ଆରମ୍ଭ ହେଲା ଦାମ ଙ୍କ ପକ୍ଷ ଛେଦନ ଶୁଭାରମ୍ଭ ,କଳେ ବଳେ କୌଶଳେ ନିଷ୍ପ୍ରଭ କରେଇଦିଆଯିବ ଦାମଙ୍କୁ

ବିଭିର୍ଣ୍ଣ ବିଭାଗରେ ଦୁର୍ନୀତି ର ଗୁମର ଖୋଲିଥିବା ବରିଷ୍ଠ ନେତା ଦାମୋଦର ରାଉତ ଦଳରୁ ବିଦା ହେବା ପରେ ପ୍ରବଳ ଲୋକସମର୍ଥନ ବଢ଼ୁଥିବାରୁ ଏବଂ ବିଜେଡି ପାଇଁ ଜଗତସିଂହପୁର ରେ ଅଡୁଆ ସୃଷ୍ଟି ହେବାକୁ ଯାଉଥିବା ବେଳେ ଦାମ ରାଉତ ମଧ୍ୟ ଖୋଲାଖୋଲି କହିସାରିଛନ୍ତି ଜଗତସିଂହପୁର ରେ ବିଜେଡି ର ବିଜୟ ଅସମ୍ଭବ I ଚାରୋଟି ନିର୍ବାଚନୀ ମଣ୍ଡଳୀ ରେ ବିଜେଡି ପରାଜୟ ବରଣ କରିବ I ତେବେ ଏହାକୁ ଅତି ଗୁରୁତର ଭାବରେ ନେଇଛନ୍ତି ଗଡ଼ ଫାଦର ଏବଂ ଦ୍ୱିତୀୟ କ୍ଷମତା କେନ୍ଦ୍ର I

କଳେ ବଳେ କୌଶଳେ ଦାମ ଙ୍କ ପକ୍ଷ ଛେଦନ କରାଯିବା ପାଇଁ ଚାଲିଛି ଯୋଜନା I ଦାମ ଏବଂ ବୈଜୟନ୍ତ ଙ୍କୁ ନେଇ କିଛି ନୂଆ ସମ୍ଭାବନା ଦେଖାଯାଉଥିବା ବେଳେ ପୁରା ଯୋଜନା ବଦ୍ଧ ଭାବରେ ବୈଜୟନ୍ତ ଙ୍କ ହେଲିକପ୍ଟର ସିଜ କରାଯାଇ ତାଙ୍କୁ ଏକ ରକମ ଚୁପ କରେଇ ଦିଆଯାଇଥିବା ବେଳେ ,ଏବେ ପାଳି ଦାମ ରାଉତ ଙ୍କର I

ଏବେଠୁ ଦାମ ଙ୍କୁ ଜବତ ନକଲେ ଆଗାମୀ ଦିନରେ ହୁଏତ ସେ ବହୁ ସମସ୍ୟା ସୃଷ୍ଟି କରିପାରନ୍ତି ସେଥିପାଇଁ ଦାମ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ରୁ ଦାମ ଙ୍କ ମୁଖ୍ୟ ସମର୍ଥକ ମାନଙ୍କୁ ଏକାଠି କରାଇ ଦାମ ଙ୍କ ବିରୋଧ ରେ ଯିବା ପାଇଁ ଚାଲିଛି ଯୋଜନା I କଳେ ବଳେ କୌଶଳେ ଯାହା ବି ଦେବାକୁ ପଡୁ ପଛେ ଦାମ ଙ୍କ ସମର୍ଥକ ମାନଙ୍କୁ ତାଙ୍କ ବିରୋଧୀ ସଜାଇବାକୁ ଚାଲିଛି ଗୁପ୍ତ ବୈଠକ I ମିଳିଥିବା ସୂଚନା ଅନୁଯାଇ ଆଜି କିମ୍ବା କାଲି ମୁଖ୍ୟମନ୍ତ୍ରୀ ଙ୍କୁ ବହୁ ସଂଖ୍ୟାରେ କର୍ମୀ ଙ୍କ ସହିତ ଦାମ ଙ୍କ ସମର୍ଥକ ଯେଉଁମାନଙ୍କୁ ଅସ୍ତ୍ର ସଜାଇ ବିରୋଧୀ କରାଯିବ ସେମାନେ ଦେଖା କରିବାର ଏକ କାର୍ଯ୍ୟକ୍ରମ ରହିଛି I ତେବେ ଗତକାଲି ମଧ୍ୟ ଏକ ବୈଠକ ହେଇଥିଲା ଯେଉଁଥିରେ କି ନଗର ବିଜେଡି ସଭାପତି ସୁମନ୍ତ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କୁମର ନାୟକ, ସମ୍ପାଦକ ଶଙ୍କର ପ୍ରସାଦ ରାଉତ,ସମେତ ଅଧିକାଂଶ ଆଗ ଧାଡ଼ିର କର୍ମୀ ଏବଂ ନେତା ଏକତ୍ରିତ ହେଇଥିଲେ I

ସାଂସଦ କୁଳମଣି ସାମଲ ଏବଂ ଜିଲା ସହ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଙ୍କ ସହିତ ଏମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବାର କାର୍ଯ୍ୟକ୍ରମ ରହିଛି I ପୂର୍ବରୁ ମଧ୍ୟ ଦାମ ଙ୍କ ଏକାନ୍ତ ଅନୁଗତ ବିଧାୟିକା ରାଜଶ୍ରୀ ହାତ ଛାଡିଦେଇଥିଲେ ରାଉତ ଙ୍କର ଏବଂ ତାଙ୍କ ବିରୋଧ ରେ କହିଥିଲେ I ତେବେ ଚର୍ଚା ଚାଲିଛି କି ଦାମ ଙ୍କ ବହିଷ୍କାର ପରେ ତାଙ୍କ ବିରୋଧୀ ଭାବେ ଚର୍ଚିତ ସନ୍ତୋଷ ଏବଂ ବିଷ୍ଣୁ ଙ୍କୁ ମଧ୍ୟ ସମସ୍ତ ତୃଣମୂଳ କର୍ମୀ ବିରୋଧ କରିଛନ୍ତି I କର୍ମୀ ମାନେ ଜିଦି ଧରିଛନ୍ତି ପ୍ରଥମେ ସନ୍ତୋଷ ପଟନାୟକ ଏବଂ ବିଷ୍ଣୁ ଦାସ ଙ୍କୁ ବିଜେଡି ରୁ ବହିଷ୍କାର କରାଯାଉ ସେମାନେ ବିଜେଡି ଦଳ ବିରୋଧୀ ଏବଂ ତାଙ୍କ ପରେ ଯାହାକୁ ବି ନେତୃତ୍ୱ ଦିଆଯିବ ସେମାନେ ଗ୍ରହଣ କରିବେ I ତେବେ ଏପରି ଗୋଳମାଳିଆ ପରିସ୍ଥିତିରେ ଡାକ୍ତର ରାଉତ ଙ୍କ ଆଗାମୀ କାର୍ଯ୍ୟପନ୍ଥା କଣ ରହୁଛି ତାହା ଦେଖିବାର ଅଛି I

Leave a Reply

Your email address will not be published. Required fields are marked *