3ଟି ଫୁଲରୁ ଆପଣଙ୍କ ପସନ୍ଦର ଫୁଲ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ

ସମାଜରେ ଭଲ ମଣିଷ ଏବଂ ଖରାପ ମଣିଷ ରହିଥାନ୍ତି I କିଏ ଭଲ କିଏ ଖରାପ ବ୍ୟକ୍ତିର ବାହ୍ୟ ରୁ ଚିହ୍ନଟ କରିବା ଏତେ ସହଜ ନୁହେଁ I କିନ୍ତୁ ମଣିଷ ସବୁବେଳେ ଅନ୍ୟର ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଚାହିଁଥାଏ I ବ୍ୟକ୍ତିର ବ୍ୟକ୍ତିତ୍ୱ ମଣିଷ ର ପସନ୍ଦ ରୁ ଜଣାପଡ଼ିଯାଇଥାଏ I ଜଣଙ୍କର ପସନ୍ଦ କହିଦେଇଥାଏ କି ସେ କିପରି ଏବଂ କେଉଁ ସ୍ଵଭାଵ ର I ତେବେ ଆଜି ଚାଲନ୍ତୁ ଜାଣିବା ବ୍ୟକ୍ତିର ସ୍ଵଭାଵ ପସନ୍ଦ ରୁ I ଏଥିପାଇଁ ଗୋଲାପ ଫୁଲ କୁ ନିଆଯାଇଛି ,ଗୋଲାପ ଫୁଲ ହେଉଛି ପ୍ରେମର ପ୍ରତୀକ I ସବୁ ଫୁଲ ମଧ୍ୟରୁ ସୁନ୍ଦର ଏବଂ ସମସ୍ତଙ୍କର ପ୍ରିୟ I

ବ୍ଲୁ ଗୋଲାପ
ଯେଉଁମାନଙ୍କର ଏହା ପସନ୍ଦ ସେମାନେ ପ୍ରେମରେ ଏତେ ସଫଳ ହେଇପାରନ୍ତି ନାହିଁ

,କିନ୍ତୁ ବୈବାହିକ ଜୀବନରେ ନିଜ ସ୍ତ୍ରୀ ପ୍ରତି ଅଧିକ ପ୍ରେମ କରିଥାନ୍ତି Iଏମାନଙ୍କ ହୃଦୟ ସ୍ୱର୍ଚ୍ଛଏବଂ ନିର୍ମଳ I ଏମାନେ ଜୀବନରେ ବହୁ କଷ୍ଟ ସହିଥାନ୍ତି I ଯେ କୌଣସି ପରିସ୍ଥିତି ରେ ଭାଙ୍ଗି ନପଡ଼ି ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିଥାନ୍ତି I ପଇସା ପତ୍ର ମାମଲା ରେ ଏମାନେ ଜଗିରଖି ଚଳିଥାନ୍ତି Iଅଯଥାରେ ଏମାନେ ଖର୍ଚ କରିବାକୁ ପସନ୍ଦ କରିନଥାନ୍ତି I
କଳା ଗୋଲାପ
କଳା ଗୋଲାପ କୁ ସାଧାରଣତଃ ଅଧିକାଂଶ ପସନ୍ଦ କରିନଥାନ୍ତି I

ଏମାନେ ପ୍ରେମ ମାମଲା ରେ ଏତେ ସଫଳ ନୁହନ୍ତି ,ଯେଉଁମାନଙ୍କୁ ଭଲ ପାଇଥାନ୍ତି ସେମାନଙ୍କ ଠାରୁ ଅଧିକ ଭଲ ପାଇବା ଚାହିଁଥାନ୍ତି I ଏମାନେ ଭାବିଥାନ୍ତି କି ଅନ୍ୟମାନେ ତାଙ୍କୁ ସେତିକି ଭଲ ପାଉନାହାନ୍ତି ଯେତିକି ଏମାନେ ଭଲ ପାଉଛନ୍ତି ,ଏହି କାରଣରୁ ଏମାନେ ସବୁବେଳେ ଗୁମ ସୁମ ଏବଂ ନିରବ ରହିଥାନ୍ତି I ଏମାନେ ସୁନ୍ଦର ଏବଂ ସଫା ହୃଦୟ ଥିବା ବ୍ୟକ୍ତି I କଠିନ ପରିଶ୍ରମୀ ,ଯେଉଁଥିପାଇଁ ଯେ କୌଣସି କାର୍ଯ୍ୟରେ ସଫଳତା ପାଇଥାନ୍ତି I
ଲାଲ ଗୋଲାପ
ଲାଲ ଗୋଲାପ ହେଉଛି ପ୍ରେମର ପ୍ରତୀକ I ଯେଉଁମାନଙ୍କର ଏହା ପସନ୍ଦ ସେମାନେ ପ୍ରେମରେ ଅଧିକ ବିଶ୍ୱାସ କରିଥାନ୍ତି I

ପ୍ରେମ ପାଇଁ ଏମାନେ ବହୁତ ସଚୋଟ ହେଇଥାନ୍ତି କିନ୍ତୁ ସନ୍ଦେହୀ ପ୍ରକୃତିର I ନିଜ ମନ କଥା ସହଜରେ ଅନ୍ୟ ଆଗରେ ପ୍ରକାଶ କରିନଥାନ୍ତି I ଏମାନଙ୍କ ଜୀବନ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରିଥାଏ I ଜୀବନର ବାସ୍ତବିକତା କୁ ଏମାନେ ଉପଲବ୍ଧି କରିଥାନ୍ତି I ଏମାନେ ଚଂଚଳ ସ୍ଵଭାଵ ର ଅଟନ୍ତି I ମନ ସ୍ଥିର କରି କୌଣସି ନିଷ୍ପତି ନେଇପାରନ୍ତି ନାହିଁ I

Leave a Reply

Your email address will not be published. Required fields are marked *