ଛାତି ରେ ସବୁବେଳେ କଫ ରହୁଥିଲେ କରନ୍ତୁ ଏହି ଘରୋଇ ଉପାୟ

ଆଜି ଜାଣିବା ଛାତିରେ କଫ ଜମିଲେ କଣ ସବୁ ଲକ୍ଷଣ ଦେଖାଯାଏ ଏହି କେମିତି କରିବେ ଏହାର ସମାଧାନ।

ଛାତି ରେ କଫ ଜମା ହେବାର ଲକ୍ଷଣ:-

୧. ସବୁବେଳେ କାଶ ହେବା

୨.ତଣ୍ଟି ବହୁତ୍ ଦରଜ ହେବା

୩.ନାକ ବନ୍ଦ ହୋଇଯାଏ ଓ ଠିକ୍ ଭାବରେ ନିଃଶ୍ୱାସ ପ୍ରସ୍ଵସ୍ ନେଇ ହୁଏ ନାହିଁ।

୪.ମୁଣ୍ଡ ବିନ୍ଧା ଓ ସାଇନସ ମଧ୍ୟ ବାହାରି ଥାଏ।

ଏହି ସବୁ କିଛି ଥିଲା ଛାତି ରେ କଫ ଜମି ବାର ଲକ୍ଷଣ। ଏବେ ଆସନ୍ତୁ ଜାଣିବ ଏହାର ଘରୋଇ ସମାଧାନ ବିଷୟରେ।

୧.ନଖ ଉଷୁମ ପାଣି ରେ ଲୁଣ ପକାଇ କୁଳୁ କୁଳୁ କରନ୍ତୁ।

୨.ଅନ୍ୟଥା ଆପଣ ଗରମ୍ ପାଣି,ଅଦା ଓ ମହୁ ର ବ୍ୟବହାର ମଧ୍ୟ କରିପାରିବେ। ଏହି ପାଇଁ ପ୍ରଥମେ ଏକ କପ୍ ପାଣି ରେ କିଛି ଅଦା କୁ ଛେଚି ପକାଇବେ ଏବଂ ସେହି ପାଣି ଅଧା ହେବା ପର୍ଯ୍ୟନ୍ତ ତାକୁ ଫୁଟାଇବେ ।

ଏହି ଅଦା ର ଚାହା ପ୍ରସ୍ତୁତ ହୋଇ ଯିବା ପରେ ତାକୁ ଏକ କପ୍ ରେ ଛାଣି ଦେବେ ଏବଂ ସେଥିରେ ଏକ ଚାମଚ୍ ମହୁ ମିଶାଇ ଭଲସେ ଗୋଳାଇ ଦିଅନ୍ତୁ। ଏବିଂ ଏହାକୁ ସେବନ କରନ୍ତୁ। ଏହି ଉପାୟ କୁ ଦିନକୁ ୩-୪ ଥର କରନ୍ତୁ ଏବଂ ଚେଷ୍ଟା କରିବେ ଯେ ଏହି ଚାହା ଗରମ୍ ଥିଲା ବେଳେ ହିଁ ପିଇବେ।

୩.ଯଦି ଅଦା ରେ ଆପଣକଂ ପେଟ ଗରମ୍ ହେଉଛି ତାହେଲେ ଆପଣ ରସୁଣ କୁ ମଧ୍ୟ ବ୍ୟବହାର କରି ପାରିବେ।

ରସୁଣ ବ୍ୟବହାର କରିବାକୁ ହେଲେ ଆପଣ ପ୍ରଥମେ ଗରମ୍।ପାଣି କରିନିଆନ୍ତୁ ଏବଂ ସେଥିରେ ୪-୫ ପାଖୁଡ଼ା ରସୁଣ କୁ ଛେଚି ପକାଇ ଦିଅନ୍ତୁ ଏବଂ ଏହାକୁ ସେବନ କରନ୍ତୁ।

Leave a Reply

Your email address will not be published. Required fields are marked *