ମୁଖ୍ୟମନ୍ତ୍ରୀ ବି ଚିଲିକା ଉପରେ ଉଡିଥିଲେ ,ନବୀନ ଙ୍କ ଗିରଫ ଦାବି କଲା ବିଜେପି

ଗତକାଲି ବିଳମ୍ବିତ ରାତ୍ରିରେ ପୁରୀ ଏସ୍‌ପି ଡ. ସାର୍ଥକ ସଡ଼ଙ୍ଗୀ ଚିଲିକା ଉପରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ ଭୁବନେଶ୍ୱର ବିମାନ ବନ୍ଦର ରୁ ବୈଜୟନ୍ତ ଙ୍କ ହେଲିକପ୍ଟର କୁ ଜବତ କରାଯାଇଛି I ଅଭିଯୋଗ ଅନୁଯାଇ 15ତାରିଖ 1.30 ରେ ଚିଲିକା ଉପରେ ଏକ ହେଲିକପ୍ଟର ଉଡିଥିଲା I କିନ୍ତୁ ଏହାକୁ ଖଣ୍ଡନ କରି ବୈଜୟନ୍ତ କହିଥିଲେ କି ତାଙ୍କ ହେଲିକପ୍ଟର ଦିନ 1.26 ରେ ଭୁବନେଶ୍ୱର ବିମାନ ବନ୍ଦର ରେ ଅବତରଣ କରିଥିଲା ଯାହାର କି ସମ୍ପୂର୍ଣ୍ଣ ବିବରଣୀ ଏୟାରପୋର୍ଟ କର୍ତ୍ତୃପକ୍ଷ ଙ୍କ ଠାରୁ ମିଳିପାରିବ I ଏନେଇ Airport Director SC Hota ସୂଚନା ଦେଇ କହିଛନ୍ତି କି ବୈଜୟନ୍ତ ବିମାନବନ୍ଦର ରେ ପୂର୍ବରୁ ନିୟମ ମୁତାବକ ଫର୍ମ ଦାଖଲ କରି ଉଡାଣ କରିଛନ୍ତି ଏବଂ 1.26 ରେ ଭୁବନେଶ୍ୱର ବିମାନ ବନ୍ଦର ରେ ଅବତରଣ କରିଛନ୍ତି I

ଅନ୍ୟପଟେ ଯେଉଁ 1.30 ରେ ଚିଲିକାରେ ଉଡାଣ କଥା କୁହାଯାଉଛି ଏହାକୁ BPI Airport Director SC Hota ଖଣ୍ଡନ କରି କହିଛନ୍ତି କି 1.26 ରେ ଭୁବନେଶ୍ୱର ବିମାନ ବନ୍ଦର ରେ ହେଲିକପ୍ଟର ଥିଲା I ଅପରପକ୍ଷେ ବରିଷ୍ଠ ନେତା ଦାମୋଦର କହିଛନ୍ତି କି ଏହା ସରକାର ଙ୍କ ହୀନମନ୍ୟତା ,ତାଙ୍କୁ ଜୋର ଜବରଦସ୍ତ ଏହି ଘଟଣାରେ ଫସାଇ ହଇରାଣ କରିବାକୁ ଷଡଯନ୍ତ୍ର ରଚାଯାଇଛି I ସରକାର ଙ୍କ ଶେଷ ମୁହୂର୍ତ ଆସିଗଲାଣି ସେଥିପାଇଁ ଶେଷ ପୂର୍ବରୁ ଦୀପ ହୁ ହୁ ହେଇ ଜଳୁଛି I

ସେହିପରି ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ମଧ୍ୟ କହିଛନ୍ତି କି କିଛି ଦିନ ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିଲିକା ଉପରେ ଉଡାଣ କରିଥିଲେ ତେବେ ମୁଖ୍ୟମନ୍ତ୍ରୀ ଙ୍କୁ କାହିଁକି ଗିରଫ କରାଯାଉନାହିଁ ??

Leave a Reply

Your email address will not be published. Required fields are marked *