ପ୍ରବଳ ବେଗରେ ମାଡି ଆସୁଛି ଝଡ ତୋଫାନ ,ବାତ୍ୟା ଆଶଙ୍କା ନେଇ ପାଣିପାଗ ଦେଲା ସୂଚନା

ରାଜ୍ୟର ବିଭିର୍ଣ୍ଣ ଅଂଚଳରେ ଲଘୁଚାପ ପ୍ରଭାବ ରେ ବର୍ଷା ଲାଗି ରହିଥିବା ବେଳେ ଏହା ଅବପାତ ଆଡକୁ ଗତି କରିବାରେ ଲାଗିଛି ଯାହାଫଳରେ ଆଜି ରାତ୍ରି ରୁ ଏହା ଆରମ୍ଭ ହେଇ ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ I ଏହା ବାତ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି I ତେବେ ଏହା ଓଡ଼ିଶାର ଗୋପାଳପୁର ଠାରୁମାତ୍ର ୩ ଶହ କି.ମି.ଦୂରତା ରେ ଥିବା ବେଳେ ପାଣିପାଗ ଵିଶେସଜ୍ଞଙ୍କ ମତରେ ଏହା ଆଜି ରାତ୍ରି ସୁଦ୍ଧା ପ୍ରବଳ ଝଡ଼ରେ ପରିଣତ ହେଇପାରେ I ଏବଂ ସମସ୍ତଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି I

ବର୍ତମାନ ଏହାର ଘଣ୍ଟାପ୍ରତି ବେଗ ୧୫ କିଲୋମିଟର ରହିଥିବା ବେଳେ ଏହା ଆଗକୁ ତୀବ୍ର ରୂପ ନେଇପାରେ I ଆକଳନ ଅନୁଯାଇ ପାଖାପାଖି ଘଣ୍ଟାପ୍ରତି 70/80 କିମି ବେଗରେ ପବନ ବହିପାରେ I ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଅଂଚଳ ରେ ବର୍ଷା ଲାଗିରହିବ

I ସହିତ ସମୁଦ୍ର ଅଶାନ୍ତ ହେଇ ପ୍ରବଳ ମାତ୍ରାରେ ଜୁଆର ମାଡି ଆସିବ I ଓଡିଶାର ପୁରୀ, ଖୋର୍ଦ୍ଧା,ନୟାଗଡ , ଗଂଜାମ, ଏବଂ ଗଜପତି ଜିଲ୍ଲାରେ ଏହା ଅଧିକ ଅନୁଭୂତ ହେବାର ସମ୍ଭାବନା ଅଛି Iଓଡିଶା ସମେତ ଝାଡଖଣ୍ଡ, ଛତିଶଗଡ଼ ଆନ୍ଧପ୍ରଦେଶ,ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଏବଂ ରାଜସ୍ଥାନ ରେ ମଧ୍ୟ ପ୍ରବଳ ଝଡ ସହିତ ବାତ୍ୟା ହେବାର ସମ୍ଭାବନା ରହିଛି I

Leave a Reply

Your email address will not be published. Required fields are marked *