ସୋସିଆଲ ମିଡିଆରେ ବଢୁଛି ଦାମ ଙ୍କ ଲୋକପ୍ରିୟତା ,ଦାମ ଙ୍କ ବିରୋଧରେ ମନ୍ତବ୍ୟ ଦେଇ ଟ୍ରଲ ର ଶିକାର ହେଉଛନ୍ତି ବିପକ୍ଷ

ଦୁର୍ନୀତି ମହାଘୋଟଲା ର ଗୋଟିକ ପରେ ଗୋଟିଏ ଗୁମର ଖୋଲି ଶେଷରେ ବିଜେଡି ଦଳରୁ ବହିଷ୍କାର ହେଇଥିବା ବରିଷ୍ଠ ନେତା ଦାମୋଦର ରାଉତ ନିଜର ତୁଣ୍ଡ ଚୁପ ରଖିନଥିଲେ I ବହିଷ୍କାର ପରେ ମଧ୍ୟ ବିଜେଡି ନେତା ଏବଂ ସୁପ୍ରିମ ନବୀନ ଙ୍କୁ କଟାକ୍ଷ କରିବା ସହିତ ଦୁର୍ନୀତି ଅଭିଯୋଗ ର ତଦନ୍ତ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଉଥିବା ବେଳେ ଦାମ ଙ୍କୁ ପାନେ ଦେବା ପାଇଁ ସେ ଯେଉଁ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ତାଙ୍କୁ ସେହି ଦୁର୍ନୀତି ରେ ଛନ୍ଦିବା ପାଇଁ ଷଡଯନ୍ତ୍ର କରାଯାଉଥିବା ରାଜନୈତିକ ସମୀକ୍ଷକ ମାନେ ପୂର୍ବରୁ ଚର୍ଚା କରୁଥିବା ବେଳେ ଏବେ ସତକୁ ସତ ଦେଖିବାକୁ ମିଳିଛି ସେପରି କିଛି ଝଲକ I

ଲଗାତାର ଭାବେ ଦାମ ଙ୍କ ଚିରାଚରିତ ପ୍ରତିଦ୍ବନ୍ଦୀ ବିଷ୍ଣୁ ଦାସ ଦାମ ଙ୍କୁ ପ୍ରଥମେ ଜଣେ ଦୁର୍ନୀତି ଗ୍ରସ୍ତ ନେତା କହିବା ସହିତ ତାଙ୍କର ଅନେକ ଅସାଧୁ ଲୋକଙ୍କ ସହିତ ସମ୍ପର୍କ ଥିବା କହିଛନ୍ତି ,ସେହିପରି ସମବାୟ ମନ୍ତ୍ରୀ ସୂର୍ଯ୍ୟପାତ୍ର ମଧ୍ୟ ଦାମ ଙ୍କୁ ସିଧାସଳଖ ଟାର୍ଗେଟ କରିଥିବା ବେଳେ ନିମାପଡା ବିଧାୟକ ସମୀର ଦାସ ମଧ୍ୟ ଦାମ ଙ୍କୁ ଟାର୍ଗେଟ କରି ଦାମ ଜଣେ ଦୁର୍ନୀତିଗ୍ରସ୍ତ ନେତା ସହିତ ତାଙ୍କ ସମୟରେ ଅଧିକ ମଦ ଦୋକାନ ଖୋଲିଥିବା ମନ୍ତବ୍ୟ ଦେଇଛନ୍ତି ଗଣମାଧ୍ୟମ କୁ I ଡାକ୍ତର ଦାମୋଦର ରାଉତ ମଧ୍ୟ ସିଧାସଳଖ ଜଣ ଜଣ କରି ସମସ୍ତଙ୍କ ପୋଥି ଖୋଲିଛନ୍ତି ଏବଂ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି କି

ଦୀର୍ଘ 4 ଦଶନ୍ଧି ଧରି ସେ ବାରମ୍ବାର ନିର୍ବାଚିତ ହେଇଆସୁଛନ୍ତି ଏବଂ ଜଣେ ବରିଷ୍ଠ ନେତା ଭାବରେ ତାଙ୍କ ସାଧୁତା ଏବଂ ଦକ୍ଷତା ଉପରେ କେହି ଆଙ୍ଗୁଳି ଉଠାଇପାରୀନାହାନ୍ତି I ରାଜନୈତିକ ର 40ବର୍ଷ ମଧ୍ୟରେ ଦୁର୍ନୀତି ଛିଟା ର କାଣିଚାଏ ମଧ୍ୟ ତାଙ୍କ ଉପରେ ପଡ଼ିନାହିଁ I କିନ୍ତୁ ବଡ କ୍ଷୋଭ ଏବଂ ଦୁଃଖର ସହିତ ଡାକ୍ତର ରାଉତ ଲେଖିଛନ୍ତି କି ଯେଉଁମାନେ ନଷ୍ଟ ଚରିତ୍ର ,ଦୁର୍ନୀତି ରେ ଉବୁଟୁବୁ ହେଉଛନ୍ତି ,ଚିଟ ଫଣ୍ଡ ରେ ଫସିଛନ୍ତି ଆଜି ସେଇକୁଜି ନେତାମାନେ ହିଁ ତାଙ୍କ ବିରୁଦ୍ଧରେ ଦୁର୍ନୀତି ର କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି ନିଜଦୁର୍ନୀତି କୁ ଚପାଇଦେବାକୁ I ତେବେ ସୋସିଆଲ ମିଡ଼ିଆକୁ ଏଥିପାଇଁ ଗୁରୁତ୍ୱପୂର୍ଣ କୁହାଯାଏ ଯେ ଜନସାଧାରଣ ସେମାନଙ୍କର ନିଜ ରାଗ ମାନ ଅଭିମାନ ଏବଂ ରାୟ ସିଧାସଳଖ କମେଣ୍ଟସ ରେ ଦେଇଥାନ୍ତି I

ଅପରପକ୍ଷରେ ଦେଖିବାକୁ ଗଲେ ସୋସିଆଲ ମିଡିଆରେ ଦାମ ଙ୍କ ପପୁଲାର ବଢ଼ିବାରେ ଲାଗିଛି ଏବଂ ତାଙ୍କ ବିପକ୍ଷରେ ମତାମତ ଦେଉଥିବା ନେତାମାନଙ୍କୁ ଖୁଲମଖୁଲା ଗାଳି ବର୍ଷଣ କରିବାରେ ଲାଗିଛନ୍ତି ସମର୍ଥକ ମାନେ I

ଏମିତି ଦେଖିବାକୁ ମିଳିଛି କି ୟୁଟ୍ୟୁବ,ଫେସବୁକ ଯେଉଁଠାରେ ବି ନେତା ମାନେ ଦାମ ଙ୍କ ବିରୁଦ୍ଧରେ ମତାମତ ଦେଉଥିବା ଖବର ପ୍ରସାରଣ କରାଯାଉଛି ସେଠାରେ ଓଡ଼ିଶାର କୋଣ ଅନୁକୋଣ ରୁ ନେତାମାନଙ୍କୁ ନାନା କଟୁ କଥା ସହିତ ସମାଲୋଚନା କରିବାରେ ଲାଗିଛନ୍ତି ଜନସାଧାରଣ I

Leave a Reply

Your email address will not be published. Required fields are marked *