ରାତ୍ରି ସମୟରେ ଜନ୍ମ ହେଇଥିବା ପିଲାମାନଙ୍କ ପାଖରେ ଥାଏ ଅଦଭୂତ ଶକ୍ତି !!

କୁହାଯାଏ କିଏ କେତେବେଳେ ଜନ୍ମ ହେବ ତାହା କେବଳ ଭଗବାନ ଙ୍କ ନିର୍ଦେଶ ରେ ହେଇଥାଏ I ଆଜିକା ଯୁଗରେ ଆଧୁନିକ ପଦ୍ଧତି ଯେତେ ଆଗକୁ ଯାଇଥିଲେ ମଧ୍ୟ ଜନ୍ମ ସମୟର ନିର୍ଦ୍ଧିଷ୍ଟ ସମୟ କହିବା ଅସମ୍ଭବ I ତେବେ କୁହାଯାଏ କି ରାତ୍ରି ସମୟରେ ଜନ୍ମ ନେଇଥିବା ପିଲାମାନେ ଅଧିକ ଶକ୍ତି ସମ୍ପର୍ଣ୍ଣ ହେଇଥାନ୍ତି I ରାତିରେ ସାଧାରଣତଃ ନିର୍ଜନ ଏବଂ ଶାନ୍ତ ପରିବେଶ ହେଇଥାଏ କିନ୍ତୁ ଅଧିକାଂଶ ଙ୍କ ମତରେ ରାତିରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ I

ସ୍ୱୟଂ ଶ୍ରୀକୃଷ୍ଣ ମଧ୍ୟ ରାତିର ଅନ୍ଧକାର ରେ ଜନ୍ମ ନେଇଥିଲେ I ତେବେ ବାସ୍ତବ ରେ କଣ ସତ ?? ଶାସ୍ତ୍ର ଅନୁସାରେ କୁହାଯାଇଛି କି ରାତିରେ ଜନ୍ମ ହେବା ପିଲାଙ୍କ ପାଖରେ ଏକ ଅଦ୍ଭୁତ ଶକ୍ତି ରହିଥାଏ I ସେମାନେ ସହନଶୀଳ ଏବଂ ଯେ କୌଣସି ପରିସ୍ଥିତି କୁ ବୁଝିବା ଭଳି ଶକ୍ତି ତାଙ୍କ ପାଖରେ ରହିଥାଏ I ଏମାନଙ୍କୁ ରାତ୍ରି ସମୟରେଅନିଦ୍ରା ରହି କାର୍ଯ୍ୟ କରିବାକୁ ଭଲ ଲାଗିଥାଏ

I ଏମାନଙ୍କ ପାଖରେ ଚିନ୍ତାଦେଉଥିବା ହର୍ମୋନ ସୃଷ୍ଟି ହେଇନଥାଏ ଫଳରେ ଏମାନେ ଚିନ୍ତାମୁକ୍ତ ରହିଥାନ୍ତି I ଏମାନେ ପ୍ରତ୍ୟକ ପରିସ୍ଥିତି ରେ ସତର୍କ ରହିଥାନ୍ତି I କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଧୂମ୍ରପାନ ଏବଂ ନିଶା ସେବନ ଆଡକୁ ଆକର୍ଷିତ ହେଇଥାନ୍ତି କାହିଁକିନା ଏମାନଙ୍କର ମତିଷ୍କ 24ଘଣ୍ଟା କାମ କରିଥାଏ I ଏମାନେ ବହୁତ ବୁଦ୍ଧିମାନ ହେଇଥାନ୍ତି I ଏମାନଙ୍କର ସ୍ମରଣ ଶକ୍ତି ଅଧିକ ହେଇଥାଏ ଫଳରେ ସବୁକଥାକୁ ଏମାନେ ଅତି ସହଜରେ ମନେରଖିପାରନ୍ତି I

Leave a Reply

Your email address will not be published. Required fields are marked *