ରେସିଡେଣ୍ଟ ସାର୍ଟିଫିକେଟ ର ବୈଧତା ୫ବର୍ଷ ଏବଂ ଆୟ ପ୍ରମାଣ ପତ୍ର ର ବୈଧତା ୩ବର୍ଷ: ବୋର୍ଡ ସାର୍ଟିଫିକେଟ ଥିଲେ ରେସିଡେଣ୍ଟ ସାର୍ଟିଫିକେଟ ଦରକାର ନାହିଁ

ଓଡ଼ିଶା ରାଜସ୍ବ ବିଭାଗ ପକ୍ଷରୁ ଦେଖିବାକୁ ମିଳିଛି ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ।

ରେସିଡେଣ୍ଟ ସାର୍ଟିଫିକେଟ ଏବଂ ଆୟ ପ୍ରମାଣ ପତ୍ର ର ବୈଧତା ରେ ବୃଦ୍ଧି କରାଯାଇଛି। ଯାହା କି ଅନେକ ବର୍ଗର ଲୋକ ମନକୁ ସହାୟକ ହେବ। ମୁଖ୍ୟତଃ ଛାତ୍ର ଛାତ୍ରୀ ମାନେ ଏଥିରେ ଅଧିକ ଉପକୃତ ହେବେ। ଏବଂ ଯେଉଁ ଲୋକ ମାନଙ୍କ ପାଖରେ ବୋର୍ଡ ର ସାର୍ଟିଫିକେଟ ଅଛି ସେମାନଙ୍କ ପାଇଁ ଆଉ ରେସିଡେଣ୍ଟ ସାର୍ଟିଫିକେଟ ର ଆବଶ୍ୟକତା ନାହିଁ।ବୋର୍ଡ ସାର୍ଟିଫିକେଟ ରେ ଥିବା ଠିକଣା କୁ ହିଁ ସ୍ଥାୟୀ ଠିକଣା ଭାବରେ ବିବେଚନା କରାଯିବ।

କିନ୍ତୁ ଯାହା ପାଖରେ ବୋର୍ଡ ସାର୍ଟିଫିକେଟ ନାହିଁ ସେମାନଙ୍କୁ ରେସିଡେଣ୍ଟ ସାର୍ଟିଫିକେଟ ବାହାର କରିବାକୁ ପଡ଼ିବ।

ଏହି ପଦକ୍ଷେପ ଦ୍ଵାରା ଅନେକ ଛାତ୍ର ଛାତ୍ରୀ ମାନେ ସେମାନେ ପକାଇଥିବା ମେଧାବୃତ୍ତି ଏବଂ ଚାକିରି ଫର୍ମ ଗୁଡ଼ିକ ପାଇଁ ମଧ୍ୟ ବହୁ ଭାବରେ ସହାୟକ ହେବା। ଯାହା ଦ୍ଵାରା କି ଉଭୟ ସମୟ ଓ ଟଙ୍କା ବଞ୍ଚି ପାରିବ।

Leave a Reply

Your email address will not be published. Required fields are marked *