ମୀନ ରାଶି ର ବ୍ୟକ୍ତି ମାନଙ୍କ ସ୍ଵଭାବ କିପରି

ଆଜି ଆମେ ଜାଣିବା ମୀନ ରାଶି ବ୍ୟକ୍ତିଙ୍କର ଶୁଭ ସଂଖ୍ୟା,ଶୁଭ ରଙ୍ଗ,ଶୁଭ ରତ୍ନ ଏବଂ ଜୀବନ ମନ୍ତ୍ର।ଏହି ରାଶି ବ୍ୟକ୍ତିଙ୍କର ଅଧିପତି ଗ୍ରହ ହେଉଛନ୍ତି ବୃହସ୍ପତି।ପ୍ରକୃତି କ୍ଷେତ୍ରରେ ମୀନ ରାଶିର ବ୍ୟକ୍ତି ଅସ୍ଥିର ଚିତ,ଶତ୍ରୁ ଦମନ କାରୀ ହୋଇଥାନ୍ତି।

ଏହି ରାଶିର ବ୍ୟକ୍ତିର ବ୍ୟକ୍ତିତ୍ଵ ହେଉଛି ବୁଦ୍ଧିମାନ,ସମ୍ବେଦନଶୀଳ,ଗର୍ବିତ,ପିତୃ ମାତୃ ଭକ୍ତ।ଶିକ୍ଷା କ୍ଷେତ୍ରରେ ଚଂଚଳତା ସତ୍ତ୍ଵେ ମୋଟା ମୋଟି ଶୁଭ।ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ।ଉତ୍ପାଦନ କ୍ଷେତ୍ରରେ ଆକସ୍ମିକ ଲାଭ,ବ୍ୟବସାୟ କ୍ଷେତ୍ରରେ ଅତ୍ୟନ୍ତ ଲାଭ କାରୀ।ଚାକିରି କ୍ଷେତ୍ରରେ ମୋଟା ମୋଟି ଭଲ ହୋଇଥାନ୍ତି।ବନ୍ଧୁତା କ୍ଷେତ୍ରରେ କୁସଙ୍ଗ ତ୍ୟାଗ କଲେ ଭଲ।

ପ୍ରେମ କ୍ଷେତ୍ରରେ ସାର୍ଥକ ତେବେ ନିଜ ଦୋଶରୁ ବିଘ୍ନ ସୃଷ୍ଟି ହୋଇଥାଏ।ବୈବାହିକ ଜୀବନ କ୍ଷେତ୍ରରେ ଧର୍ୟ ଧରିଲେ ସୁଖ ଲାଭ।ଉପକାରୀ ଖାଦ୍ୟ ମଧ୍ୟରେ ଲଘୁପାକ,ମସଲା ବିହୀନ ଖାଦ୍ୟ ଉପକାରୀ ହୋଇଥାଏ। ମୂଳା,ଗାଜର,ପୂଜା,ଲିଚୁ,ଲେମ୍ବୁ,ଜାମୁକୋଳି,କୋବି,କାକୁଡି,କଖାରୁ, ପାନ ମଧୁରି,ଡାଲଚିନି, ଅଙ୍ଗୁର,ପଦ୍ମ, କଇଁ ଉପକାରୀ ଫଳ ପୁଷ୍ପ।

ଉପକାରୀ ଦେବତା ହେଉଛନ୍ତି ଗଣେଶ,ନୃସିଂହ।ଶୁଭ ବାର ଗୁରୁବାର ଏବଂ ଶୁଭ ବୟସ ୧୦ରୁ୪୨ ବର୍ଷ।ଏବଂ ୪୮ରୁ ୬୫ ବର୍ଷ ବୟସ ଶୁଭ ପ୍ରଦ।

ଶୁଭ ସଂଖ୍ୟା ହେଉଛି ୩ ଏବଂ ୭।ଶୁଭ ରତ୍ନ ହେଉଛନ୍ତି ପଖୁରାଜ୍, ମୁକ୍ତା ଏବଂ ଶୁଭ ଧାତୁ ହେଉଛି ସୁନା ଏବଂ ରୂପା।ଶୁଭ ରଙ୍ଗ ହେଉଛି ଫିକା ନୀଳ,ନାରଙ୍ଗୀ,ଏବଂ ହଳଦିଆ।

Leave a Reply

Your email address will not be published. Required fields are marked *