ଯଦି କେବେ ଆପଣ ମନ୍ଦିର ଯାଇଥିବେ ତେବେ ନିହାତି ଭାବରେ ମନ୍ଦିର କୁ ପ୍ରବେଶ କରିବା ପୂର୍ବରୁ ମନ୍ଦିର ବାହାରେ ବିଭିର୍ଣ୍ଣ ନଗ୍ନ ବେଶରେ ଥିବା ମୂର୍ତି ଦେଖିଥିବେ I ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ ମନ୍ଦିର ଭଳି ଏକ ପୂନ୍ୟ ଜାଗାରେ ଏସବୁ ଖରାପ ଜିନିଷ କାହିଁକି ରହିଛି I ତେବେ ରୁଷି ମୁନି ମାନେ ପୂର୍ବରୁ କହିଛନ୍ତି ଯେ ମନୁଷ୍ୟ ମୋକ୍ଷ ପାଇବାକୁ ଭଗବାନ ଙ୍କ ନିକଟରେ ସରଣ ନେବା ଉଚିତ ,ଯେତେବେଳେ ନିଜକୁ ସମ୍ପୂର୍ଣ୍ଣ ଭାବେ ଭଗବାନ ଙ୍କ ନିକଟରେ ସମର୍ପଣ କରିଦେବା ସେତେବେଳେ ମୁକ୍ତି ମିଳିଯିବ I ଆଉ ଏହି ମୁକ୍ତି ପାଇବାକୁ ମନୁଷ୍ୟ ମନ୍ଦିର ଯାଇଥାଏ ଭଗବାନ ଙ୍କ ପୂଜାର୍ଚନା ପାଇଁ I
ତେବେ ମନୁଷ୍ୟ କୁ ପରୀକ୍ଷା କରିବା ପାଇଁ ପୂର୍ବରୁ ଏସବୁ ଖୋଦିତ କରାଯାଉଥିଲା ଯେ ପ୍ରକୃତରେ ମନୁଷ୍ୟର ଏହି ସବୁ ନଗ୍ନ ମୂର୍ତି ଆଡେ ନଜର ଯାଉଛି ନା ଏସବୁ ପାର କରିକି ସେ ମନରେ ଠାକୁର ଙ୍କୁ ସୁମରଣା କରିପାରୁଛି I କାହିଁକିନା ଏସବୁ ନଗ୍ନ ରୂପ ହେଉଛି କାମ ବାସନା ରୁପି ସଂସାର ,ଯିଏ ଏସବୁରୁ ମୋହ ତୁଟାଇ ଭଗବାନ ଙ୍କ ଶରଣ ନିଏ ସେ ମୁକ୍ତି ପାଇଥାଏ I ତେବେ ବିଶେଷଜ୍ଞ ମାନଙ୍କ ମତରେ ,ପରିବାର କୁ ଆଗକୁ ଆଗେଇବା ପାଇଁ ସମ୍ଭୋଗ ହେଉଛି ଏକ ପ୍ରକ୍ରିୟା I
ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ସ୍ଥାପନା ପାଇଁ ମାଧ୍ୟମ ହେଇଥାଏ I ତେଣୁ ପାରିବାରିକ ସମ୍ପର୍କ କୁ ସୁଦୃଢ଼ ତଥା ବଂଶ ରକ୍ଷା ନିମନ୍ତେ ଯୌନ ଶିକ୍ଷା ନିହାତି ଆବଶ୍ୟକ ଯେଉଁଥିପାଇଁ ପୂର୍ବ କାଳରେ ରାଜା ମହାରାଜା ମାନେ ଏସବୁ ମନ୍ଦିର ରେ ନିର୍ମାଣ କରୁଥିଲେ କାହିଁକିନା ମନ୍ଦିର କୁ ସମସ୍ତେ ଆସିଥାନ୍ତି ଠାକୁର ଙ୍କ ଦର୍ଶନ ପାଇଁ ,ମନ୍ଦିର ରେ ଏସବୁ ଦର୍ଶନ ପରେ ସେମାନେ ଯୌନ ଶିକ୍ଷା ବାବଦରେ ସମ୍ୟକ ଧାରଣା ପାଇଥାନ୍ତି I ଯଦିଓ ଏହା ବାବଦରେ କୌଣସି ସଠିକ ତଥ୍ୟ ନାହିଁ I କୋଣାର୍କ ମନ୍ଦିର ରେ ଏସବୁ ନଗ୍ନ ମୂର୍ତି କାହିଁକି ??
ବିଶ୍ୱ ପ୍ରସିଦ୍ଧ ତଥା ଭାରତ ର ସାତଟି ଆଶ୍ଚର୍ଯ୍ୟ ମଧ୍ୟରୁ ଓଡ଼ିଶାର ସୂର୍ଯ୍ୟମନ୍ଦିର ବା କୋଣାର୍କ ଅନ୍ୟତମ I ତେବେ କୋଣାର୍କ ମନ୍ଦିର ରେ ବିଭିର୍ଣ୍ଣ ଶୈଳୀ ରେ ପୁରୁଷ ମହିଳାଙ୍କ ଯୌନ କ୍ରୀଡା କୁ ଏପରି ଭାବରେ ଖୋଦିତ କରାଯାଇଛି ଯାହାକି ଦର୍ଶକ ର ମନକୁ କିଛି ସମୟ ସେହି ମୂର୍ତି ଉପରେ ବାନ୍ଧି ରଖିବାକୁ ବାଧ୍ୟ ହେବ I
କଥା ଉଠେ କି କୋଣାର୍କ ରେ ଏପରି ନଗ୍ନ ମୂର୍ତି କାହିଁକି ??ଶୁଣାଯାଏ କି ଦୀର୍ଘ 12 ବର୍ଷ ଧରି 1200 ବଢ଼େଇ ଘର କୁ ନଯାଇ ରାଜାଙ୍କ ନିର୍ଦେଶ ରେ ଏପରି ମନ୍ଦିର ନିର୍ମାଣ କରିବା ସମୟରେ ନିଜ ଘର ସଂସାର ,ସ୍ତ୍ରୀ କଥା ମନେ ପଡିବାରୁ ସେହି ସବୁ ଦୃଶ୍ୟ କୁ ସେମାନେ ଅତି ନିଖୁଣ ଭାବେ ପଥର ରେ ଖୋଦେଇ କରିଥିଲେ I ଯଦିଓ ଏହାର କୌଣସି ତଥ୍ୟ ନାହିଁ କେବଳ କଳ୍ପନା କରାଯାଏ I