ଓଡିଶା କୁ ଅପମାନ କରିବା ପଡିଲା ମହଙ୍ଗା ,ଗିରଫ ହେଲେ ଅଭିଜିତ ଆୟାର ମିତ୍ର

ବିଗତ ତିନିଦିନ ଧରି ରାଜ୍ୟ ରାଜନୀତିରେ ତୁମ୍ବିତୁଫାନ ଚାଲିଥିବା ଅଭିଜିତ ଆୟାର ମିତ୍ରଙ୍କୁ ଆଜି ଦିଲ୍ଲୀ ପୋଲିସ ଗିରଫ କରିଛି। ସୂଚନା ଥାଉ କି ଅଭିଜିତ ଆୟାର ମିତ୍ର ଓଡିଶା ଆସିଥିଲେ ଏବଂ କୋଣାର୍କ ଉପରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ I ଏହା ସହିତ ଓଡିଶା କୁ ଅତି କଦର୍ଯ୍ୟ ଭାବରେ ସମାଲୋଚନା କରିଥିଲେ I ଓଡିଶା ବେଙ୍ଗଲ ର ଏକ ଅଂଶ ବୋଲି କହିବା ସହିତ ଓଡିଶା ରାଜା ଜଗନ୍ନାଥ ଙ୍କୁ ଚୋରାଇ ଆଣିଥିଲେ ବୋଲି ଟ୍ୱିଟର ରେ ଟିପ୍ପଣୀ ରଖିଥିଲେ I

ଏହାକୁ ନେଇ ବିଧାନସଭାରେ ହୋ ହାଲ୍ଲା ହେବା ସହିତ ତାଙ୍କୁ ଗିରଫ କରିବାକୁ ସମସ୍ତେ ଅଡ଼ି ବସିଥିଲେ I ସୂଚନା ଥାଉ କି ସେ ବୈଜୟନ୍ତ ପଣ୍ଡା ଙ୍କ ସହିତ ହେଲିକପ୍ଟର ରେ ଭ୍ରମଣ କରିଥିଲେ ଏବଂ ପରେ ଏମିତି ଟିପ୍ପଣୀ ଦେଇଥିଲେ ,

ଏହାକୁ ସମସ୍ତେ ବିରୋଧ କରିବା ସହିତ ଅଭିଜିତ ଆୟାର ମିତ୍ର ଙ୍କ ବନ୍ଧୁ ବୈଜୟନ୍ତ ମଧ୍ୟ ଗତକାଲି ଭିଡିଓ ପୋଷ୍ଟ କରି ଏହାକୁ ସମାଲୋଚନା କରିବା ସହିତ ଓଡିଶା କୁ ଅପମାନ କରିବା ର ଅଧିକାର କାହାର ନାହିଁ ବୋଲି କହିଥିଲେ I

Leave a Reply

Your email address will not be published. Required fields are marked *