୍କୁ ଯେମିତି ବି ହେଉ କଳେ ବଳେ କୌଶଳେ ରୋକିବାକୁ ପଡିବ I ଯେଉଁ ଦୁର୍ନୀତି ର ନାରା ଦେଇ ସେ ଲୋକପିୟ ହେବାରେ ଲାଗିଛନ୍ତି ,ତାଙ୍କୁ ସେହି ଦୁର୍ନୀତି ରେ ହିଁ ଫସାଇ ସବୁଦିନ ପାଇଁ ଓଡିଶା ରାଜନୀତି ରୁ ଦୂରେଇଦେବାକୁ ଯୋଜନା ଚାଲିଛି I ୟା ମଧ୍ୟରେ ନିଜ ପୁଅର ସାର୍ଟିଫିକେଟ ଜାଲିଆତି ଘଟଣାରେ ମନ୍ତ୍ରୀପଦ ରୁ ବିଦା ହେଇଥିବା ବିଷ୍ଣୁ ଦାସ ମଧ୍ୟ ସିଧାସଳଖ କହିସାରିଲେଣି ଯେ ଦାମ ଦୁର୍ନୀତି ରେ ଲିପ୍ତ I ପାରାଦୀପ ରେ କମ୍ପାନୀ ମାନଙ୍କ ସହିତ ତାଙ୍କର କୋଟି କୋଟି ଟଙ୍କାର ଭିତିରିଆ ଡ଼ିଲ ଅଛି I

ଶୁଣାଯାଉଛି ଏହି ମନ୍ତବ୍ୟ ପରେ ଏହାକୁ ନେଇ ଗଡ଼ ଫାଦର ହାତ ବାରିସୀ କରିବେ ଭିଜିଲାନ୍ସ ଓ ଏସ୍‌ଟିଏଫ୍‌ କୁ I ଦାମ ଙ୍କୁ ସେହି ମିଛ ଦୁର୍ନୀତି ଜାଲ ରେ ଛନ୍ଦିଦେଇ ଭିଜିଲାନ୍ସ ଓ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ କରାଯାଇପାରେ I ଯାହାଦ୍ୱାରା ଦାମ ଙ୍କ ପ୍ରତି ଲୋକଙ୍କ ଭଲପାଇବା ଘୃଣାରେ ବଦଳିଯିବ ଏବଂ ସବୁଦିନ ପାଇଁ ଓଡିଶା ରାଜନୀତି ରୁ ଦାମ ଙ୍କୁ ଦୂରେଇ ଦିଆଯାଇପାରିବ I

Leave a Reply

Your email address will not be published. Required fields are marked *