ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ସଦର ଥାନା ଏଏସ୍‌ଆଇ

ଗତ କିଛିଦିନ ତଳେ ଜଟଣୀ IIC 50ହଜାର ଲାଞ୍ଚ ନେଇ ଗିରଫ ହେବା ପରେ ପୁଣି ପୋଲିସ ନାମରେ ଲାଗିଛି ବଦନାମ I ଜଣେ ଏଏସ୍‌ଆଇ 2000 ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I ଘଟଣା ଟି କେନ୍ଦୁଝର ଜିଲା ସଦର ଥାନା ର I ଏଏସ୍‌ଆଇ ଙ୍କ ନାମ ଗୌତମ ଦାସ Iମିଳିଥିବା ସୂଚନା ଅନୁଯାଇ ଆଜି ଜଣେ ବ୍ୟକ୍ତି ହୃଦାନନ୍ଦ ଙ୍କ ଗାଡି ଥାନାରେ ଅଟକ ରଖାଯାଇଥିଲା ,ଗାଡିକୁ ଛାଡିଦେବାକୁ ପୋଲିସ ବାବୁଙ୍କୁ ଅନୁରୋଧ କରିବାରୁ ଏଏସ୍‌ଆଇ ତାଙ୍କୁ 2000 ଦେଲେ ଗାଡି ଛାଡ଼ିଦେବେ ବୋଲି କହିଥିଲେ I ଲାଞ୍ଚ ନେବା ଏବଂ ଦେବା ଏକ ଅପରାଧ ହେଇଥିବାରୁ ହୃଦାନନ୍ଦ ଭିଜିଲାନ୍ସ ଅଫିସ ରେ ଜଣାଇଥିଲେ I ପୂର୍ବ ଯୋଜନା ଅନୁଯାଇ ଆଜି ଏଏସ୍‌ଆଇ 2000ନେଉଥିବା ବେଳେ ଭିଜିଲାନ୍ସ କର୍ତ୍ତୃପକ୍ଷ ଘଟଣା ସ୍ତଲରୁ ଏଏସ୍‌ଆଇ ଙ୍କୁ ଧରିବା ସହିତ 2000 ଜବତ କରିଥିଲେ I ଭିଜିଲାନ୍ସ ପକ୍ଷରୁ ଇନ୍ସପେକ୍ଟର ହେମାମାଳିନୀ ନାୟକ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *