ଆଉ ମାତ୍ର ଅଳ୍ପ ସମୟ ପରେ ଗୋପାଳପୁର ରେ ପହଁଚିବ ଝଡ଼ତୋଫାନ “‘ଡାଏ “

ଅନୁଭୂତ ଲଘୁଚାପ କ୍ରମଶଃ ଅବପାତ ର ରୂପ ନେଇ ଓଡିଶା ମୁଁହା ହେଉଥିବା ବେଳେ ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଏନେଇ ବିଭାଗ ପକ୍ଷରୁ ସୂଚନା ସହିତ ସତର୍କ ରହି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି Iଏହି ଝଡ ତୋଫାନ ର ନାମ “‘ଡାଏ ” ରଖାଯାଇଛି I ସମ୍ଭIବ୍ୟ ଝଡ ତୋଫାନ ଓଡିଶା ଠାରୁ ମାତ୍ର 140କିଲୋମିଟର ଦୂରରେ ରହିଛି I ଅନୁମାନ କରାଯାଉଛି ଏହା ଆଗାମୀ 2 ଘଣ୍ଟା କିମ୍ବା 3ଘଣ୍ଟା ସମୟ ମଧ୍ୟରେ ଓଡ଼ିଶାର ଗୋପାଳପୁରକୁ ଛୁଇଁବ I

ଘଣ୍ଟା ପ୍ରତି ପାଖାପାଖି 70/80 କିଲୋମିଟର ବେଗରେ ପବନ ବହିବା ର ସମ୍ଭାବନା ଅଛି I ବିଶେଷ କରି ପୁରୀ ,ଖୋର୍ଦ୍ଧା , ନୟାଗଡ଼ ,ଗଂଜାମ , ଗଜପତି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବାର ସମ୍ଭାବନା ଥିବାରୁ ସମସ୍ତ ଅଧିକାରୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି I

Leave a Reply

Your email address will not be published. Required fields are marked *