ସଦାବିହରୀ ଫୁଲ ର ଔଷଧୀୟ ଗୁଣ ଓ ଚମତ୍କାରିତା

ଆପଣମାନେ ତ ସଦାବିହାର ଫୁଲ ବିଷୟରେ ନିଶ୍ଚୟ ଜାଣିଥିବେ।ଏହା ପ୍ରାୟ ସମସ୍ତଙ୍କ ବାଡି ବଗିଚାରେ ଥାଏ।ଆଜି ଆମେ ଜାଣିବା ଏହି ଫୁଲର ଔଷଧୀୟ ଗୁଣ ବିଷୟରେ।ଆଜିକାଲି ସମୟରେ ବହୁତ୍ ଲୋକ ମଧୁମେହ ବା ଡାଇବେଟିସ ର ଶିକାର ହେଉଛନ୍ତି।ଏତଦ୍ ବ୍ୟତୀତ ପାଗ ବଦଳିବା ହେତୁ ଜ୍ଵର,ଥଣ୍ଡା,କାଶ ଏବଂ ସଂକ୍ରମଣ ଭଳି ରୋଗ ଲାଗି ରହୁଛି।ଏମିତିରେ ଲୋକର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇପଡ଼ିଛି।କିନ୍ତୁ ଏହି ଫୁଲ ରୋଗ ପ୍ରତିରୋଧକ ଶକ୍ତି ବଢେଇବା ସହ ବହୁତ୍ ରୋଗରୁ ମଧ୍ୟ ଆମକୁ ରକ୍ଷା କରିଥାଏ।

ଧଳା ସଦାବହାର ଫୁଲର ୬ରୁ ୭ଟି ପତ୍ରକୁ ପ୍ରତିଦିନ ଖାଲି ପେଟରେ ସେବନ କରିବା ଦ୍ୱାରା ମଧୁମେହ ରୋଗ ଭଲ ହୋଇଥାଏ।ଶରୀରରେ ମହଜୁଦ ଥିବା ସୁଗାର କୁ କମ୍ କରିବା ପାଇଁ ଅଧା ଗ୍ଲାସ୍ ପାଣିରେ ପାଞ୍ଚୋଟି ଗୋଲାପ ରଙ୍ଗର ସଦାବହାର ଫୁଲକୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ।ଏହା ପରେ ଫୁଲକୁ ପାଣିରୁ ବାହାର କରି ସେହି ପାଣିକୁ ପିଇ ଦିଅନ୍ତୁ।ଏହାକୁ ପ୍ରତିଦିନ ସକାଳେ ପିଇଲେ ଶରୀର ର ସୁଗାର୍ ମାତ୍ରା କମି ଯାଇଥାଏ।କେବଳ ଏତିକି ନୁହେଁ ଏହି ଫୁଲ ସାପ ଆଉ ବିଛା ଚରି ଯାଉଥିବା ବିଷକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।ଏହା ବ୍ୟତୀତ ଏହି ପତ୍ର ଉଚ୍ଚ ରକ୍ତଚାପ ଦୁର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତ୍ୱୋଚାରେ ବ୍ରଣ ହୋଇଥିଲେ ସଦାବହାର୍ ପତ୍ରକୁ କ୍ଷୀର ସହ ବାଟି ତାହାର ରସକୁ ସେହି ସ୍ଥାନରେ ଲଗାନ୍ତୁ।ଦେଖିବେ ବ୍ରଣ ଆସ୍ତେ ଆସ୍ତେ ବନ୍ଦ ହୋଇଯିବ।

ଶୁଖିଯିବା ପରେ ନଖ ଉଷୁମ ଗରମ୍ ପାଣିରେ ତାହାକୁ ଧୋଇଦେବ।ଏପରି କରିବା ଦ୍ବାରା ବ୍ରଣ ସମସ୍ୟା ଦୂର ହେବା ସହ ଆଉ କେବେ ବି ଆପଣଙ୍କ ମୁହଁରେ ଦାଗ ହେବ ନାହିଁ।ଏହାର ଫୁଲ ଏବଂ ପତ୍ର ସେବନ କରିବା ଦ୍ୱାରା କର୍କଟ ଭଳି ଭୟାନକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *