ଅନାଥ ହରିଣ ଛୁଆ କୁ ନିଜ ସ୍ତନ ରୁ କ୍ଷୀର ପାନ କରାଇ ବଡ କରାଇଲେ ଏହି ମା

ଜୀବଜନ୍ତୁ ହେଉଛନ୍ତି ପ୍ରକୃତିର ବରଦାନ I ସୃଷ୍ଟି ର ସୁନ୍ଦରତା ଏବଂ ଅସ୍ତିତ୍ବ ପାଇଁ ଏମାନ ଙ୍କର ବି ଆବଶ୍ୟକତା ଯଥେଷ୍ଟ I କିନ୍ତୁ ଆଜିକାଲିର ମଣିଷ ସେସବୁ ଭୁଲିଯାଇ ନିରୀହ ଜୀବଜନ୍ତୁ ଙ୍କୁ ହତ୍ୟାକାରୀ କେତେବେଳେ ତା ମାଂସ ଖାଇଥାଏ ତ ଆଉ କେତେବେଳେ ତାକୁ ବିକି ବ୍ୟବସାୟ କରିଥାଏ I ଜୀବଜନ୍ତୁ କୁ ସ୍ନେହ ଆଦର ଦୂରର କଥା ଆଜିକାଲି ତ ମଣିଷ ନିଜ ରକ୍ତ ସନ୍ତାନ ଯଦି ଝିଅ ହେଉଛି ତେବେ ତାହାକୁ ନାଳ ନର୍ଦ୍ଧମା କୁ ଫିଙ୍ଗି ଦେଉଛି I କିନ୍ତୁ ଏମିତି ଜଣେ ମା ଅଛନ୍ତି ଯିଏକି ଗୋଟିଏ ଛୋଟ ହରିଣ ଛୁଆକୁ ନିଜ ସ୍ତନରୁ କ୍ଷୀର ପିଆଇ ବଡ କରିଛନ୍ତି I ଘଟଣାଟି ରାଜସ୍ତାନ ର ,ମହିଳାଙ୍କ ନାମ ମଙ୍ଗିଦେବୀ ବିଷ୍ଣୋଇ I

ଜଙ୍ଗଲ ଇଲାକାରେ ରୁହନ୍ତି I ନିଜର ଛୋଟ ଝିଅଟିଏ ମଧ୍ୟ ଅଛି I ଦିନେ ମଙ୍ଗି ଜଙ୍ଗଲ ରେ ବୁଲୁଥିବା ବେଳେ ହଠାତ ଦେଖିବାକୁ ପାଇଲେ କି ଏକ ମା ହରିଣ କୁ ଜଙ୍ଗଲୀ କୁକୁର ମାନେ ମାରି ଦେଇଛନ୍ତି ଏବଂ ପାଖରେ ଛୋଟ ହରିଣ ଛୁଆ ଟିଏ ମା କୁ ଅନେଇ ରହିଛି I ଯେତେହେଲେ ବି ସେ ଜଣେ ମା ନା ,କିପରି ସହିପାରିଥାନ୍ତେ I ମା ଛେଉଣ୍ଡ ହରିଣ ଛୁଆକୁ ଉଠାଇଆଣିଥିଲେ ନିଜ ହାତରେ ଏବଂ ନିଜ ସ୍ତନ ରୁ କ୍ଷୀର ପିଆଇଥିଲେ I ଗୋଟିଏ ସ୍ତନରୁ ନିଜ ଛୁଆ ଏବଂ ଅନ୍ୟଟିରେ ହରିଣଟିକୁ I

କେଭେଁବି ହରିଣ କୁ ଏକ ପଶୁ ଭାବରେ ଭାବିନଥିଲେ ନିଜ ଛୁଆ ପରି ଭଲ ପାଉଥିଲେ I ସ୍ନେହ ରେ ତା ନାମ ଦେଇଥିଲେ ଆରତୀ I ଆରତୀ ମଧ୍ୟ ମଙ୍ଗି କୁ ନିଜ ମା ଭାବି ନେଇଥିଲା ଏବଂ ଭୁଲିଯାଇଥିଲା ତା ମୃତ ମା କୁ I ଭୋକ ଲାଗିଲେ ଦଉଡି ଆସେ ମଙ୍ଗି ପାଖକୁ ଏବଂ ମଙ୍ଗି ଙ୍କ ସ୍ତନରୁ କ୍ଷୀର ପାନ କରିଥାଏ I ମଙ୍ଗି ଦେବୀ ଙ୍କ ଝିଅ କ୍ଷୀର ପାନ କଲେ ଆରତୀ ବି କ୍ଷୀର ପିଏ ବାଦ କରି I ସତେ ଯେପରି ସେ ମଙ୍ଗି ଙ୍କ ନିଜ ଝିଅ I ଏବଂ ତାର ସପୂର୍ଣ ଅଧିକାର ମଙ୍ଗି ଙ୍କ ଉପରେ ଅଛି I

ଦିନେ ହଠାତ ରାଜେଶ ବେଦି ଜଙ୍ଗଲ କୁ ବୁଲି ଯାଇଥିବା ବେଳେ ତାଙ୍କ ନଜର କୁ ଏହି ଘଟଣା ଆସିବା ପରେ ସେ ବିଶ୍ୱାସ କରିପାରିନଥିଲେ I ଏହା କଣ ସତରେ ?? ଏମିତି କଣ ହେଇପାରେ ??ୟାକୁ ନେଇ ସେ ସୋସିଆଲ ମିଡିଆରେ ରେ ଛାଡିବା ପରେ ଘଟଣା ବିଷୟରେ ସମସ୍ତେ ଜାଣିପାରିଥିଲେ I ୟା ମଧ୍ୟରେ ହରିଣ ଆରତି ବହୁତ ବଡ ହେଇଗଲାଣି ,କିନ୍ତୁ ମଙ୍ଗି କୁ ଛାଡି କୁଆଡେ ବି ଯାଉନି I ଜଙ୍ଗଲ ରେ ବୁଲୁଚି ,ଖାଉଛି ,ପୁଣି ସନ୍ଧ୍ୟା କୁ ନିଜ ମା ପାଖକୁ ଫେରି ଆସୁଛି ଆରତୀ I

ସତରେ ସେହି ମଙ୍ଗିଦେବୀ ଙ୍କ ବିଷୟରେ କଣ ବା କହିହେବ ??ଯିଏ ଗୋଟେ ଅନାଥ ହରିଣ କୁ ନିଜ ସ୍ତନରୁ କ୍ଷୀର ପିଆଇ ଏକ ନୂଆ ଜୀବନ ଦେବା ସହିତ ମାତୃତ୍ୱ ନାମର ମହତ୍ୱ ସମସ୍ତଙ୍କ ସାମ୍ନାରେ ରଖିଦେଲେ I

Leave a Reply

Your email address will not be published. Required fields are marked *