ବୈଜୟନ୍ତ ଙ୍କ ହେଲିକପ୍ଟର ସିଜ୍ I ଷଡଯନ୍ତ୍ର ରେ ଫସାଇ ଦିଆଗଲା କି ବୈଜୟନ୍ତ ଙ୍କୁ ??

ଗତକାଲି ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରୁ ବୈଜୟନ୍ତ ଙ୍କ ହେଲିକପ୍ଟର ସିଜ୍ କରିଛନ୍ତି I ମିଳିଥିବା ଖବର ଅନୁଯାଇ ଗତ ସେପ୍ଟେମ୍ବର ପନ୍ଦର ତାରିଖ ରେ ଚିଲିକା ଉପରିଭାଗରେ ଏକ ଧଳା ରଙ୍ଗର ବିମାନ ଉଡିଥିଲା ଯେଉଁଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ ସହକାରୀ ବନ ସଂରକ୍ଷକ ବିନୋଦ ଆଚାର୍ଯ୍ୟ ଏତଲା ଦେଇଥିଲେ I ଚିଲିକା ର ନୋ-ଫ୍ଲାଇଂ ଜୋନ୍‌ରେ ବିମାନ ଉଡିଥିବାରୁ ତୁରନ୍ତ ଚାଳକ କୁ ଚିହ୍ନଟ କରାଯାଇ ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ ଶ୍ରୀଯୁକ୍ତ ଆଚାର୍ଯ୍ୟ I ଘଟଣାର ତଦନ୍ତ କରି ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ବୈଜୟନ୍ତ ଙ୍କ ହେଲିକପ୍ଟର କୁ ଜବତ କରିଛନ୍ତି I ଏବଂ ତଦନ୍ତ ଜାରି ରହିଛି ତେବେ ଏନେଇ ବୈଜୟନ୍ତ ଟ୍ୱିଟର ଜରିଆରେ ଜଣାଇଛନ୍ତି ଯେ

ତାଙ୍କୁ ଅଯଥା ଫସାଇବାକୁ ତୃତୀୟ ମହଲା ର ଦ୍ୱିତୀୟ କ୍ଷମତା କେନ୍ଦ୍ର ଙ୍କ ନିର୍ଦେଶ ରେ ଏସବୁ କରାଯାଇଛି Iଓଡ଼ିଶାରେ ହେଲିକପ୍ଟର ରେ ତାଙ୍କ ଉଡାଣ କୁ ରୋକ ଲଗାଇବାକୁ ଏପରି ହୀନ ଷଡଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି I ଯଦିଓ ସେ ସେଦିନ ହେଲିକପ୍ଟର ନେଇଥିଲେ କିନ୍ତୁ ପୁରୀ ରୁ କୋଣାର୍କ ଦେଇ ସିଧା କେନ୍ଦ୍ରାପଡା ଫେରିଥିଲେ ,ଦିଆଯାଇଥିବା ଏତଲା ଅନୁଯାଇ 1.30 ରେ ସେ କେନ୍ଦ୍ରାପଡା ରେ ଥିଲେ ଏବଂ ପରେ ହେଲିକପ୍ଟର ଭୁବନେଶ୍ୱର ବିମାନବନ୍ଦର ରେ ରହିଥିଲା I ଯାହାକି ଏଟିସିଆର ରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ I

ବିନା କୌଣସି ତଦନ୍ତ ରେ ପୁରୀ ଏସପି କିପରି ଜାଣିପାରିଲେ ଯେ ହେଲିକପ୍ଟର ଟି ବୈଜୟନ୍ତଙ୍କର ଏବଂ ଜବତ କରିଲେ ତାହା ସନ୍ଦେହ ଘେର କୁ ଆସୁଛି I ଅପରପକ୍ଷରେ ରାଜନୈତିକ ବିଶେଷଜ୍ଞମାନେ ମତ ରଖନ୍ତି କି ସମ୍ପ୍ରତି ଦୁର୍ନୀତି ଉପରେ ଚାଲିଥିବା ଉଷ୍ମ ବାତାବରଣ ରୁ ନଜର ହଟାଇବାକୁ ଏପରି କରାଯାଇଥାଇ ପରେ କିମ୍ବା ଦାମ ବାବୁଙ୍କ ବହିଷ୍କାର ପରେ

ଚର୍ଚା ଚାଲିଛି ଯେ ବୈଜୟନ୍ତ ସମସ୍ତ ବିଜୁ ପ୍ରେମୀଙ୍କୁ ଏକତ୍ରିତ କରାଇ ଏକ ନୂଆ ମଞ୍ଚ କରିବାର ଯୋଜନା ରେ ଅଛନ୍ତି ଯାହାକି ଗଡ଼ଫାଦର ଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ତେଣୁ ବୈଜୟନ୍ତ ଙ୍କୁ ପାନେ ଦେବାକୁ ତୃତୀୟ ମହଲା ରନିର୍ଦେଶ ରେ ହୁଏତ ଏପରି ହେଇଥାଇ ପାରେ ବୋଲି ଚର୍ଚା ଚାଲିଛି I

Leave a Reply

Your email address will not be published. Required fields are marked *